Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭାରସାମ୍ୟ ହରାଇ ବୋଲେର ଗାଡ଼ି ଓଲଟି ୭ ଜଣ ଗୁରୁତର

Odisha

ଭାରସାମ୍ୟ ହରାଇ ବୋଲେର ଗାଡ଼ି ଓଲଟି ୭ ଜଣ ଗୁରୁତର

Rashmita Mishra
Browse all articles by Rashmita Mishra
·1 year ago·1 min read
ଭାରସାମ୍ୟ ହରାଇ ବୋଲେର ଗାଡ଼ି ଓଲଟି ୭ ଜଣ ଗୁରୁତର

ଅର୍ଗସ ବ୍ୟୁରୋ: ଗଜପତି ଜିଲ୍ଲା ଅଡବା ଥାନା ପଦାଗାଁ ନିକଟରେ ଭାରସାମ୍ୟ ହରାଇ ବୋଲେର ଗାଡ଼ି ଓଲଟି ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଗୁଲୁବା ପଞ୍ଚାୟତ କାମପଦର ଗାଁର ଆଂଶିକ ବିର , ପ୍ରଶାନ୍ତ ବିର , ଏଲିଶା ବିର ଓ ଜୟନ୍ତୀ ବିର । ଅନ୍ୟ ୪ ଜଣ ସାମାନ୍ୟ ଆହତ ହୋଇଛନ୍ତି । ମିଳିଥିବା ସୂଚନା ପ୍ରକାରେ ଶନିବାର କାମପଦର ଗାଁର ପ୍ରଶାନ୍ତ ବିର ଙ୍କ ପରିବାରର ୧୧ ଜଣ ଗୋଟିଏ ବୋଲେରୋ ଗାଡ଼ିରେ ଏକ ମାମଲାର ଶୁଣାଣି ପାଇଁ ମୋହନା କୋର୍ଟ କୁ ଆସିଥିଲେ । ଅପରାହ୍ନ ସମୟରେ ଗାଁକୁ ଫେରିବା ବେଳେ ଏକ ସାଇକେଲ ଆରୋହୀକୁ ସାଇଡ ଦେବାକୁ ଯାଇ ଭlରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ବୋଲେରୋ ଟି ଓଲଟି ପଡିବା ସହ ପ୍ରାୟ ୨୦ ଫୁଟ ଘୋଷାଡ଼ି ହୋଇ ଯାଇଥିଲା । ଫଳରେ ଏଥିରେ ଥିବା ୧୧ ଜଣ ଯାତ୍ରୀଙ୍କ ମଧ୍ୟରୁ ୮ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।  ଆଂଶିକ ଓ ପ୍ରଶାନ୍ତ ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ଅମୃତରାଜ ଜେନା କହିଛନ୍ତି । ଦୁର୍ଘଟଣା ଗ୍ରସ୍ତ ବୋଲେରୋ ଜବତ କରି ତଦନ୍ତ ଚାଲିଥିବା ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
4 people are seriously injured after losing control and overturned | Argus News