Videos
|
Odisha

 ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୩୩% ବିଧାୟକ ପ୍ରାର୍ଥୀ କୋଟିପତି

Smruti Parija
Browse all articles by Smruti Parija
·2 years ago·2 min read
 ତୃତୀୟ ପର୍ଯ୍ୟାୟ ନିର୍ବାଚନରେ  ୩୩% ବିଧାୟକ ପ୍ରାର୍ଥୀ କୋଟିପତି

ଭୁବନେଶ୍ୱର:  ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୬ ଜଣ ଅର୍ଥାତ୍ ୩୩% ବିଧାୟକ ପ୍ରାର୍ଥୀ କୋଟିପତି । କେନ୍ଦୁଝର ଚମ୍ପୁଆର BJD ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ତୃତୀୟ ପର୍ଯ୍ୟାୟର ସବୁଠୁ ଧନୀ ବିଧାୟକ ପ୍ରାର୍ଥୀ । ତାଙ୍କ ସମ୍ପତ୍ତି ମୂଲ୍ୟ ୨୨୭ କୋଟି ୬୭ ଲକ୍ଷ ଟଙ୍କା । ସେହିପରି ୧୨୨ କୋଟି ୮୬ ଲକ୍ଷ ଟଙ୍କା ସମ୍ପତ୍ତି ସହ ଘଷିପୁରାର ସ୍ଵାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ପର୍ଯ୍ୟାୟର ଦ୍ୱିତୀୟ ଧନୀ ବିଧାୟକ ପ୍ରାର୍ଥୀ ହୋଇଥିବାବେଳେ ୧୨୦ କୋଟି ୫୬ ଲକ୍ଷ ଟଙ୍କା ସମ୍ପତ୍ତି ସହ ତୃତୀୟ ସ୍ଥାନରେ ଅଛନ୍ତି ନୟାଗଡ଼ BJP ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ । 

ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ କଟକ ବଡମ୍ବାରୁ ସମୃଦ୍ଧ ଓଡ଼ିଶା ପକ୍ଷରୁ ବିଧାୟକ ପ୍ରାର୍ଥୀ କୈଳାଶ ଚନ୍ଦ୍ର ନାୟକ ସବୁଠୁ ଗରିବ ବିଧାୟକ ପ୍ରାର୍ଥୀ । ତାଙ୍କ ସମ୍ପତ୍ତି ମୂଲ୍ୟ ମାତ୍ର ୧ ହଜାର ଟଙ୍କା । ସେହିପରି ପୁରୀ ବ୍ରହ୍ମଗିରି ସ୍ୱାଧୀନ ପ୍ରାର୍ଥୀ ସୁକାନ୍ତ ଘଡେଇ ଓ ଖୋର୍ଦ୍ଧା ଭୁବନେଶ୍ଵର ଉତ୍ତର CPI(ML) ପ୍ରାର୍ଥୀ ଗୋପୀନାଥ ନାୟକଙ୍କ ସମ୍ପତ୍ତି ମୂଲ୍ୟ ମାତ୍ର ୨ ହଜାର ଟଙ୍କା । 
ତୃତୀୟ ପର୍ଯ୍ୟାୟର ୩୮୧ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଜଣ ପ୍ରାର୍ଥୀ ସ୍କୁଲ ହତା ମାଡ଼ି ନଥିବା ବେଳେ ଅନ୍ୟ ଦୁଇ ଜଣ ପଞ୍ଚମ ବି ପାସ କରି ନାହାନ୍ତି । ୧୧ ଜଣ ପ୍ରାର୍ଥୀ ପଞ୍ଚମ ପାସ କରିଥିବା ନେଇ ସତ୍ୟପାଠ ଦାଖଲ କରିଥିବା ବେଳେ ୩୨ ଜଣ ଅଷ୍ଟମ ପାସ, ୪୯ ଜଣ ଦଶମ, ୮୬ ଜଣ ସ୍ନାତକ, ୬ ଜଣ ଡକ୍ଟରେଟ୍ କରିଛନ୍ତି । 

ସତ୍ୟପାଠ ବିଶ୍ଳେଷଣ ହୋଇଥିବା ୩୮୧ ଜଣ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୭ ଜଣ ପୁରୁଷ ହୋଇଥିବା ବେଳେ ୪୪ ଜଣ ମହିଳା । ସେହିପରି ଜଣେ ପ୍ରାର୍ଥୀଙ୍କ ବୟସ ୮୦ ବର୍ଷରୁ ଅଧିକ ଥିବା ବେଳେ ୪୧ରୁ ୫୦ ବର୍ଷ ବୟସ ବର୍ଗରେ ଅଛନ୍ତି ସର୍ବାଧିକ ୧୨୯ ଜଣ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
33% of the MLA candidates in the third phase of the election are millionaires | Argus News