Videos
|
Odisha

ଓଡ଼ିଶା ଟେକ୍ସ-୨୦୨୫ରେ ସରକାରୀ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍

Smruti Parija
Browse all articles by Smruti Parija
·1 year ago·1 min read
 ଓଡ଼ିଶା ଟେକ୍ସ-୨୦୨୫ରେ ସରକାରୀ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍

Key Points

ସପ୍ତାହରେ ଗୋଟିଏ ଦିନ ଓଡ଼ିଶା ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକ ପିନ୍ଧିବାକୁ ଆହ୍ବାନ

କହିଲେ, ଜୀବନ କାଳ ଭିତରେ ଥରେ ହାତବୁଣା ବସ୍ତ୍ର କିଣି ଘରକୁ ନିଅନ୍ତୁ
ଓଡିଶା ଟେକ୍ସ ୨୦୨୫ରେ ଆଜି ୩୩ଟି ଏମଓୟୁ ସ୍ଵାକ୍ଷରିତ

ଓଡ଼ିଶା ଟେକ୍ସ-୨୦୨୫ରେ ସରକାରୀ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ । ସପ୍ତାହରେ ଗୋଟିଏ ଦିନ ଓଡ଼ିଶା ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକ ପିନ୍ଧିବାକୁ ଆହ୍ବାନ । କହିଲେ, ଜୀବନ କାଳ ଭିତରେ ଥରେ ହାତବୁଣା ବସ୍ତ୍ର କିଣି ଘରକୁ ନିଅନ୍ତୁ । ସବୁ ବର୍ଷ ହେବ ଅନୁଷ୍ଠିତ ହେବ ଓଡିଶା ଟେକ୍ସ କନକ୍ଳେଭ । ଓଡିଶା ଟେକ୍ସ ୨୦୨୫ରେ ଆଜି ୩୩ଟି ଏମଓୟୁ ସ୍ଵାକ୍ଷରିତ ହୋଇଛି ।


ଏଥିରେ ୭୮୦୮ କୋଟି ନିବେଶ ଆସିବା ସହ ୫୩୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି କହିଛନ୍ତି, ଦେଶରେ ବସ୍ତ୍ର ଶିଳ୍ପରେ ଯେତେ ନିବେଶ ଆସିଛି ସେଥିରୁ ୪୦ ପ୍ରତିଶତ ନିବେଶ ଓଡିଶାକୁ ଆସିଛି । ଆସନ୍ତା ୧୦ ବର୍ଷରେ ବୟନ ଶିଳ୍ପରେ ୫ ଲକ୍ଷ ନିଯୁକ୍ତି ଲକ୍ଷ୍ୟ ରହିଛି । ଆଗକୁ ରାଜ୍ୟରେ ଆଉ ୫ ଟେକ୍ସଟାଇଲ ପାର୍କ ବିକଶିତ କରାଯିବ । ଓଡ଼ିଶାରେ ଅଧିକରୁ ଅଧିକ ନିବେଶ ପାଇଁ ଅପିଲ କଲେ ମୁଖ୍ୟମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆମ ସରକାର ପ୍ରଥମ ୬ ମାସରେ ୧ ଲକ୍ଷ ୭୮,୩୭୬ କୋଟିର ନିବେଶ ଗ୍ରାଉଣ୍ଡେଡ଼ କରାଇଛୁ । ଆଉ ୬ ମାସରେ ଏହା ଡବଲ ହେବ । ଆଉ ତାମିଲନାଡୁ, ଆନ୍ଧ୍ର ଖଟିବାକୁ ଯିବେନି ଓଡିଶା ଲୋକ ।

33-mous-signed-today-for-odisha-textile-2025 | Argus News