Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରଣ୍ଡା ଜଙ୍ଗଲରୁ ୩୦ ଲ୍ୟାଣ୍ଡମାଇନ୍ ଜବତ

Ritu Das
Browse all articles by Ritu Das
·1 year ago·1 min read
ସରଣ୍ଡା ଜଙ୍ଗଲରୁ ୩୦ ଲ୍ୟାଣ୍ଡମାଇନ୍ ଜବତ

Key Points

ସରଣ୍ଡା ଜଙ୍ଗଲରୁ ୩୦ ଲ୍ୟାଣ୍ଡମାଇନ୍ ଜବତ

ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି

ବୋମା ନିଷ୍କ୍ରିୟକାରୀ ଦଳ ସହାୟତାରେ ଘଟଣାସ୍ଥଳରେ ନିଷ୍କ୍ରିୟ କରାଯାଇଛି

ସରଣ୍ଡା ଜଙ୍ଗଲରେ ମାଓବାଦୀ ସଂଗଠନ ବିରୋଧରେ ଚାଲିଥିବା ମିଳିତ ଅଭିଯାନରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ଚାଇଁବସା ପୋଲିସ, ଝାଡ଼ଖଣ୍ଡ ଜାଗୁଆର, ସିଆର୍‌ପିଏଫ୍ ୬୦ ବାଟାଲିୟନର ମିଳିତ ଦଳ ପକ୍ଷରୁ ପଶ୍ଚିମ ସିଂହଭୂମ ଜିଲ୍ଲାର ଟୋକଲୋ ଥାନା ଅଞ୍ଚଳର ସୀମାନ୍ତ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ସମୟରେ ନକ୍ସଲମାନେ ବିଛାଇଥିବା ୩୦ଟି ଲ୍ୟାଣ୍ଡମାଇନ୍ ଜବତ କରାଯାଇଛି। ବୋମା ନିଷ୍କ୍ରିୟକାରୀ ଦଳ ସହାୟତାରେ ସେଗୁଡ଼ିକୁ ଘଟଣାସ୍ଥଳରେ ନିଷ୍କ୍ରିୟ କରାଯାଇଛି।


ଏ ସଂକ୍ରାନ୍ତରେ ପଶ୍ଚିମ ସିଂହଭୂମି ଏସ୍‌ପି ରାକେଶ ରଞ୍ଜନଙ୍କୁ ଗୁପ୍ତ ସୂଚନା ମିଳିବା ପରେ ସୁରକ୍ଷାବାହିନୀ ତଲାସି ଅଭିଯାନ ଆରମ୍ଭ କରିଥିଲେ । ସେପଟେ ଆଇଡି ବିସ୍ଫୋରଣରେ ଗୋଟିଏ ହାତୀ ଆହତ ହୋଇଛି । ହାତୀଟିକୁ ଠାବ କରି ଚିକିତ୍ସା କରିବାକୁ ଉଦ୍ୟମ କରାଯାଉଛି । ଗତ ୨୮ ତାରିଖ ରେ ବାଙ୍କ ପଥର ଖଣିରୁ 5 ଟନ ବିସ୍ଫୋରକ ମାଓବାଦୀ ମାନେ ଲୁଟ ଘଟଣାରେ ଏବେ ବି 1 ଟନ୍ ବିସ୍ଫୋରକ ଜବତ ହୋଇପାରିନାହିଁ । ସେପଟେ ମାଓ ବାଦି ମାନେ ଜଙ୍ଗଲ ରେ ଆଇଡି ଲଗେଇ ତାଙ୍କର ଦବ ଦବା ଜାହିର କରିବାକୁ ଉଦ୍ଦ୍ୟାମ କରୁଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
30-landmines-seized-from-saranda-forest | Argus News