Videos
|
Odisha

ରାଜ୍ୟରେ 34 ଲକ୍ଷ 85 ହଜାର ଚାଷୀ ପାଇଲେ ଲାଭ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାଜ୍ୟରେ 34 ଲକ୍ଷ  85 ହଜାର ଚାଷୀ ପାଇଲେ ଲାଭ

Key Points

ଚାଷୀଙ୍କ ଖାତାକୁ ଆସିଲା ପିଏମ୍‌ କିଷାନ ଟଙ୍କା
ଦେଶରେ 9କୋଟି 70 ଲକ୍ଷ ଚାଷୀ ହେଲେ ଉପକୃତ
ରାଜ୍ୟରେ 34 ଲକ୍ଷ 85 ହଜାର ଚାଷୀ ପାଇଲେ ଲାଭ
କାଳିଆ କଥା କହି ପୂର୍ବ ସରକାରକୁ ବାଣ ମାରିଲେ ମୋହନ

ବାରଣାସୀରୁ ଚାଷୀଙ୍କ ଆକାଉଣ୍ଟକୁ ୨୦ତମ କିସ୍ତି ପଠାଇଲେ ପ୍ରଧାନମନ୍ତ୍ରୀ ମୋଦି । ଡିବିଟି ଜରିଆରେ ଚାଷୀ ପାଇଲେ ୨ ହଜାର ଲେଖାଏଁ ଟଙ୍କା । ଦେଶର ୯ କୋଟି ୭୦ ଲକ୍ଷରୁ ଅଧିକ ଚାଷୀ ହେଲେ ଉପକୃତ । ଚାଷୀଙ୍କୁ ୨୦ ହଜାର ୫୦୦ କୋଟି ଟଙ୍କା ପଠାଇଲେ କେନ୍ଦ୍ର ସରକାର । ଏହି ଅବସରରେ ଭୁବନେଶ୍ବରରେ ଆୟୋଜିତ ହୋଇଥିଲା ରାଜ୍ୟ ସ୍ତରୀୟ ପିଏମ କିଷାନ କାର୍ଯ୍ୟକ୍ରମ । ପିଏମ କିଷାନର ୨୦ତମ କିସ୍ତିରେ ରାଜ୍ୟର ୩୪ ଲକ୍ଷ ୮୫ ହଜାର ୮୮୧ ଚାଷୀଙ୍କୁ ମିଳିଲା ୬୮୭ କୋଟି ଟଙ୍କା । ଏହି କାର୍ଯ୍ୟକ୍ରମରେ ବିଜେଡି ସରକାର କେମିତି ଚାଷୀଙ୍କୁ ପ୍ରତାରଣା କରଥିଲେ ତାର ଉଦାହରଣ ରଖି ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।


ଗତ ସରକାର ଚାଷୀଙ୍କୁ ଯେଉଁ ଭଳି ଭାବେ ସହାୟତା ଦେବା କଥା ଦେଉନଥିଲେ । ଚାଷୀଙ୍କ ମୁହଁକୁ ଚାହୁଁ ନଥିଲେ । କାଳିଆ ଯୋଜନା ନାଁରେ ମିଛ କଥା କହି ଚାଷୀଙ୍କୁ ଅଡ଼ୁଆରେ ପକାଉଥିଲେ । ପୂର୍ବ ସରକାର ସମୟରେ ୨୯ ଲକ୍ଷ ଚାଷୀ ପିଏମ କିଷାନରେ ଅନ୍ତର୍ଭୁକ୍ତ ହୋଇଥିଲେ । ବିଜେପି ସରକାରରେ ଓଡ଼ିଶାର ଅଧିକ ୬ ଲକ୍ଷ ଚାଷୀ ପିଏମ କିଷାନ ଯୋଜନାରେ ଯୋଡ଼ି ହୋଇଛନ୍ତି । ତେବେ ଦୀର୍ଘ ଦିନ ଧରି ଯୋଜନାରୁ ବଞ୍ଚିତ ଥିବା ଚାଷୀ ପିଏମ କିଷାନର ଟଙ୍କା ପାଇବା ପରେ କଣ କହୁଛନ୍ତି ଶୁଣନ୍ତୁ । ସିଏମ କିଷାନ ପିଏମ କିଷାନ, ସୁଭଦ୍ରା ଭଳି ବିଭିନ୍ନ ଯୋଜନାରୁ ପ୍ରତି ବର୍ଷ ଜଣେ ଚାଷୀ ୩୦ ହଜାର ଟଙ୍କାର ସରକାରୀ ସହାୟତା ପାଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

34-lakh-85-thousand-farmers-in-the-state-received-benefits | Argus News