Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶିମିଳିପାଳରେ 42ଟି ମହାବଳ ବଢ଼ାଇଛନ୍ତି ଓଡ଼ିଶାର ଗୌରବ

Smruti Parija
Browse all articles by Smruti Parija
·11 months ago·2 min read
ଶିମିଳିପାଳରେ 42ଟି ମହାବଳ ବଢ଼ାଇଛନ୍ତି ଓଡ଼ିଶାର ଗୌରବ

Key Points

ଆଜି ବିଶ୍ବ ବ୍ୟାଘ୍ର ଦିବସ
ସାରା ଦେଶରେ 3,700, କେବଳ ନନ୍ଦନକାନନରେ 29 ବାଘ
ଶିମିଳିପାଳରେ 42ଟି ମହାବଳ ବଢ଼ାଇଛନ୍ତି ଓଡ଼ିଶାର ଗୌରବ
ଆସନ୍ତା ବର୍ଷ ଶିମିଳିପାଳକୁ ଆସିପାରେ ନୂଆ ମହାବଳ
ପ୍ରତି ୪ ବର୍ଷରେ ଓଡ଼ିଶାରେ ଦୁଇ ଗୁଣା ବଢୁଛି ବାଘ ସଂଖ୍ୟା
2036 ସୁଦ୍ଧା ବାଘ ସଂଖ୍ୟା ୧୦୦ ଟପିବା ସମ୍ଭାବନା

ଆଜି ବିଶ୍ବ ବ୍ୟାଘ୍ର ଦିବସ। ସେଭ୍ ଟାଇଗର ବାର୍ତ୍ତା ନେଇ ନନ୍ଦନକାନନରେ ପାଳନ ହୋଇଛି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ। ବାଘଙ୍କ ପ୍ରଜାତି ବୃଦ୍ଧି ପାଇଁ ଏବେ ବଢିଛି ଚିନ୍ତା। ପିଛିଲା ସର୍ଭେ ଅନୁଯାୟୀ ଦେଶରେ ମୋଟ ୩ ହଜାର ୭୦୦ ବାଘ ଥିବା ବେଳେ ନନ୍ଦନକାନନରେ ଅଛନ୍ତି ୨୯ଟି ବାଘ। ନନ୍ଦନକାନନରେ ଏବେ ବାଘ ବଂଶ ବିସ୍ତାର ପାଇଁ ଉଦ୍ୟମ କରାଯାଉଛି। ସେପଟେ ଆସନ୍ତା ବର୍ଷ ଶିମିଳିପାଳକୁ ଆସୁଛନ୍ତି ନୂଆ ଅତିଥି। ଗୋଟିଏ ମେଲ ଟାଇଗର ଆଣିବା ପାଇଁ ଚାଲିଛି ରିସର୍ଚ୍ଚ। ମହାରାଷ୍ଟ୍ର, ଉତ୍ତରାଖଣ୍ଡ ନଚେତ ମଧ୍ୟପ୍ରଦେଶରୁ ଆସିପାରେ ଏହି ବାଘ। ଏହାସହ ପ୍ରଜନନ ପାଇଁ ନିକଟସ୍ଥ ଚିଡିଆଖାନା ସହ ପଶୁ ଅଦଳବଦଳ କରାଯାଉଥିବା କହିଛନ୍ତି ସହକାରୀ ବନ ସଂରକ୍ଷକ।


ଶିମିଳିପାଳ ଓଡ଼ିଶାର ଗର୍ବ। ପୂର୍ବ ଅପେକ୍ଷା ଏଠି ବଢ଼ିଛି ବାଘ ସଂଖ୍ୟା । ୨୦୨୪ରେ ଶିମିଳିପାଳରେ କଳା ବାଘ ବଂଶ ବୃଦ୍ଧି ରୋକିବାକୁ ମହାରାଷ୍ଟ୍ରରୁ ଦୁଇଟି ବାଘୁଣୀ ଯମୁନା ଓ ଜିନ୍ନତକୁ ଆଣି ଛଡ଼ାଯାଇଥିଲା। ଜିନ୍ନତ ଆସନ୍ତା ଅଗଷ୍ଟ କିମ୍ବା ସେପ୍ଟେମ୍ବରରେ ମାଆ ହେବାକୁ ଯାଉଛି। ଶିମିଳିପାଳରେ ଏହି ଦୁଇ ବାଘୁଣୀ ଓ ୮ଟି ଶାବକକୁ ମିଶାଇ ମହାବଳ ବାଘ ସଂଖ୍ୟା ୪୨ ରହିଛି। ବାଘ ଗଣନା ପରିସଂଖ୍ୟା ଅନୁଯାୟୀ ପ୍ରତି ୪ବର୍ଷରେ ବାଘ ସଂଖ୍ୟା ଦୁଇ ଗୁଣ ବୃଦ୍ଧି ପାଉଛି। ଏହାକୁ ଲକ୍ଷ୍ୟ ରଖି ୨୦୩6 ସୁଦ୍ଧା ଏହି ସଂଖ୍ୟା ୧୦୦ରେ ପହଞ୍ଚିବ ବୋଲି ବନବିଭାଗ ଆକଳନ କରୁଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହାବଳ ବାଘ ବଂଶ ବୃଦ୍ଧି ନେଇ ଯୋଜନା ହେଉଥିଲେ ବି ବାଘ ଶିକାର ଚିନ୍ତା ବଢ଼ାଇଛି । ଶିମିଳିପାଳ ଟାଇଗର ରିଜର୍ଭ କର୍ତ୍ତୃପକ୍ଷ ଏହି ସମସ୍ୟାର ମୁକାବିଲା ପାଇଁ ନିୟମିତ ପାଟ୍ରୋଲିଂ, କ୍ୟାମେରା ଟ୍ରାପିଂ ଓ ସ୍ଥାନୀୟ ଜନଜାତିଙ୍କ ସହ ସହଯୋଗରେ କାମ କରୁଛନ୍ତି।


ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ନାହାନ୍ତି ମହାବଳ ବାଘ। ସେହିପରି ପ୍ରସ୍ତାବିତ ଦେବ୍ରିଗଡ଼ ଓ ସୁନାବେଡ଼ାରେ କେବଳ କଲରାପତରିଆ ବାଘ ଅଛନ୍ତି। ଡେବ୍ରିଗଡ଼ରେ ମହାବଳ ଛାଡ଼ିବାକୁ ପ୍ରସ୍ତୁତି ଚାଲିଛି। ଏନେଇ ବିଶେଷଜ୍ଞଙ୍କ ସହ ଆଲୋଚନା ଚାଲିଛି।

Sponsored
3700-tigers-in-the-entire-country-29-in-nandankanan-alone | Argus News