ପିପିଲିରୁ 40 ଲକ୍ଷର ବ୍ରାଉନସୁଗାର ଜବତ
·1 year ago

ଅର୍ଗସ ବ୍ୟୁରୋ: ପୁରୀ ପିପିଲିରୁ ରାଉଲକେଲାକୁ ଲମ୍ବିଛି ଧଳା ଜହରର କାରବାର। ପିପିଲିରୁ ଜବତ ହେଲା ୪୦ ଲକ୍ଷ ଟଙ୍କା ର ବ୍ରାଉନ ସୁଗାର। ପୁରୀ ଅବକାରୀ ବିଭାଗ ମୋବାଇଲ ଟିମ ଦ୍ୱାରା ୩ ଅଟକ ସମେତ ଏକ କାର ଜବତ ହୋଇଛି। ବାଲେଶ୍ୱରରୁ ଏହି ବ୍ରାଉନ ସୁଗାର ଆସୁଥିବା ବେଳେ ଅଟକଥିବା ୨ ଯୁବକ ରାଉଲକେଲା ଅଞ୍ଚଳର ବୋଲି ସୂଚନା ମିଳିଛି।
ଗୁଇନ୍ଦା ସୂଚନା ଅନୁସାରେ ପୁରୀ ଅବକାରୀ ବିଭାଗ ମୋବାଇଲ ଟିମ ଧରିଛି ୩ ସହ ୭୮ ଗ୍ରାମ ବ୍ରାଉନ ସୁଗାର। ତେବେ ଗିରଫ ହୋଇଥିବା ତିନିଜଣଙ୍କ ମଧ୍ୟରୁ ଜଣେ ପୁରୀ ଅଞ୍ଚଳର ବୋଲି ସୂଚନା ଦେଇଛନ୍ତି ଅବକାରୀ ଅଧିକାରୀ। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: