Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚଳିତ ଜାନୁୟାରୀଠାରୁ ଅଗଷ୍ଟ ପର୍ଯ୍ୟନ୍ତ ୩୧୪ ଜଣ ନକ୍ସଲଙ୍କ ଆତ୍ମସମର୍ପଣ

Banajyotshna Ray
Browse all articles by Banajyotshna Ray
·10 months ago·1 min read
ଚଳିତ ଜାନୁୟାରୀଠାରୁ ଅଗଷ୍ଟ ପର୍ଯ୍ୟନ୍ତ ୩୧୪ ଜଣ ନକ୍ସଲଙ୍କ ଆତ୍ମସମର୍ପଣ

Key Points

୮ ନକ୍ସଲଙ୍କ ଆତ୍ମସମର୍ପଣ
ଭଦ୍ରାଦୀ କଥାଗୁଡୁମ୍ ଜିଲ୍ଲା ପୋଲିସ ନିକଟରେ କଲେ ଆତ୍ମସମର୍ପଣ
ସମସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ

୮ ନକ୍ସଲଙ୍କ ଆତ୍ମସମର୍ପଣ । ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ କଥାଗୁଡୁମ୍ ଜିଲ୍ଲା ପୋଲିସ ନିକଟରେ ବିଜାପୁର ଅଞ୍ଚଳର ୮ ଜଣ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ସେମାନେ ହେଲେ ଏସିଏମ ଭେଟ୍ଟି ସୋମଡା, ପାର୍ଟି ସଦସ୍ୟ ମୁଚାକି ରାକମେ, ମିଲିସିଆ କମାଣ୍ଡର ଓୟାମ ଲକ୍ଷ୍ମଣ, ମିଲିସିଆ ସଦସ୍ୟ ପଡିଆମ କୋସା, ମିଲିସିଆ ସଦସ୍ୟ ମୁଡାମ କୋସା, ମିଲିସିଆ ସଦସ୍ୟ ମାଡବୀ ନନ୍ଦୁ, ମିଲିସିଆ କରାମ ସୋମଡୁ ଏବଂ ମିଲିସିଆ ମାଡ଼ବୀ ଉରା ।


ପ୍ରଶାସନ ତରଫରୁ ସମସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ । ଚଳିତ ଜାନୁଆରିଠାରୁ ଅଗଷ୍ଟ ପର୍ଯ୍ୟନ୍ତ ଭଦ୍ରାଦୀ କଥାଗୁଡୁମ ଜିଲ୍ଲାରେ ୩୧୪ ଜଣ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି । ମୁଖ୍ୟସ୍ରୋତକୁ ଫେରୁଛନ୍ତି ମାଓବାଦୀ। ଆଗରୁ ମଧ୍ୟ ଏପରି ଭାବରେ ଅନେକ ମାଓବାଦୀ ମୁଖ୍ୟସ୍ରୋତକୁ ଫେରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
314 Naxals surrendered from January to August this year || Argus News | Argus News