Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ୪୩ ନୂଆ ରୋଗୀ ମେଡିକାଲରେ ଭର୍ତ୍ତି, ୧୫୩ ଏବେ ବି ଚିକିତ୍ସାଧୀନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆଜି ୪୩ ନୂଆ ରୋଗୀ ମେଡିକାଲରେ ଭର୍ତ୍ତି, ୧୫୩ ଏବେ ବି ଚିକିତ୍ସାଧୀନ

Key Points

ଯାଜପୁର ଜିଲ୍ଲାରେ ସୁଧୁରୁଛି ଡାଇରିଆ ସ୍ଥିତି
ଆଜି ୪୩ ନୂଆ ରୋଗୀ ମେଡିକାଲରେ ଭର୍ତ୍ତି, 153 ଏବେ ବି ଚିକିତ୍ସାଧୀନ
ମାଲକାନଗିରିରେ ଫାଷ୍ଟଫୁଡ୍, ହୋଟେଲ ଓ ଦୋକାନରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ

ବ୍ୟାପକ ପ୍ରତିଷେଧକମୂଳକ ପଦକ୍ଷେପ, ସଚେତନତା ବଳରେ ଯାଜପୁରରେ ଡାଇରିଆ ସ୍ଥିତିରେ ଦ୍ରୁତ ସୁଧାର ଆସିଛି । ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଆଜି ୪୩ ଜଣ ନୂଆ ସଂକ୍ରମିତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଏବେ ଜିଲ୍ଲାରେ ମୋଟ ୧୫3 ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି, ତେବେ ଆଶ୍ବସ୍ତିର କଥା ହେଲା ଏମାନଙ୍କ ମଧ୍ୟରୁ ୧୪୪ ଜଣଙ୍କ ଅବସ୍ଥା ବେଶ୍ ଭଲ ଅଛି। ଜିଲ୍ଲାରେ ମୋଟ ୧୭ ଜଣ ରୋଗୀ କଲେରା ପଜିଟିଭ୍ ବାହାରିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି । ବିଶୁଦ୍ଧ ଫୁଟା ପାଣି ପିଇବା ସହ ସ୍ୱଚ୍ଛତା ଅବଲମ୍ବନ କରିବାକୁ ଲୋକଙ୍କୁ ଆବେଦନ କରିଛନ୍ତି।

ଢେଙ୍କାନାଳ ଜିଲ୍ଲା ଭୁବନରେ ଗତ 24 ଘଣ୍ଟା ଭିତରେ 15 ଜଣ ନୂଆ ସଂକ୍ରମିତ ହୋଇଛନ୍ତି। ୮ ଜଣ ଭୁବନ ଏନଏସିର ହୋଇଥିବା ବେଳେ ୨ ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଭୁବନ ଏନଏସି ରେ ରୋଗୀ ସଂଖ୍ୟା ବଢୁଥିବାରୁ ପ୍ରଶାସନ ପ୍ରତିଷେଧକ ମୂଳକ ପଦକ୍ଷେପ ନେଉଛି। ସେପଟେ ମାଲକାନଗିରିରେ ସମ୍ଭାବ୍ୟ ଡାଇରିଆକୁ ନଜରରେ ରଖି ଆକ୍ସନ୍ ମୋଡକୁ ଆସିଛି ଜିଲ୍ଲା ପ୍ରଶାସନ। ଜିଲ୍ଲା ସଦର ମହକୁମାରେ ବିଭିନ୍ନ ଫାଷ୍ଟଫୁଡ୍, ହୋଟେଲ ଓ ଜଳଖିଆ ଦୋକାନ ଉପରେ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ଓ ପୌରପାଳିକାର ଟିମ୍ ମିଳିତ ଚଢ଼ାଉ କରିଛି। ପରୀକ୍ଷା ପାଇଁ ବିଭିନ୍ନ ଦୋକାନରୁ ପାଣି ନମୁନା ସଂଗ୍ରହ କରାଯାଇଛି । ଖିଲାପକାରୀଙ୍କଠାରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ବିଶୁଦ୍ଧ ପାନୀୟ ଜଳ ସହ ବାସି ଖାଦ୍ୟ ନ ଦେବାକୁ ତାଗିଦ୍ କରାଯାଇଛି ।

ରାଜ୍ୟରେ ଝାଡ଼ାବାନ୍ତିରେ 11 ଜଣଙ୍କର ଜୀବନ ଯାଇଛି। ଦୂଷିତ ପାଣିରୁ ଡାଇରିଆ ବ୍ୟାପୁଥିବା ସ୍ପଷ୍ଟ ହୋଇଥିବାବେଳେ କେନ୍ଦ୍ରୀୟ ଟିମ୍ ସହ ରାଜ୍ୟ ଟିମ୍ ଜିଲ୍ଲା ଗୁଡ଼ିକରେ ଡେରା ପକାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
43-new-patients-admitted-to-hospital-today-153-still-under-treatment | Argus News