Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅପରାଧୀଙ୍କ ପାଇଁ ସେଫ ଜୋନ୍ କଟକ ବୟାଳିଶ ମୌଜା !

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଅପରାଧୀଙ୍କ ପାଇଁ ସେଫ ଜୋନ୍ କଟକ ବୟାଳିଶ ମୌଜା !

କଟକ: ଅପରାଧୀଙ୍କ ଚରାଭୂଇଁ ପାଲଟିଲାଣି କଟକ ବୟାଳିଶ ମୌଜା । କଟକ ସହର ଓ ରାଜଧାନୀ ଭୁବନେଶ୍ୱର ମଝିରେ ଥିବା ବୟାଳିଶ ମୌଜାକୁ ନିଜ ଗଡ଼ କରି ଦେଲେଣି ଅପରାଧୀ । ଅପରାଧୀଙ୍କ ପାଇଁ ବୟାଳିଶ ମୌଜା ପାଲଟିଛି ସୁରକ୍ଷିତ ସ୍ଥାନ । ଯାହାକୁ ନେଇ ଭୟଭୀତ ଅଛନ୍ତି ସ୍ଥାନୀୟ ବାସିନ୍ଦା।


ଅନ୍ଧାରମୟ ପରିବେଶରେ ଜୀଵନ କାଟୁଛନ୍ତି ବୟାଳିଶ ମୌଜା ଓ ବେଣ୍ଟକାର ଅଞ୍ଚଳରେ ପାଖାପାଖି ୩୦ ହଜାରରୁ ଅଧିକ ଲୋକ । ସନ୍ଧ୍ୟା ହେଲା ମାତ୍ରେ ଶୂନଶାନ୍ ହୋଇଯାଉଛି ପୁରା ପରିବେଶ । ୨୪ ବର୍ଷ ସରକାରରେ ଲୋକଙ୍କୁ ଯୋଗେଇ ପାରିଲାନି ମୌଳିକ ସୁବିଧା । କିଛି ଦିନ ତଳେ ବୟାଳିସ ମୌଜା ଧୂଳେଶ୍ୱର ଗାଁରୁ ବନ୍ଧୁକ କାରଖାନା ଠାବ ହୋଇଥିଲା । ହେଲେ ଏହାର ଠିକ୍ କେଇଟା ଦିନ ପରେ ଶ୍ରୀକ୍ରିଷ୍ଣା ବିହାର ଅଞ୍ଚଳରେ ଗର୍ଜିଥିଲା ବନ୍ଧୁକ । ହୋଲିରେ କ୍ୟାରମ୍ ଖେଳରୁ ମହାଭାରତ ସୃଷ୍ଟି ହୋଇଥିବା ବେଳେ ଜଣଙ୍କ ଜୀବନ ଯାଇଛି ।


ସେହିପରି ବୟାଳିସ ମୌଜା ଅଞ୍ଚଳରୁ କେବେ ଅପମିଶ୍ରିତ ମସଲା କାରଖାନା, ନକଲି ସର୍ଫ କାରଖାନା ଠାବ ହେଉଥିବା ବେଳେ କେବେ ବେଆଇନ ଗୋ ଚାଲାଣ ଧରା ପଡୁଛି । ପୁଣି ବେଆଇନ ବାଲି ଲୁଟ୍ ଚିତ୍ର ମଧ୍ୟ ସାମ୍ନାକୁ ଆସୁଛି । ଏ ସବୁ କାର୍ଯ୍ୟକୁ ବିରୋଧ କଲେ ଲୋକଙ୍କୁ ହତ୍ୟା ଧମକ ସହ ମରଣାତ୍ମକ ଆକ୍ରମଣ ହେଉଥିବାର ଅଭିଯୋଗ ହେଉଛି । ସେପଟେ ଶ୍ରୀକ୍ରିଷ୍ଣା ବିହାର ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଭଡ଼ାରେ ରହୁଥିବା ବିକାଶ ମହାନ୍ତି ନାମକ ଯୁବକଙ୍କ ଜୀବନ ଯାଇଥିବା ବେଳେ ହତ୍ୟାକାଣ୍ଡର କ୍ଷିଅ ଖୋଜୁଛି ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବୟାଳିଶ ମୌଜା ଥାନାରେ ପୋଲିସ କର୍ମଚାରୀଙ୍କ ଅଭାବ, ଢିଲା ପେଟ୍ରୋଲିଂ, ଭଡ଼ାଟିଆଙ୍କ ପରିଚୟ ସଠିକ୍ ଭାବେ ନରଖିବା, ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଭଳି ବିଭିନ୍ନ ସମସ୍ୟା ଯୋଗୁଁ ଅଶାନ୍ତ ହେଉଛି ଏହି ଅଞ୍ଚଳ ।

Sponsored
42 Mouza Of Cuttack Are Safe Place For Criminals | Argus News