Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୩୭୦ କୋଟି ଖର୍ଚ୍ଚ ହୋଇଛି ପିଇବା ପାଣି ପାଉ ନାହାଁନ୍ତି ଲୋକେ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
୩୭୦ କୋଟି ଖର୍ଚ୍ଚ ହୋଇଛି ପିଇବା ପାଣି ପାଉ ନାହାଁନ୍ତି ଲୋକେ

ନୂଆପଡା: ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦେବା ପାଇଁ ମେଗା ପ୍ରକଳ୍ପରେ ଖର୍ଚ୍ଚ ହୋଇଛି ୩୭୦ କୋଟି ଟଙ୍କା । ୨୨୨ ଟି ଗ୍ରାମକୁ ପାଣି ମିଳୁଥିବା ବେଳେ ଦୁଇଟି ଅଞ୍ଚଳର ଲୋକଙ୍କ ପାଖରେ ପହଞ୍ଚି ପାରିନି ବିଶୁଦ୍ଧ ପାଣି। ସ୍ଥାନୀୟ ଲୋକ ଏବେ କହୁଛନ୍ତି ବିଶୁଦ୍ଧ ପାଣି ଯୋଗାଇବାରେ ବିଫଳ ତତ୍କାଳୀନ ବିଜେଡି ସରକାର। ଏଭଳି ଅଭିଯୋଗ ଆସିଛି ନୂଆପଡା ଜିଲ୍ଲା ନୂଆପଡା ବ୍ଲକରୁ। ଜିଲ୍ଲାର ବୋଡ଼େନ ଏବଂ କୋମନା ଅଞ୍ଚଳରେ ମେଗା ପ୍ରକଳ୍ପରେ ପାଣି ପାଉନାହାନ୍ତି ଲୋକେ । ଗାଁରେ ବସୁଧା ଯୋଜନାରେ ପାଇପ ତ ବିଛାଯାଇଛି । ହେଲେ ଆଜିକୁ ଛଅ ମାସ ହେବ ପାଣିର ଦେଖାନାହିଁ ।


ଆଗକୁ ଅସହ୍ୟ ତାତି ଆସୁଥିବା ବେଳେ ଏବେଠୁ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ। ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଏମିତି ହେଲେ ଖରାଦିନେ ପିଇବା ପାଣି ପାଇବାକୁ ଅସୁବିଧା ଉପୁଜିବ। ତେଣୁ ନୂଆ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଏହାର ସମାଧାନ କରିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ନୂଆପଡ଼ା ଅଧିକ୍ଷଣ ଯନ୍ତ୍ରୀ ସ୍ବାସ୍ଥ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀଙ୍କୁ ପଚାରିବାରୁ ତୁରନ୍ତ ଏହାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
370-crores-spent-people-do-not-have-access-to-drinking-water | Argus News