Videos
|
Odisha

ପୂର୍ବବର୍ଷ ତୁଳନାରେ କୃଷି ବଜେଟ୍ ପରିମାଣ 36 ପ୍ରତିଶତ ବୃଦ୍ଧି

Smruti Parija
Browse all articles by Smruti Parija
·2 years ago·1 min read
ପୂର୍ବବର୍ଷ ତୁଳନାରେ କୃଷି ବଜେଟ୍ ପରିମାଣ 36 ପ୍ରତିଶତ ବୃଦ୍ଧି

ଅର୍ଗସ ବ୍ୟୁରୋ: ଉପସ୍ଥାପନ ହୋଇଛି ବିଜେପି ସରକାରର ପ୍ରଥମ ବଜେଟ୍ । 2023-24 ତୁଳନାରେ 15 ପ୍ରତିଶତ ଅଧିକ ରହିଛି ବଜେଟ୍ ର ପରିମାଣ । ପୂର୍ବ ସରକାର 2 ଲକ୍ଷ 55 ହଜାର ବଜେଟ୍ ଆଗତ କରିଥିବାବେଳେ ମୋହନ ସରକାର 2 ଲକ୍ଷ 65 ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି । 

ଲୋକଙ୍କ ଆୟ ବଢ଼ାଇବା ପାଇଁ କୃଷି, ଶିକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି ମୋହନ ସରକାର  । ଗତବର୍ଷ କୃଷି ବଜେଟ୍ ଥିଲା 24,829 କୋଟି । ଚଳିତ ବର୍ଷ 33 ହଜାର 919 କୋଟିର କୃଷି ବଜେଟ୍ ସହ କୃଷି ପାଇଁ ବଜେଟରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ପୂର୍ବବର୍ଷ ତୁଳନାରେ କୃଷି ବଜେଟ୍ ପରିମାଣ 36 ପ୍ରତିଶତ ବୃଦ୍ଧି ପାଇଛି ।

ସିଏମ କିସାନ ଯୋଜନା ପାଇଁ 1935 କୋଟି, ଶ୍ରୀ ଅନ୍ନ ଯୋଜନା ପାଇଁ 649 କୋଟି ଘୋଷଣା ହୋଇଛି । ପୂର୍ବ ଘୋଷଣା ଅନୁସାରେ 31 ଶହ ଟଙ୍କାରେ ଧାନ କିଣିବେ ମୋହନ ସରକାର । ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା । ସମୃଦ୍ଧ କୃଷକ ଯୋଜନା ପାଇଁ ବଜେଟରେ 5 ହଜାର କୋଟି ବ୍ୟୟବରାଦ ହୋଇଥିବାବେଳେ ସୁଭଦ୍ରା ଯୋଜନା ପାଇଁ 10 ହଜାର କୋଟି ଅନୁଦାନ ଘୋଷଣା ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟରେ ବନ୍ୟା ଓ ବାତ୍ୟା ଦାଉରୁ ଚାଷ ଓ ଚାଷୀଙ୍କୁ ରକ୍ଷା କରିବାକୁ ବଜେଟରେ ବଡ଼ ଘୋଷଣା କରିଛନ୍ତି ମୋହନ ସରକାର । ପାର୍ବତୀ ଗିରି ମେଗା ଲିଫ୍ଟ  ପ୍ରୋଜେକ୍ଟ ପାଇଁ  ୧୧୨୫ କୋଟି, ବନ୍ୟା ନିୟନ୍ତ୍ରଣ ଓ ଡ୍ରେନେଜ୍  ପାଇଁ ୧୦୩୬ କୋଟି ଅନୁଦାନ ଘୋଷଣା ହୋଇଛି । ଜଳ ସଂରକ୍ଷଣ ଓ ଇରିଗେସନ ଡେଭେଲପମେଣ୍ଟ ପାଇଁ 1872 କୋଟି ଟଙ୍କା ଅନୁଦାନ ଯୋଗାଇଦେବେ ରାଜ୍ୟ ସରକାର ।