Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗଛକୁ ଧକ୍କା ଦେଲା ବସ୍‌, ୫ ଯାତ୍ରୀ ଆହତ

Odisha

ଗଛକୁ ଧକ୍କା ଦେଲା ବସ୍‌, ୫ ଯାତ୍ରୀ ଆହତ

Banajyotshna Ray
Browse all articles by Banajyotshna Ray
·2 years ago
ଗଛକୁ ଧକ୍କା ଦେଲା ବସ୍‌, ୫ ଯାତ୍ରୀ ଆହତ

ଅର୍ଗସ ବ୍ୟୁରୋ:  ଗଛକୁ ଧକ୍କା ଦେଲା ଘୋରୋଇ ଯାତ୍ରୀବାହୀ ବିକ୍ରାନ୍ତ ବସ l ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେବା ଫଳରେ ବସରେ ଥିବା 5 ଜଣ ଯାତ୍ରୀ ଆହତ ହୋଇଛନ୍ତି l ଘଟଣାଟି ଘଟିଛି ଗଜପତି ଜିଲ୍ଲା ମୋହନା ମୁକ ବଧିର ସ୍କୁଲ ନିକଟ ରାଇସିଂ ଛକରେ l ସମସ୍ତ ଆହତଙ୍କୁ ମୋହନା ମେଡିକାଲ ରେ ଭର୍ତ୍ତି କରାଯାଇଛି l ବସ ଟି ବ୍ରାହ୍ମଣୀଗାଁ ରୁ ବ୍ରହ୍ମପୁର ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛକୁ ଧକ୍କା ଦେଇଛି l ତେବେ ବସରେ ପ୍ରାୟ 30 ରୁ ଅଧିକ ଯାତ୍ରୀ ଥିବାବେଳେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି l ଘଟଣା ସ୍ଥଳରେ ମୋହନା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ମୋହନା ମେଡିକାଲ ପହଞ୍ଚାଇବା ସହ ଅଧିକ ତଦନ୍ତ ଚଳାଇଛନ୍ତି ।

 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
5 people injured in accident | Argus News