ବିଷାକ୍ତ ଖାଦ୍ୟ ଖାଇ ରେଭେନ୍ସାର ୪୦ ଛାତ୍ର ଅସୁସ୍ଥ
·1 year ago

Key Points
ରେଭେନ୍ସା ବିଶ୍ୱବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ର ଅସୁସ୍ଥ
ବିଷାକ୍ତ ଖାଦ୍ୟ ଖାଇ 40ରୁ ଅଧିକ ଛାତ୍ର ଅସୁସ୍ଥ
ଏସସିବିର ନନ ଟ୍ରମା କାଜୁଆଲଟିରେ ଚାଲିଛି ଚିକିତ୍ସା
ରେଭେନ୍ସା ବିଶ୍ୱବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ର ଅସୁସ୍ଥ। 40ରୁ ଅଧିକ ଛାତ୍ର ଅସୁସ୍ଥ ହୋଇଛନ୍ତି। ଏକକାଳୀନ ଅସୁସ୍ଥ ହେବାପରେ ଏସସିବିର ନନ୍ ଟ୍ରମା କାଜୁଆଲଟିରେ ଭର୍ତ୍ତି କରାଯାଇଛି । ୨୦ରୁ ଉର୍ଦ୍ଧ୍ବ ଛାତ୍ରଙ୍କୁ ଡାଇରିଆ ୱାର୍ଡ଼ରେ ଭର୍ତ୍ତି କରାଯାଇଛି। ସମସ୍ତ ଛାତ୍ର ନିଉ ପିଜି ହଷ୍ଟେଲ ଓ ଧର୍ମପଦ ହଷ୍ଟେଲର ଅନ୍ତେବାସୀ ଅଟନ୍ତି ।
ମେଡିକାଲ ପକ୍ଷରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ସମସ୍ତ ଛାତ୍ରଙ୍କ ଚିକିତ୍ସା ଜାରି ରଖିଛନ୍ତି। ତେବେ ମେଡିକାଲରେ ରେଭେନ୍ସା କୁଳ ସଚିବ ପହଞ୍ଚି ସମସ୍ତ ଛାତ୍ରମାନଙ୍କ ଚିକିତ୍ସା ସମ୍ପର୍କରେ ବୁଝିବା ସହ ଏସସିବି ଅଧିକ୍ଷକ ପହଁଚି ଅନୁଧ୍ୟାନ କରୁଛନ୍ତି । ତେବେ ପ୍ରକୃତ କାରଣ ଅସ୍ପଷ୍ଟ ରହିଛ ି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: