Videos
|
Odisha

ଆକ୍ସନ ମୋଡ୍ ରେ ସରକାର, ଶ୍ରୀମନ୍ଦିରରୁ 32 ଜଣ ଅବସରପ୍ରାପ୍ତ ଅଧିକାରୀ ବିଦା

Smruti Parija
Browse all articles by Smruti Parija
·2 years ago·2 min read
ଆକ୍ସନ ମୋଡ୍ ରେ ସରକାର, ଶ୍ରୀମନ୍ଦିରରୁ 32 ଜଣ ଅବସରପ୍ରାପ୍ତ ଅଧିକାରୀ ବିଦା

Key Points

  • ଆକ୍ସନ ମୋଡ୍ ରେ ସରକାର
  • ଶ୍ରୀମନ୍ଦିରରୁ 32 ଜଣ ଅବସରପ୍ରାପ୍ତ ଅଧିକାରୀ ବିଦା
  • ଅବସର ପରେ କାର୍ଯ୍ୟ କରୁଥିଲେ
  • ବିଦା କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟଳାୟ ଥଇଥାନ କେନ୍ଦ୍ର ପାଲଟିଥିବା ପ୍ରସଙ୍ଗକୁ ନେଇ ବାରମ୍ବାର ଖବର ପ୍ରସାରଣ ପରେ ଆକ୍ସନ ମୋଡ୍ ରେ ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରରେ ଥଇଥାନ ହୋଇଥିବା 32 ଜଣ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ କାର୍ଯ୍ୟରୁ ବିଦା କରିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

ଯେଉଁଥିରେ ରହିଛନ୍ତି ରାଜସ୍ୱ ବିଭାଗର ସର୍ବାଧିକ ଅଧିକାରୀ ଓ କର୍ମଚାରୀ । ଶ୍ରୀମମନ୍ଦିରରେ ଅବସରପ୍ରାପ୍ତ ଅଧିକାରୀଙ୍କୁ ଥଇଥାନ କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ସରକାରୀ ଚାକିରି ସର୍ତ୍ତାବଳୀର ଉଲ୍ଲଂଘନ କରି 70 ବର୍ଷ ପରେ ବି ଏମାନଙ୍କୁ ଚାକିରିରେ ରଖାଯାଇଥିଲା ଓ ବର୍ଷ ବର୍ଷ ଧରି ଏମାନଙ୍କ ଚାକିରି ଅବଧି ବି ବଢାଇ ଦିଆଯାଇଥିଲା । 

32 ଜଣଙ୍କୁ କାର୍ଯ୍ୟରୁ ଅବସର ଦିଆଯାଇଥିବା ବେଳେ ସେଥିରେ ଶ୍ରୀମନ୍ଦିର କାର୍ଯ୍ୟାଳୟର 12ରୁ ଅଧିକ ଅଧିକାରୀ ଓ କର୍ମଚାରୀ ରହିଛନ୍ତି । ବାକି ବିଭିନ୍ନ ଜିଲ୍ଲାର ଅମିନ ଓ ସମନ୍ୱୟ ଅଧିକାରୀ ରହିଛନ୍ତି । ଅବସରପ୍ରାପ୍ତଙ୍କ ଭିତରେ ଶ୍ରୀମନ୍ଦିର ଉନ୍ନୟନ ବିଭାଗ ଅଜୟ କୁମାର ଜେନା, ରାଜସ୍ୱ ବିଭାଗ ଭୂମି ଅଧିକାରୀ ଲକ୍ଷ୍ମଣ କୁମାର ସ୍ୱାଇଁ ପ୍ରମୁଖ ରହିଛନ୍ତି । 

ପୂର୍ବ ସରକାରରେ ବାରମ୍ବାର ପୁନଃ ନିଯୁକ୍ତି ହେବା ଫଳରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନିଯୁକ୍ତି ସୁଯୋଗ ମଧ୍ୟ ଠପ୍‌ ହୋଇଯାଇଥିଲା । ଏବେ ଭାଜପା ସରକାର ଏ ନିଯୁକ୍ତି ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଗତ ୧୦ ବର୍ଷରେ ଅନେକ ଅଧିକାରୀ ଅବସର ନେବା ପରେ ଓଏସଡି ଭାବେ ମିଳିଥିଲା ପୁନଃ ନିଯୁକ୍ତି । ଏବେ ଖାଲି ହେବାକୁ ଥିବା ପଦବୀକୁ ଓଡ଼ିଶା ସବୋର୍ଡିନେଟ ଷ୍ଟାଫ କମିଶନ ଜରିଆରେ ପୂରା କରିବାକୁ ସରକାରଙ୍କୁ ସୁପାରିସ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବରୁ ଯେଉଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଆସୁଥିଲେ, ସେମାନେ ଏମାନଙ୍କ କାର୍ଯ୍ୟକାଳ ବୃଦ୍ଧି କରିଚାଲିଥିଲେ । ତେବେ ଡ. ଅରବିନ୍ଦ ପାଢୀ ମୁଖ୍ୟ ପ୍ରଶାସକ ଭାବରେ ଦାୟିତ୍ୱ ନେବା ପରେ ଏହି କଡା ପଦକ୍ଷେପ ନେଇଛନ୍ତି । ସେପଟେ ଆହୁରି ବି ଅନେକ ଅବସରପ୍ରାପ୍ତ ଶ୍ରୀମନ୍ଦିରରେ କାର୍ଯ୍ୟାଳୟରେ ଚାକିରି କରିଛନ୍ତି । ଅବସର ପରେ ମଧ୍ୟ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନିଯୁକ୍ତି ପାଇ ବହୁ ବର୍ଷ ହେବ କାର୍ଯ୍ୟ କରି ଆସୁଛନ୍ତି ଅଧିକାରୀମାନେ ।