Videos
|
Odisha

ମୌଳିକ ସହାୟତା ଅପେକ୍ଷାରେ ୩୫ ପରିବାର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମୌଳିକ ସହାୟତା ଅପେକ୍ଷାରେ ୩୫ ପରିବାର

Key Points

ସମସ୍ୟା ଫାନ୍ଦରେ ଫନ୍ଦୀଗୁଡା
ଅନ୍ଧାର ଏଠି କରୁଛି କଲବଲ
ମୌଳିକ ସହାୟତା ଅପେକ୍ଷାରେ ୩୫ ପରିବାର

ଦୁର୍ଗମରେ ରାତିଟିଏ କାର୍ଯ୍ୟକ୍ରମ ପାଇଁ ମାଲକାନଗିରି ଫନ୍ଦିଗୁଡା ଗୁଡାକୁ ବାହାରିଥିଲା ଆମ ଟିମ୍ । ରାତି ପ୍ରାୟ 7 ଟା ହେବ । ତାଣ୍ଡିକୋଣ୍ଡା ଗାଁ ରୁ କିଛି ବାଟ ଆମ ଚାରି ଚକିଆ ଗାଡି ରେ ଗଲା ପରେ ରାସ୍ତା ଖରାପ ଯୋଗୁଁ ଆମ ଗା1ଡି ରାସ୍ତାରେ ଦବି ଯାଇଥିଲା । ଗ୍ରାମବାସୀ ଙ୍କ ସହାୟତା ରେ ଯେତେ ଚେଷ୍ଟା କଲେ ମଧ୍ୟ ଗାଡି ନ ବାହାରିବାରୁ ଆମେ ଗାଡିକୁ ସେଠାରେ ଛାଡି ଚାଲିଚାଲି ବାହାରିପଡିଲୁ ଫନ୍ଦିଗୁଡା ଅଭିମୁଖେ । ଗାଁ ଆରମ୍ଭରେ ଆମକୁ ଅପେକ୍ଷା କରି ରହିଥିଲେ ଗାଁର ମହିଳା । ଆମକୁ ଆଦିବାସୀ ପରମ୍ପରାରେ ସ୍ୱାଗତ ମଧ୍ୟ କଲେ ।


ରାତି ପ୍ରାୟ 8 ଟା । ଚାରିଆଡେ କିଟ କିଟ ଅନ୍ଧାର । ଲୋକଙ୍କ ଭରସା କିରସିନ ଡିବି ଆଉ ମୋବାଇଲ ଲାଇଟ । ଗାଁ କୁ ଯୋଗାଯୋଗର ରାସ୍ତା ନାହିଁ କିନ୍ତୁ ଗାଁ ଭିତରେ କଂକ୍ରିଟ ରୋଡ଼ । ପାନୀୟ ଜଳର ବ୍ୟବସ୍ଥା ପାଇଁ 2020 ମସିହାରେ କୋରୁକୋଣ୍ଡା ବ୍ଲକ ପକ୍ଷରୁ ସୌର ଚାଳିତ ଓଭର ହେଡ ଟାଙ୍କି ର ବ୍ୟବସ୍ତା କରାଯାଇଛି । କିନ୍ତୁ ଏହି ଲାଇଟ କେବେ ମଧ୍ୟ ବ୍ୟବହାର ହୋଇନାହିଁ । ଦୀର୍ଘ ବର୍ଷରୁ ବ୍ୟବହାର ନ ହେବା ଯୋଗୁଁ ନଷ୍ଟ ମଧ୍ୟ ହୋଇଗଲାଣି ।

ଗ୍ରାମବାସୀଙ୍କ ଆଲୋଚନା କରିବା ସହ ଆମେ ପହଂଚିଲୁ ଗାଁର ଜଣେ ମହିଳା ବାରେ ମାଡକାମୀ ଙ୍କ ଘରେ , ରୋଷେଇ ଚାଲିଥିଲା , ଦେଖିଲୁ କାଠ ଚୁଲିରେ ଚାଲିଛି ରୋଷେଇ । ବର୍ଷା ଦିନ କାଠ ସବୁ ଓଦା । ଫୁଙ୍କି ଫୁଙ୍କି ନୟାନ୍ତ ହେଇସାରିଲେଣି ବାରେ ମାଡକାମୀ । ତଥାପି ପେଟ ପୁରିବା ପାଇଁ ଚାଲିଛି ପରିଶ୍ରମ । ମୌଳିକ ସୁବିଧା ଏମାନଙ୍କ ପାଇଁ ସାତ ସପନ । ନିର୍ବାଚନ ଆସିଲେ ଏମାନଙ୍କ ଆବଶ୍ୟକ ପଡେ କିନ୍ତୁ ନିର୍ବାଚନ ସରିଲା ପରେ ଏମାନଙ୍କୁ ସମସ୍ତେ ଭୁଲିଯାଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

35-families-waiting-for-basic-assistance | Argus News