Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭିଏତନାମରେ ଟାଏକୋଣ୍ଡୋ ପ୍ରତିଯୋଗିତା ପାଇଁ ଓଡିଶାର 3 ଖେଳାଳି

Odisha

ଭିଏତନାମରେ ଟାଏକୋଣ୍ଡୋ ପ୍ରତିଯୋଗିତା ପାଇଁ ଓଡିଶାର 3 ଖେଳାଳି

Smruti Parija
Browse all articles by Smruti Parija
·2 years ago·1 min read
ଭିଏତନାମରେ ଟାଏକୋଣ୍ଡୋ ପ୍ରତିଯୋଗିତା ପାଇଁ ଓଡିଶାର 3 ଖେଳାଳି

ଭଦ୍ରକ: ରାଜ୍ୟ ପାଇଁ ଗୌରବ ଏହି 3 ଜଣ ଟାଏକୋଣ୍ଡୋ ଖେଳାଳି । ମେ ମାସ 14 ଏବଂ 15 ତାରିଖରେ ଭିଏତନାମରେ ହେବାକୁ ଥିବା ଏସିଆନ ଟାଇକଣ୍ଡୋ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ 3 ଖେଳାଳି ମନୋନୀତ ହୋଇଛନ୍ତି । ସେମାନେ ସବୁ ଭଦ୍ରକ ବାସିନ୍ଦା । 

ଭଦ୍ରକ ଜିଲ୍ଲାର ଆଗରପଡ଼ା ଅଞ୍ଚଳର ଦେବାଶିଷ ମହାନ୍ତିଙ୍କ ପୁଅ ସତ୍ୟପ୍ରକାଶ ମହାନ୍ତି । ସେହିପରି ଭଦ୍ରକ ସହରାଞ୍ଚଳ ସ୍ଥିତ ଜାନୁଗଞ୍ଜର ବିଚିତ୍ର ଚକ୍ରଙ୍କ ପୁଅ ଏସ୍ ସମରଜିତ ଚକ୍ର । ଅନ୍ୟଜଣେ ଭଦ୍ରକ ଜିଲ୍ଳା ବନ୍ତ ବ୍ଲକର ଗଣିଜାଙ୍ଗ ଅଞ୍ଚଳର ଗୋବିନ୍ଦ ବେହେରାଙ୍କ ପୁଅ ଜଗନ୍ନାଥ ବେହେରା ମନୋନୀତ ହୋଇଛନ୍ତି । ଏପରି ସଫଳତାକୁ ନେଇ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ସଫଳତାର ପ୍ରଥମ ଶ୍ରେୟ ଟ୍ରେନର ତଥା ଓଡ଼ିଶା ଟାଇକୋଣ୍ଡ ସମ୍ପାଦକ ଚିନ୍ମୟୀ ବେହେରାଙ୍କୁ ଦେଇଛନ୍ତି । ନିଷ୍ଠାପର କାର୍ଯ୍ୟ, ଅକ୍ଲାନ୍ତ ପରିଶ୍ରମ ଏବଂ ଗୁରୁଙ୍କ ଆଶୀର୍ବାଦରୁ ଏପରି ସଫଳତା ପାଇଛନ୍ତି ବୋଲି କହିଛନ୍ତି ଖେଳାଳୀ । 

ପୁର୍ବରୁ ଓଡ଼ିଶା ଖେଳାଳୀମାନେ ପ୍ରତିଯୋଗିତାରେ ଭାଗ ନେଇ ପାରୁନଥିଲେ । କିନ୍ତୁ ଏବେ ଉତ୍ତମ ପ୍ରଶିକ୍ଷଣ ଦ୍ଵାରା ଧିରେ ଧିରେ ସେମାନେ ପ୍ରତିଯୋଗିତାରେ ଭାଗ ନେଇ ବିଭିନ୍ନ କ୍ଷେତ୍ରରେ ଚମ୍ପିୟାନ ହୋଇ ଜାତୀୟ ସ୍ଥରରେ ନାଁ କମାଇଛନ୍ତି । ଆଉ ଏବେ ବିଦେଶରେ ନିଜ ଜନ୍ମ ମାଟିର ଗୌରବ ଆଣିବାକୁ ପ୍ରୟାସ ଜାରି ରଖିବେ ଏହି ଖେଳାଳୀମାନେ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
3-players-from-odisha-selected-for-taekwondo-competition-in-vietnam | Argus News