ମାସ ଶେଷରେ କ'ଣ କହୁଛି ଆପଣଙ୍କ ରାଶିଫଳ

Key Points
କ'ଣ କହୁଛି ଆପଣଙ୍କ ରାଶିଫଳ
ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ରାଶିଫଳ
ଏହି ରାଶି ପାଇଁ ଆଜି ଦିନଟି ଭାରି ଶୁଭ
ମେଷ-
ପରିବାର ସହ ଯାତ୍ରାରେ ସଫଳତା ହାସଲ କରିପାରିବେ । ଆପଣଙ୍କ ଉଦାର ସ୍ୱଭାବ ସମସ୍ତଙ୍କୁ ପ୍ରଭାବିତ କରିବ । ନୂଆ ବ୍ୟବସାୟ ନିର୍ମାଣରେ ଅଗ୍ରଗତି କରିବେ । ଗୁରୁତ୍ୱପୂର୍ଣ୍ଣ କାମଟିକୁ କରିନପାରି ଦୁଃଖ ଅନୁଭବ କରିପାରନ୍ତି। ଆପଣ ମନ ବୁଝିଲା ଭଳି କଥା କହି ଅନ୍ୟମାନଙ୍କୁ ଆପଣେଇ ନେବେ । କ୍ରୀଡ଼ାକ୍ଷେତ୍ରରେ ପ୍ରଶଂସିତ ହେବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ
ବୃଷ-
ସ୍ୱାସ୍ଥ୍ୟ ସମନ୍ଧରେ ସମସ୍ୟା ଦୂର ହେବ । ବ୍ୟବସାୟରେ କ୍ଷତି ଘଟିବା ଯୋଗୁ କ୍ରମେ କାରବାର ସଙ୍କୁଚିତ ହେବ । ସଭା ସମିତିରେ କୈାଣସି କଥାରେ ଆପଣଙ୍କ ସପକ୍ଷେର ଯିବ ନାହିଁ । ଶିକ୍ଷାତ୍ରୀ ମାନେ ଦେଇଥିବା ପରିକ୍ଷାରେ କୃତକାର୍ୟ୍ୟ ହେବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ
ମିଥୁନ-
ବନ୍ଧୁଙ୍କ ସାହାଯ୍ୟ ସହେଯାଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବେ । କର୍ମ କ୍ଷେତ୍ରରେ ଏକାଧୀକ କାମ ହାତକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି । ଛାତ୍ରଛାତ୍ରି ମାନେ ପଢାରେ ପ୍ରଂଶସିତ ହେବେ । ସରକାରୀ କ୍ଷେତ୍ରରୁ ଉପକୃତ ହୋଇପାରିବେ । ଆପଣଙ୍କ ପାଇଁ ଟଙ୍କା ରୋଜଗାର କରିବାର ଅନେକ ସରଳ ଉପାୟ ମିଳିବ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ-
ସୁଖ, ସମୃଦ୍ଧି ବଢିବ , ମହିଳା ମାନେ ସମ୍ମାନୀୟ ହେବେ । ଧାତୁଅଳଙ୍କାର କ୍ରୟ କରି ସାମୟିକ ଆତ୍ମତୃପ୍ତି ଅନୁଭବ କରିବାର ସୁଯୋଗ ପାଇବେ । ସରକାରୀ ସ୍ଥରରେ କେତେକ ସୁବିଧା ପାଇବା ହେତୁ ଖୁସି ରହିବେ । ନୃତ୍ୟ ବାଦି କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ
ସିଂହ-
ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବାର ଦେଖାଯିବ । ଭୁଲ୍ ବୁଝାମଣା ହେତୁ ଟିକିଏ ଟିକିଏ କଥାରେ ପରିବାରରେ କଳହ ଲାଗିପାରେ। ବୈବାହିକ ବନ୍ଧନରେ ବାନ୍ଧି ହୋଇପାରନ୍ତି । ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ। ଛାତ୍ର ଛାତ୍ରୀ ମାନେ ପଢାରେ ମନଯୋଗ ରଖି ପାରିବେ ନାହିଁ । ମାଲିମକଦ୍ଦମାରେ ବିଜୟ ପ୍ରାପ୍ତିର ଆଶା କରିବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
କନ୍ୟା-
ଆପଣଙ୍କୁ ନିରନ୍ତର ଭାବରେ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ । ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢିବ । ସଭାସମିତିରେ କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ । କର୍ମ କ୍ଷେତ୍ରରେ ନିଜର ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ପିଲାମାନେ ପାଠପଢା ପ୍ରତି ବିମୁଖ ହେବେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଗଣେଷଙ୍କୁ ଦ୍ୱବ ଦାନ କରନ୍ତୁ
ତୁଳା-
ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। ବିଦେଶରେ ଥିବା ସମ୍ପର୍କୀୟଙ୍କ ଠାରୁ ଆର୍ଥିକ ସହାୟତା ପାଇବେ ସାହିତ୍ୟ, ସଙ୍ଗୀତ ଓ ଆନୁଷ୍ଠାନିକ କାମରେ ସମସ୍ୟା ସମାଧାନ ହେବ। ମାଲି ମକଦ୍ଦମା, ତର୍କବିତର୍କ, ସଭା ସମିତି, ସଙ୍ଗଠନ, ନିର୍ମାଣ, ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମକୁ ପୂଜାର୍ଚ୍ଚନା କରନ୍ତୁ
ବିଛା-
ବାଣିଜ୍ୟ, ବ୍ୟବସାୟ, ନିର୍ମାଣ, କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ଆୟ ବଢ଼ିବାରେ ବାଧା ଉପୁଜିବ । ଭାତୃ ମଧ୍ୟରେ ମନ ମାଳିନ୍ୟ ହୋଇପାରେ । କୋର୍ଟରେ ଶୁଭ ଖବର ପାଇବେ । ଛାତ୍ରଛାତ୍ରୀ ମାନେ ପଢାରେ ଆଗେଇବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବିଦ୍ଧି ପୂର୍ବକ ଶିବଙ୍କର ପୂଜା କରନ୍ତୁ
ଧନୁ-
ବିଦେଶରେ କାମ କରି ଆପଣଙ୍କ ବୃତ୍ତିକୁ ଆଗକୁ ବଢାଇବେ । ଦାମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ଭରି ରହିବ । ଆନୁଷ୍ଠାନିକ କ୍ଷେତ୍ର କିମ୍ବା ସାଂସ୍କୃତିକ କାର୍ୟ୍ୟକ୍ରମରୁ ଅର୍ଥ ଓ ସମ୍ମାନ ଲାଭ ଯୋଗ ରହିଛି । ସନ୍ତାନଙ୍କ ପାଇଁ ମନ ଉଦ୍ବେଗ ରହିବା ଫଳରେ ମାନସିକ ଅସ୍ଥିରତା ଭିତରେ ରହିବେ । ସ୍ୱଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିପାରନ୍ତି ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର-
ଗୃହସମସ୍ୟାକୁ ସମାଧାନ କରି ଧନ ସମ୍ପତିକୁ ଆୟତ କରିପାରିବେ। ମହିଳା ମାନେ ଆଭୁଷଣ ପ୍ରିୟ ହେବେ । ଚୟନ ଭୁମିକୁ କ୍ରୟ କରିବେ । ଋଣଗ୍ରସ୍ତ ହୋଇ ନୂତନ ଗୃହ ନିର୍ମାଣ କରି ପାରନ୍ତି । କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କୁମ୍ଭ-
କିଛି ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଧୀରେ ଧୀରେ ଧନ ସଂଗ୍ରହରେ ବୃଦ୍ଧି ଘଟିବ । ପ୍ରତ୍ୟେକ କ୍ଷେତ୍ରରେ ଦେଖିଚାହିଁ କାମ ନ କଲେ ପରିସ୍ଥିତି ଜଟିଳତା ଆଡ଼କୁ ଗତି କରିପାରେ। ପିଲାମାନଙ୍କ ସକାଶେ ଥିବା ସମସ୍ୟାକୁ ଦୂରେଇବାରେ ସମର୍ଥ ହେବେ । କଳା କ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ମୀନ-
ଅଫିସରେ କରିଥିବା କାମର ଶ୍ରେୟ କାହାରିକୁ ଦିଅନ୍ତୁ ନାହିଁ । ଖବରଦାତା, ଆୟନଜ୍ଞ ମାନେ ବିଶେଷ ଉପକୃତ ହେବେ । ପଡୋଶୀ ସବୁ ପାସୋରି ବନ୍ଧୁତାର ହାତ ବଢାଇବେ । କୈାଣସି କାମକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ସୂର୍ୟ୍ୟ ନାରାୟଣଙ୍କୁ ଜଳ ପ୍ରଦାନ କରନ୍ତୁ