AI କୁ ବ୍ୟବହାର କରି ୩ ଇଞ୍ଜିନିୟରିଂ ଛାତ୍ର ପ୍ରସ୍ତୁତ କଲେ ରୋବଟ୍
·1 year ago·1 min read

ଅର୍ଗସ ବ୍ୟୁରୋ: ଏଣିକି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବେ ଏ ଆଇ ଟିଚର । କଟକ ବୋଷ ଇଞ୍ଜିନିୟରିଂ କଲେଜ ଇଲେକ୍ଟ୍ରୋନିକ ଆଣ୍ଡ ଟେଲିକମିନୁକେସନ ବିଭାଗର ୩ ଜଣ ଛାତ୍ର ଏହାକୁ ପ୍ରସ୍ତୁତ କରିଛନ୍ତି। ବୋଷ କ୍ୟାମ୍ପସ ମଧ୍ୟରେ ଥିବା ଇନୋଭେସନ୍ ସେଣ୍ଟରରେ ପ୍ରଥମ ଏ ଆଇ ତଥା ଆର୍ଟିଫିସିଆଲ ଇଣ୍ଟେଲେଜେନ୍ସ ଟିଚର ତିଆରି ହୋଇଛି। ଦେଶରେ ବିଭିନ୍ନ କ୍ଷେତ୍ରରେ ଏ ଆଇ ବ୍ୟବହାର ବଢୁଥିବା ବେଳେ କ୍ଳାସ ରୁମ୍ ରେ ଏହାର ଆବଶ୍ୟକତା ଅନୁଭବ କରି ଏଭଳି ପଦକ୍ଷେପ ନେଇଛନ୍ତି ଛାତ୍ର । ଏ ଆଇ ଟିଚର କୁ ଯେକୌଣସି ପ୍ରଶ୍ନ ପଚାରିଲେ ଉତ୍ତର ଦେଉଛି। । ଏହି ରୋବଟ ରେ ଗୋଟିଏ ଡିସ୍, ଲିଥିୟମ୍ ବ୍ୟାଟେରୀ ଓ ଅତ୍ୟାଧୁନିକ ମୋଟର ଲାଗିଛି । ବିଭିନ୍ନ ବିଷୟ ର ପ୍ରୋଗ୍ରାମିଂ ଆଡ଼ ହେଇଥିବାରୁ ଗଣିତ, ବିଜ୍ଞାନ, ମହାକାଶ ବିଜ୍ଞାନ ଓ ସାଧାରଣ ଜ୍ଞାନ ଆଦି ବିଷୟ ସଂପର୍କରେ ଯାହା ବି ପ୍ରଶ୍ନ ପଚରାଯାଉଛି ତାହାର ନିର୍ଭୁଲ ଉତ୍ତର ଦେଉଛି ଏହି ଏଆଇ ରୋବୋଟ୍।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: