Videos
|
Odisha

Vanivihar Overbridge Snake / ବାଣୀବିହାର ଓଭରବ୍ରିଜ୍‌ରେ ୫ ଫୁଟିଆ ଅଜଗର, ଦେଖି ଅଟକିଗଲା ଶହ ଶହ ଗାଡ଼ି

Ritu Das
Browse all articles by Ritu Das
·1 hour ago·2 min read
ବାଣୀବିହାର ଓଭରବ୍ରିଜ୍‌ରେ ୫ ଫୁଟିଆ ଅଜଗର, ଦେଖି ଅଟକିଗଲା ଶହ ଶହ ଗାଡ଼ି
India

Key Points

ଭୁବନେଶ୍ୱରର ବ୍ୟସ୍ତବହୁଳ ରାସ୍ତା ଉପରେ ହଠାତ ଦେଖାଗଲା ବିଶାଳ ଅଜଗର
ଭୁବନେଶ୍ୱରର ବ୍ୟସ୍ତବହୁଳ ରାସ୍ତା ଉପରେ ହଠାତ ଦେଖାଗଲା ବିଶାଳ ଅଜଗର । ରାସ୍ତା ମଝିରେ ପ୍ରାୟ ୫ ଫୁଟ ଲମ୍ବର ଅଜଗରକୁ ଦେଖି ଭୟଭୀତ ହୋଇପଡ଼ିଲେ ଲୋକେ । ଅଜଗରଟି ଧୀରେ ଧୀରେ ରାସ୍ତା ପାର ହେଉଥିବା ବେଳେ ଏହାକୁ ଦେଖି ରସୁଲଗଡ଼ରୁ ବାଣୀବିହାର ଓଭରବ୍ରିଜ୍‌ ରାସ୍ତାରେ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଥିଲା । ଅଜଗରକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିବା ସହ ରାସ୍ତାରେ ଦୂରଦୂରାନ୍ତ ପର୍ଯ୍ୟନ୍ତ ଟ୍ରାଫିକ୍‌ ଜାମ୍‌ ହୋଇଯାଇଥିଲା।



  • ରାସ୍ତା ଉପରେ ଅଜଗର, ଲୋକେ ଆତଙ୍କିତ

ସୂଚନା ଅନୁସାରେ, ଆଜି ବାଣୀବିହାର ଓଭରବ୍ରିଜ୍‌ ଉପରେ ଏକ ପ୍ରାୟ ୫ ଫୁଟିଆ ଅଜଗର ଦେଖିବାକୁ ମିଳିଥିଲା । ରସୁଲଗଡ଼ ପଟୁ ବାଣୀବିହାର ଆଡ଼କୁ ଯାଉଥିବା ଓଭରବ୍ରିଜ୍‌ ରାସ୍ତାରେ ସାପଟି ଧୀରେ ଧୀରେ ଗତି କରୁଥିବା ଦେଖିଥିଲେ ଲୋକେ ।
ବ୍ୟସ୍ତ ରାସ୍ତା ଉପରେ ହଠାତ୍‌ ଅଜଗରକୁ ଦେଖି ଗାଡ଼ି ଚାଳକ ଓ ରାସ୍ତାରେ ଯାଉଥିବା ଲୋକେ ଅଟକି ଯାଇଥିଲେ । ଅଜଗରକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା । ଫଳରେ ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ସୃଷ୍ଟି ହୋଇଥିଲା ।

  • ଖବର ପାଇ ପହଞ୍ଚିଲା ସ୍ନେକ୍‌ ହେଲ୍ପଲାଇନ୍‌

ଅଜଗରକୁ ଦେଖିବା ପରେ ସ୍ଥାନୀୟ ଲୋକେ ସ୍ନେକ୍‌ ହେଲ୍ପଲାଇନ୍‌କୁ ଖବର ଦେଇଥିଲେ । ସୂଚନା ପାଇ ସ୍ନେକ୍‌ ହେଲ୍ପଲାଇନ୍‌ର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ଅଜଗରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।
ଅଜଗରକୁ ଉଦ୍ଧାର କରାଯିବା ପରେ ରାସ୍ତାରେ ଯାତାୟାତ ଧୀରେ ଧୀରେ ସ୍ୱାଭାବିକ ହୋଇଥିଲା । ତେବେ ଜନଗହଳିପୂର୍ଣ୍ଣ ଭୁବନେଶ୍ୱରର ଏହି ବ୍ୟସ୍ତ ରାସ୍ତାକୁ ଅଜଗରଟି କିପରି ଆସିଲା, ତାହାକୁ ନେଇ ପ୍ରଶ୍ନ ଉଠିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଅଜଗର କେଉଁଠୁ ଆସିଲା?

ଭୁବନେଶ୍ୱରର ଏକ ବ୍ୟସ୍ତ ଓଭରବ୍ରିଜ୍‌ ଉପରେ ଅଜଗର ମିଳିବା ଘଟଣାକୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ଉଠୁଛି । ସାପଟି ନିକଟସ୍ଥ କୌଣସି ଅଞ୍ଚଳରୁ ନିଜେ ଚାଲି ଆସିଥିଲା ନା ଏହାକୁ କେହି ଏଠାରେ ଛାଡ଼ି ଦେଇଥିଲେ, ତାହା ସ୍ପଷ୍ଟ ହୋଇନାହିଁ ।
କିଛି ଦିନ ପୂର୍ବରୁ ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରୁ ୫ଟି ଓରାଙ୍ଗଉଟାନ୍‌ ଉଦ୍ଧାର ହେବା ଘଟଣା ଚର୍ଚ୍ଚାରେ ରହିଥିଲା । ବନ ବିଭାଗ ସେମାନଙ୍କୁ ଉଦ୍ଧାର କରି ଭୁବନେଶ୍ୱର ନନ୍ଦନକାନନରେ ରଖି ଚିକିତ୍ସା କରୁଛି । ଏହି ଘଟଣାର ଚର୍ଚ୍ଚା ଥମିନଥିବା ବେଳେ ଏବେ ରାଜଧାନୀର ବ୍ୟସ୍ତ ରାସ୍ତାରୁ ଅଜଗର ଉଦ୍ଧାର ହେବା ଘଟଣା ଚିନ୍ତା ବଢ଼ାଇଛି ।

ତେବେ ଏହି ଅଜଗରର ଉତ୍ସ କଣ ଏବଂ ଏହା ଏଠାକୁ କିପରି ଆସିଲା, ସେନେଇ ଅଧିକ ତଦନ୍ତ ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିବ । ଚୋରାଚାଲାଣ ସହ ଏହାର କୌଣସି ସମ୍ପର୍କ ଅଛି କି ନାହିଁ, ସେନେଇ ମଧ୍ୟ ବର୍ତ୍ତମାନ କୌଣସି ନିଶ୍ଚିତ ସୂଚନା ମିଳିନାହିଁ ।