ପ୍ରେମିକାକୁ ୩୧ ଖଣ୍ଡ ଘଟଣା: ଅଭିଯୁକ୍ତ ପ୍ରେମିକ ଓ ତାର ପତ୍ନୀଙ୍କୁ ଅଟକ ରଖିଛି ପୋଲିସ
·2 years ago·1 min read

ଅର୍ଗସ ବ୍ୟୁରୋ: ନବରଙ୍ଗପୁରରର ଚାଞ୍ଚଲ୍ୟକର ହତ୍ୟାକାଣ୍ଡକୁ ନେଇ ତନାଘନା ଚଳାଇଛି ପୋଲିସ। ପ୍ରେମିକାକୁ 31 ଖଣ୍ଡ କରି ପୋତିବା ଘଟଣାରେ ଅଭିଯୁକ୍ତ ପ୍ରେମିକ ଓ ତାର ପତ୍ନୀଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରିରଖିଛି। ରାଇଘର ଥାନା ଅନ୍ତର୍ଗତ ଗୋନା ଗ୍ରାମ ମରମଡିହି ଜଙ୍ଗଲରୁ ମିଳିଥିଲା ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ। ରାଇଘର ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଚଳାଇଛି । ଏବଂ ଗତ କାଲି ଠାରୁ ପ୍ରେମିକ ଚନ୍ଦ୍ର ଓ ତାଂକ ସ୍ତ୍ରୀଙ୍କୁ ସନ୍ଦେହ ରେ ଅଟକ ଅଧିକ ପଚରା ଉଚ୍ଚରା ଜାରି ରଖିଛି । ଶବ ବ୍ୟବଚ୍ଛେଦ ପରେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି SDPO ।
ବିବାହିତ ପୁରୁଷଙ୍କ ସହିତ ପ୍ରେମ ସମ୍ପର୍କ: ପରେ ୩୧ ଖଣ୍ଡ
ଯୁବତୀଙ୍କୁ ୩୧ ଖଣ୍ଡ। ତିଲାବତୀ ନାମକ ଯୁବତୀଙ୍କୁ କେହି ୩୧ ଖଣ୍ଡ କରି ପୋତି ଦେଇଥିଲା ଦୁର୍ବୃତ୍ତ। ପୋତା ଯାଇଥିବା ସ୍ଥାନରେ ନିକଟରେ ଥିବା ଗଛ ଏବଂ ଜମିରେ ରକ୍ତ ଛିଟା ଦେଖି ଏହା ହତ୍ୟା ବୋଲି ଅନୁମାନ କରାଯାଉଛି। ଯାହାକୁ ଆଧାର କରି ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: