New CCTV Footage / ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସାମ୍ନାକୁ ଆସିଲା ଆଉ ଏକ CCTV ଫୁଟେଜ.
·1 hour ago·2 min read

Key Points
ବାଲେଶ୍ବର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣା
ସାମ୍ନାକୁ ଆସିଲା ଆଉ ଏକ CCTV ଫୁଟେଜ
ଯେଉଁଥିରେ କଳା ରଙ୍ଗର ଥାର୍ ଯାଉଥିବାର ଦୃଶ୍ୟ ରେକର୍ଡ
ଫୁଟେଜଟି ଓଡ଼ିଶା-ବେଙ୍ଗଲ ସୀମା ଦୀଘାର ଏକ ହୋଟେଲର ବୋଲି ସୂଚନା

ଭୋଗରାଇ,୧୨/୦୯: ବାଲେଶ୍ୱର ଜିଲ୍ଲାର ଭୋଗରାଇ ଜଙ୍ଗଲରୁ ୫ଟି ଦୁର୍ଲଭ ଓରାଙ୍ଗଉଟାନ ଉଦ୍ଧାର ଘଟଣା । ସାମ୍ନାକୁ ଆସିଲା ଆଉ ଏକ CCTV ଫୁଟେଜ । ଯେଉଁଥିରେ କଳା ରଙ୍ଗର ଥାର୍ ଯାଉଥିବାର ଦୃଶ୍ୟ ରେକର୍ଡ ହୋଇଛି । ଯାହା ତଦନ୍ତକୁ ଆଗକୁ ନେବାକୁ ଆହୁରି ସହଜ କରିବ । CCTV ଫୁଟେଜଟି ଓଡ଼ିଶା-ବେଙ୍ଗଲ ସୀମା ଦୀଘାର ଏକ ହୋଟେଲର ବୋଲି ଜଣା ପଡିଛି । ଗାଡ଼ିଟି ବନ୍ୟଜନ୍ତୁ ଉଦ୍ଧାର ହୋଇଥିବା ପୂର୍ବ ରାତି ଅର୍ଥାତ ରାତି ୧୦ଟା ୫୬ରେ ଆସିଛି ବୋଲି ଜଣା ପଡିଛି ।
ଏପଟେ ଭୋଗରାଇ ବିଚିତ୍ରପୁର ନିକଟରେ ରାତି ୧୧ଟା ୩୫ରେ ଗାଡିଟି ଯାଇଥିବା CCTV ରେ ଜଣା ପଡିଥିଲା । ଉଭୟ CCTV ଫୁଟେଜର ସମୟ ଦେଖିବା ପରେ ଏବେ ଥାର ଟି ବେଙ୍ଗଲରୁ ଆସିଛି ବୋଲି ଅନୁମାନ କରାଯାଉଛି
ଗତକାଲି ଉଦ୍ଧାରସ୍ଥଳକୁ କୌଣସି ଅଧିକାରୀ ତଦନ୍ତ ପାଇଁ ଯାଇନାହାନ୍ତି । ସ୍ଥାନୀୟ ବନ ବିଭାଗ ପକ୍ଷରୁ ୨୪ଘଣ୍ଟିଆ ପହରା ଦିଆଯାଉଛି । ଓରାଙ୍ଗଉଟାନ ଶାବକ ଉଦ୍ଧାର ସ୍ଥାନକୁ ବ୍ୟାରିକେଡ୍ କରି ଜାଲ ଘେରାଇ ଦିଆଯିବା ସହିତ ନୋ ଏଣ୍ଟ୍ରି ବୋଲି ଲେଖାଯାଇଛି । ପିସିସିଏଫ୍ (ବନ୍ୟପ୍ରାଣୀ) ପ୍ରେମ କୁମାର ଝା କହିଛନ୍ତି ନନ୍ଦନକାନନରେ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟ ଠିକ୍ ଅଛି । କ୍ଷୀର, କଦଳୀ ଓ ସେଓ ଖାଉଛନ୍ତି । ଦୋଳିରେ ଝୁଲୁଛନ୍ତି । ଖେଳଣା ସହ ଖେଳୁଛନ୍ତି । ଖାଲି ସେତିକି ନୁହେଁ, କ୍ଲାସକାଲ ମ୍ୟୁଜିକ ଜରିଆରେ ମାନସିକ ଚାପ କମାଇବାକୁ ବି ଚାଲିଛି ଚେଷ୍ଟା ଡିଏନ୍ଏ ପରୀକ୍ଷା କରାଯିବ । ପ୍ରଥମେ ଏମାନେ ଏଠିକାର ପାଣିପାଗ ସହ ଖାପ ଖୁଆଇ ରହିବାକୁ ଚେଷ୍ଟା କରୁଛୁ । ପରେ ନିଷ୍ପତ୍ତି ନିଆଯିବ ଯେ, ଏଗୁଡି଼କୁ ଇଣ୍ଡୋନେସିଆକୁ ପଠାଯିବ କି ନନ୍ଦନକାନନରେ ପର୍ଯ୍ୟଟକଙ୍କ ପାଇଁ ରଖାଯିବ । ବାଲେଶ୍ୱର ବନଖଣ୍ଡର ଏକ ଟିମ୍ ଓ ଏସ୍ଟିଏଫ୍ ଏହି ଚୋରା ର୍ୟାକେଟ୍କୁ ଚେରକୁ ଖୋଜୁଛନ୍ତି
ପଢନ୍ତୁ ଏହି ଖବର: ଓରାଙ୍ଗଉଟାନ୍ ଛୁଆଙ୍କୁ ଇଣ୍ଡୋନେସିଆ ଫେରାଇ ନେବାକୁ ଆନ୍ତର୍ଜାତୀୟ ସ୍ତରରେ କସରତ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାଲେଶ୍ଵରର ଭୋଗରାଇରୁ ୫ଟି ଶିଶୁ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ଉଦ୍ବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅବୈଧ ଚାଲାଣର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବିଦେଶୀ ବନ୍ୟପ୍ରାଣୀଙ୍କ ଅବୈଧ ଚାଲାଣ ପାଇଁ ଓଡ଼ିଶାକୁ ଟ୍ରାଞ୍ଜିଟ୍ ପଥ ହେବାକୁ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବନ୍ୟପ୍ରାଣୀ ଆଇନ ଅନୁସାରେ ଚୋରା ଚାଲାଣ କରାଯାଇଥିବା ଜନ୍ତୁକୁ ମୂଳ ଦେଶକୁ ଫେରାଇବା କଥା । ହେଲେ ଉଦ୍ଧାର ହୋଇଥିବା ଓରାଙ୍ଗଉଟାନ କେଉଁ ପ୍ରଜାତିର ଓ କେଉଁ ଦେଶରୁ ଚୋରା ଚାଲାଣ କରାଯାଇଛି ତାହା ସ୍ପଷ୍ଟ ହୋଇ ନାହିଁ । ଆଗକୁ ଏମାନଙ୍କ ପ୍ରକୃତ ବାସସ୍ଥଳ ଜଣାପଡ଼ିବ ନା ନନ୍ଦନକାନନ ହିଁ ନୂଆ ଠିକଣା ହେବ ତାହା ସମୟ କହିବ ।

Related Topics
Explore more stories