ବଡ଼ ଧରଣର ଏନ୍କାଉଣ୍ଟର ! ଏକାଥରକେ ୩୦ ମାଓବାଦୀ ସଫା

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ମୃତ ନକ୍ସଲଙ୍କ ସଂଖ୍ୟା ୩୦କୁ ବୃଦ୍ଧି । ଦୁଇଟି ପୃଥକ ପୃଥକ ଏନ୍କାଉଣ୍ଟରରେ ୩୦ ନକ୍ସଲ ନିପାତ। ବିଜାପୁର ଓ କାଙ୍କେର ଠାରେ ହୋଇଥିବା ଏନ୍କାଉଣ୍ଟରରେ ମୃତ । ଛତିଶଗଡ ବିଜାପୁରରେ ବଡ ଧରଣର ଏନକାଉଣ୍ଟର । ବିଜାପୁର-ଦାନ୍ତେଓ୍ବାଡା ସୀମାରେ ମାଓବାଦୀ ମାନେ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ୍ । ଏଥିରେ ଏନକାଉଣ୍ଟରରେ ୩୦ ମାଓବାଦୀ ନିପାତ ହୋଇଛନ୍ତି ।
ବିଜାପୁର ଦାନ୍ତେଓ୍ୱାଡ଼ା ସୀମାନ୍ତରେ ଥିବା ଗଙ୍ଗଲୁରେ ହୋଇଥିବା ଏନକାଉଣ୍ଟରରେ ୨୬ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ କାଙ୍କେର ଅଞ୍ଚଳରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହେୋଇଛି । ଏବେ ବି ଘଟଣାସ୍ଥଳରେ ଅପରେସନ ଜାରି ରହିଛି । ମାର୍ଚ୍ଚ ୨୦୨୪ ଶୁଦ୍ଧା ଦେଶରେ ମାଓବାଦର ନିପାତ ପାଇଁ ପୂର୍ବରୁ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ଅଧିକାରୀଙ୍କ ଅନୁସାରେ, ଗୁରୁବାର ସକାଳେ ସୁରକ୍ଷାକର୍ମୀ ବିଜାପୁର ଓ ଦନ୍ତେୱାଡ଼ାର ସହରଦି ଥାନା ଗଙ୍ଗାଲୁର ଅଞ୍ଚଳରେ ମାଓ ବିରୋଧୀ ଅପରେସନ୍ ଆରମ୍ଭ କରିଥିଲେ । ସେହି ସମୟରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ବିଜାପୁରର ଜଣେ ଡିଆରଜି ଯବାନ ସହିଦ ହୋଇଛନ୍ତି । ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ସୂଚନା ଦେଇଛନ୍ତି ଅଧିକାରୀ ।
📱 Get Argus News App
✨ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୁରକ୍ଷାବାହିନୀଙ୍କ ମନୋବଳ ବଢ଼ାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। କହିଛନ୍ତି, ନକ୍ସଲମୁକ୍ତ ଭାରତ ଅଭିଯାନ ଦିଗରେ ଆମ ଯବାନମାନେ ଆଉ ଏକ ବଡ଼ ସଫଳତା ହାସଲ କଲେ। ମୋଦି ସରକାର ନକ୍ସଲଙ୍କ ବିରୋଧରେ କଡ଼ା ଆଭିମୁଖ୍ୟର ସହ ଆଗକୁ ବଢୁଛନ୍ତି ଏବଂ ସମର୍ପଣରୁ ନେି ସମାବେଶନ ଯାଏଁ ସମସ୍ତ ସୁବିଧା ସତ୍ୱେ ଯେଉଁ ନକ୍ସଲମାନେ ଆତ୍ମ ସମର୍ପଣ କରୁନାହାନ୍ତି, ସେମାନଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଯାଉଛି। ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପୂର୍ବରୁ ଦେଶ ନକ୍ସଲ ମୁକ୍ତ ହୋଇଯିବ।
ଫେବ୍ରୁଆରୀ ୧ ତାରିଖରେ ବିଜାପୁରରେ ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଥିଲେ ୮ ଜଣ ମାଓବାଦୀ। ଜାନୁଆରୀ ୨୯ ତାରିଖରେ ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ଆତ୍ମସମର୍ପଣ କଲେ ୨୯ ଜଣ ନକ୍ସଲ। ୨୧ ଜାନୁଆରୀରେ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ନିପାତ ହୋଇଥିଲେ ୧୪ ଜଣ ମାଓବାଦୀ। ଏମାନଙ୍କ ମଧ୍ୟରେ ଥିଲା ଓଡ଼ିଶା ମାଓ କମିଟିର ମୁଖ୍ୟ ଚଲପତି, ଯାହା ମୁଣ୍ଡ ଉପରେ ଥିଲା ୧ କୋଟି ଟଙ୍କାର ପୁରସ୍କାର। ତାର ପାଞ୍ଚ ଦିନ ପୂର୍ବରୁ ଜାନୁଆରୀ ୧୬ ତାରିଖରେ ବିଜାପୁରରେ ହୋଇଥିବା ଅପରେସନରେ ଟଳିଲେ ୧୮ ଜଣ ମାଓବାଦୀ।
ମୋଦି ସରକାରଙ୍କ କଡ଼ା ଆଭିମୁଖ୍ୟ ଫଳରେ ଦେଶରେ ଏବେ ଶେଷ ନିଃଶ୍ବାସ ନେଉଛି ମାଓବାଦ। ମିଳିଥିବା ସୂଚନା ଅନୁସାରେ ଆଗାମୀ ଦିନରେ ଆହୁରି ବଡ଼ ଅପରେସନ। ଏବେ ନକ୍ସଲ କମାଣ୍ଡର ହିଡ଼ିମାକୁ ଖୋଜିବାରେ ଲାଗିଛନ୍ତି ସୁରକ୍ଷାବାହିନୀ। ଏଥିପାଇଁ ଟେକ୍ନିକାଲ୍ ସର୍ଭେଲାନ୍ସରୁ ନେଇ ଗୁଇନ୍ଦା ସୂତ୍ରର ବ୍ୟବହାର କରାଯାଉଛି। ଏଥିପାଇଁ ୧୨୫ରୁ ଅଧିକ ଗାଁରେ ଟେକ୍ନିକାଲ୍ ମ୍ୟାପିଂ କରାଯାଉଛି । ଛତିଶଗଡ଼ ନେଇ ଓଡ଼ିଶା, ଝାଡ଼ଖଣ୍ଡ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ ନେଇ ମହାରାଷ୍ଟ୍ର ସୀମା ଯାଏଁ ୧୨୫ ଗାଁରେ ଥର୍ମାଲ୍ ଇମେଜିଂ କରାଯାଉଛି।