Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶିମିଳିପାଳ ଅଭୟାରଣ୍ୟରୁ ଧରାହେଲେ ୩ ଶିକାରୀ

Smruti Parija
Browse all articles by Smruti Parija
·1 year ago
ଶିମିଳିପାଳ ଅଭୟାରଣ୍ୟରୁ ଧରାହେଲେ ୩ ଶିକାରୀ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରୁ ଧରାହେଲେ ୩ ଶିକାରୀ । ସୁରକ୍ଷା ନିମନ୍ତେ ଶିମିଳିପାଳ ଆଭ୍ୟନ୍ତରଣ କୋର ଅଞ୍ଚଳରେ ଖଞ୍ଜା ଯାଇଥ‌ିବା ଅତ୍ୟାଧୁନିକ ଟ୍ରାପ୍ କ୍ୟାମେରା ସହାୟତାରେ ପୁଣି ଗତକାଲି ୩ ଜଣ ଦୁର୍ଦାନ୍ତ ଶିକାରୀ ଧରାଯାଇଛନ୍ତି । ୩ ଶିକାରୀ ହେଲେ ବାଙ୍ଗରିପୋଷି ଥାନା ଅନ୍ତର୍ଗତ ଜଳଡିହା ଦୁମାସାହି ଗାଁ ର କିରଣ ମାରାଣ୍ଡି, କାରୁ ହାଁସଦା ଓ ବୁଧରାୟ ସୋରେନ ।  ସେମାନଙ୍କ ନିକଟରୁ ପାଞ୍ଚଟି ଦେଶୀ ବନ୍ଧୁକ, ଗୋଟିଏ ଅଧା ତିଆରି ବନ୍ଧୁକ, ବାରୁଦ ସହ ଶିକାର ପାଇଁ ବ୍ୟବହୃତ ସାମଗ୍ରୀ ଜବତ୍ ହୋଇଛି । ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ ଏବଂ ପରିବର୍ତ୍ତନ ଆଇନ୍ ୨୦୨୨ ଅନୁସାରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3 poachers caught in Similipal sanctuary | Argus News