Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଯୋଗାଣ ମନ୍ତ୍ରୀଙ୍କ ବଡ଼ ଖୁଲାସା, ୪ ଲକ୍ଷ ଆୟକରଦାତା ନେଇଥିଲେ ରାସନ କାର୍ଡ

Odisha

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଖୁଲାସା, ୪ ଲକ୍ଷ ଆୟକରଦାତା ନେଇଥିଲେ ରାସନ କାର୍ଡ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଯୋଗାଣ ମନ୍ତ୍ରୀଙ୍କ ବଡ଼ ଖୁଲାସା, ୪ ଲକ୍ଷ ଆୟକରଦାତା ନେଇଥିଲେ ରାସନ କାର୍ଡ

ଭୁବନେଶ୍ଵର: ଆୟକର ଦେଉଥିଲେ, ସରକାରୀ ରାସନ ଉଠାଉଥିଲେ । ତା ସହ ଗରିବ ଗୁରୁବାଙ୍କୁ ମିଳୁଥିବା ସରକାରୀ ଯୋଜନାର ଲାଭାର୍ଥୀ ଥିଲେ ସ୍ଵଚ୍ଛଳ ବର୍ଗ । ଭୂତ ରାସନକାର୍ଡ ଧାରୀଙ୍କ ପରେ ଧରାପଡ଼ିଲେ ରାସନକାର୍ଡ ହାତେଇଥିବା ଆୟକରଦାତା । ରାଜ୍ୟରେ ରାସନ କାର୍ଡ ଯାଞ୍ଚ ଚାଲିଥିବା ବେଳେ ଟିକସ ଦାତା ରାସନକାର୍ଡ ହାତେଇଥିବା ଜଣାପଡ଼ିଛି ।


ଗରିବଙ୍କ ପାଇଁ ଉଦ୍ଦିଷ୍ଟ ରାସନ କାର୍ଡ ନେଇଥିଲେ ଆୟକରଦାତା । ପୂର୍ବ ବିଜେଡି ସରକାରରେ ଧନୀଙ୍କୁ ମିଳିଥିଲା ରାସନ କାର୍ଡ । ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟରେ ନକଲି ରାସନ ହିତାଧିକାରୀଙ୍କୁ ଧରିବା ଲାଗି ଇ-କେୱାଇସି କରାଯାଉଥିବା ବେଳେ ଆୟକରଦାତା ରାସନ କାର୍ଡ ପାଇଥିବା ମନ୍ତ୍ରୀ କହିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅନୁସାରେ, ମିଳିଥିବା ତଥ୍ୟ ଅନୁସାରେ ଇନକମ୍ ଟ୍ୟାକ୍ସ ଦେଉଥିବା ୪ ଲକ୍ଷ ଲୋକ ରାସନ କାର୍ଡ ପାଇଥିଲେ । ମିଳିଥିବା ତଥ୍ୟର ଫିଲ୍ଡ ଭେରିଫିକେସନ୍ କରାଯାଇ ସେମାନଙ୍କୁ ବାଦ୍ ଦିଆଯିବ । ପୂର୍ବ ସରକାରରେ ସବୁକିଛି ସମ୍ଭବ ହେଉଥିଲା । ଯାହାକୁ ଚାହୁଁଥିଲେ ତାକୁ ରାସନ କାର୍ଡ ଦେଇ ଦେଉଥିଲେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।


ତେବେ ମନ୍ତ୍ରୀଙ୍କ କଥା ଯଦି ସତ ତାହେଲେ ଏଭଳି ବ୍ୟାପକ ଅନିୟମିତତା ପଛରେ କିଏ ? ଧନୀ ଦଳୀୟ କର୍ମୀଙ୍କୁ ବିଜେଡି ନେତା, ମନ୍ତ୍ରୀ ଯାଚି ଦେଉଥିଲେ କି ରାସନ କାର୍ଡ ? କେବଳ ଆୟକରଦାତା ନା ସରକାରୀ ଚାକିରିଆ ବି ରାସନ କାର୍ଡ ହାତେଇଛନ୍ତି ? ଏବେ ତାକୁ ନେଇ ବି ପ୍ରଶ୍ନ ସହ ଚର୍ଚ୍ଚା ଆରମ୍ଭ ହେଲାଣି । ଏବେ ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଚାଲିଛି । ଜାନୁଆରୀ ୩୧ ସୁଦ୍ଧା ଇ-କେୱାଇସି ନକଲେ ରାସନ କାର୍ଡ ବାତିଲ୍ ହେବ ବୋଲି ବିଭାଗ ପକ୍ଷରୁ କୁହା ଯାଇଛି ।

Sponsored
4 Lakh Taxpayers Availed Ration Card During BJD Govt. Said Supply Minister | Argus News