Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

CDSCO ଗୁଣବତ୍ତା ପରୀକ୍ଷାରେ ପୁଣି ଫେଲ୍ 49ଟି ଔଷଧ

Rashmita Mishra
Browse all articles by Rashmita Mishra
·1 year ago·2 min read
CDSCO ଗୁଣବତ୍ତା ପରୀକ୍ଷାରେ ପୁଣି ଫେଲ୍ 49ଟି ଔଷଧ

ଅର୍ଗସ ବ୍ୟୁରୋ: ପୁଣି CDSCO ଜାରି କରିଛି ନକଲି ଔଷଧ ତାଲିକା । ବଜାରରେ ମିଳୁଥିବା ଏହି ନାମୀ ବ୍ରାଣ୍ଡର ନକଲି ଔଷଧ ଖାଉଛନ୍ତି ଜନତା । କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ ଜାରି କରିଥିବା ଔଷଧ ତାଲିକାରେ ଥଇବା କୌଣସି ଔଷଧ ଖାଉଥିଲେ ହୋଇଯାଆନ୍ତୁ ସାବଧାନ ! କାରଣ ଯେଉଁ ଔଷଧକୁ ଆପଣ ଜୀବନ ରକ୍ଷାକାରୀ ଭାବୁଛନ୍ତି, ତାହା ଔଷଧ ଗୁଣବତ୍ତା ପୂରଣ କରୁନଥିବା ପରୀକ୍ଷଣରୁ ସ୍ପଷ୍ଟ ହୋଇଛି । ଗୁଣାତ୍ମକ ମାନ ପରୀକ୍ଷାରେ ଫେଲ୍ ମାରିଥିବା 49ଟି ଔଷଧର ତାଲିକା ପ୍ରକାଶ କରିଛି ସିଡିଏସସିଓ । ଡାକ୍ତରମାନେ ଯେଉଁ ସବୁ ମେଡିସିନକୁ ସମାନ୍ୟ ରୋଗୀଙ୍କ ପାଇଁ ଲେଖିଥାନ୍ତି ସେହି ସବୁ ଔଷଧ ମଧ୍ୟ CDSCO ଗୁଣବତ୍ତା ପରୀକ୍ଷାରେ ଫେଲ୍ ମାରିଛି। ବହୁଳ ଭାବରେ ବ୍ୟବହୃତ ହେଉଥିବା କ୍ୟାଲସିୟମ ସପ୍ଲିମେଣ୍ଟ ସେଲକାଲ 500, ପାନ ଡି,  ପାରାସିଟାମଲ୍ ସମେତ 49ଟି ଔଷଧର ନମୁନା ପରୀକ୍ଷଣରେ ଫେଲ ମାରିଥିବା କହିଛନ୍ତି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଡକ୍ଟର ରାଜୀବ ରଘୁବଂଶୀ । କେନ୍ଦ୍ରୀୟ ଔଷଧ ନିୟାମକ ପ୍ରାଧିକରଣ ବିଭିନ୍ନ ଔଷଧର ଗୁଣବତ୍ତା ନେଇ ସେପ୍ଟେମ୍ବର ମାସରେ ଜାରି କରିଥିବା ରିପୋର୍ଟରୁ ଏହା ସାମ୍ନାକୁ ଆସିଛି। ପୂର୍ବରୁ ଅଗଷ୍ଟ ମାସରେ 53ଟି ମେଡିସିନ କ୍ବାଲିଟି ଟେଷ୍ଟରେ ଫେଲ୍ ମାରିଥିଲା ।

କେନ୍ଦ୍ରୀୟ ଡ୍ରଗ୍ ମାନକ ସଂଗଠନ ପ୍ରତି ମାସ ବଜାରରୁ ଔଷଧର ନମୁନା ସଂଗ୍ରହ କରି ବିଭିନ୍ନ ପାରାମିଟରରେ ପରୀକ୍ଷା କରିଥାଏ। ସେପ୍ଟେମ୍ବର ମାସରେ 49ଟି ଫାର୍ମାସ୍ୟୁଟିକାଲ୍ ଉତ୍ପାଦ ଚିହ୍ନଟ କରିଛି CDSCO, ଯାହା ସାରା ଦେଶର ପ୍ରାୟ ୩ ହଜାର ଔଷଧ ମଧ୍ୟରୁ ଗୁଣାତ୍ମକ ମାନରେ ଫେଲ୍ ମାରିଛି । ସଦ୍ୟତମ ମାସିକ ଡ୍ରଗ୍‌ ଆଲର୍ଟ ଲିଷ୍ଟରେ ପାରାସିଟାମଲ ସମେତ 49 ଟି ଔଷଧକୁ 'ନଟ୍‌ ଅଫ୍‌ ଷ୍ଟାଣ୍ଡାର୍ଡ କ୍ୱାଲିଟି  ବର୍ଗୀରେ ସାମିଲ କରିଛି କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ । 40ଟି ପାର୍ମାସ୍ୟୁଟିକାଲ କମ୍ପାନୀର ଔଷଧକୁ ନକଲି ଘୋଷଣା କରାଯାଇଥିବାବେଳେ ଅକ୍ସିଟୋସିନ୍, ମେଟ୍ରୋନିଡାଜୋଲ, ଫ୍ଲୁକୋନାଜୋଲକୁ ଗୁଣବତ୍ତାର ଅଭାବ ତାଲିକାରେ ସାମିଲ କରାଯାଇଛି। 

ଏନ୍‌ଏସ୍‌କ୍ୟୁ ଖରାପ ‌ଥିବା ଔଷଧକୁ ବଜାରରୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଣ୍ଠୁଗଣ୍ଠି ବିନ୍ଧା, ଶରୀର ବ୍ୟଥା, ଦୁର୍ବଳତା ଏବଂ ଶକ୍ତିହୀନତା ପାଇଁ ଡାକ୍ତର ପରାମର୍ଶ ଦେଉଥିବା ଏହି ସହୁ କ୍ୟାଲସିୟମ, ଭିଟାମିନ ଔଷଧକୁ ନକଲି ଦର୍ଶାଇଛି ସିଡିଏସସିଓ । ସେପ୍ଟେମ୍ବରରେ ପରୀକ୍ଷା ହୋଇଥିବା ସମୁଦାୟ ନମୁନା ମଧ୍ୟରୁ ମାତ୍ର 1.5 ପ୍ରତିଶତ ଔଷଧ ନକଲି ଚିହ୍ନଟ ହୋଇଛି । ବଜାରରେ ମିଳୁଥିବା ସମସ୍ତ ଔଷଧ ନୁହେଁ ବରଂ ମାତ୍ର 49ଟି ଔଷଧ CDSCO ପରୀକ୍ଷଣରେ ଫେଲ ମାରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
49 drugs fail again in CDSCO quality test | Argus News