ପାଣିର ଗୁଣାତ୍ମକମାନ ପରୀକ୍ଷାରେ ଫେଲ ୫ ପୁଷ୍କରିଣୀ

ଶ୍ରୀକ୍ଷେତ୍ରର ୫ ପବିତ୍ର ପୁଷ୍କରିଣୀ ନରେନ୍ଦ୍ର, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ ,ଶ୍ବେତଗଙ୍ଗା ଓ ଲୋକନାଥ ଦେବଙ୍କ ପାର୍ବତୀ ସାଗର ସମ୍ପୂର୍ଣ୍ଣ ପ୍ରଦୂଷିତ। ପରିବେଶ ମନ୍ତ୍ରାଳୟ ପକ୍ଷରୁ ଜାରି ଏହି ବିଜ୍ଞପ୍ତିରୁ ଏକଥା ସ୍ପଷ୍ଟ ହୋଇଛି । ଏହି ୫ ପୁଷ୍କରିଣୀର ଜଳର ଗୁଣାତ୍ମକ ମାନ ନେଇ ସ୍ଥିରିକୃତ ଶ୍ରେଣୀ ‘ଖ’ର ମାନଦଣ୍ଡ ବି ପୂରଣ କରିପାରୁନାହାନ୍ତି। ଶ୍ରେଣୀ ‘ଖ’ ଗାଧୁଆପାଧୁଆ ଓ ବ୍ୟବହାର ପାଇଁ ଉପଯୁକ୍ତ ପାଣିର ମାନଦଣ୍ଡ । ଏହାଠାରୁ ବହୁ ନିମ୍ନମାନର ରହିଛି ୫ ପୁଷ୍କରିଣୀର ଜଳ। ପୁରୀ ପୌରପାଳିକାକୁ ପ୍ରଦୂଷଣ ମାତ୍ରା କମାଇବା ଦିଗରେ ବିହିତ ପଦକ୍ଷେପ ନେବାକୁ ବାରମ୍ବାର ଚିଠି ହୋଇଛି ।
କିନ୍ତୁ ସେମାନେ ଏହାକୁ ଅଣଦେଖା କରି ଆସିଛନ୍ତି। ପରିଣାମ ସ୍ବରୂପ ୫ ପୁଷ୍କରିଣୀର ପାଣି ଏବେ ବିଷାକ୍ତ ପାଲଟିଛି। ଅଇଁଠା, ପୂଜା ସାମଗ୍ରୀ, ଆବର୍ଜନା ପାଣିକୁ କରୁଛି ପ୍ରଦୂଷିତ । ଗାଧୁଆପାଧୁଆ ପାଇଁ ଅନୁପଯୁକ୍ତ ପାଣି।୨୦୨୨ ମସିହାରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନ୍ୟାସନାଲ୍ ୱାଟର୍ କ୍ବାଲିଟି କଣ୍ଟ୍ରୋଲ ମନିଟରିଂ ପ୍ରୋଗ୍ରାମ ଜରିଆରେ ଓଡ଼ିଶାର ବିଭିନ୍ନ ପୋଖରୀ, ହ୍ରଦ, ନାଳ ଆଦିର ପାଣିର ନମୁନା ପରୀକ୍ଷା କରିଥିଲା। ଏହି ପରୀକ୍ଷାରେ ପୁରୀର ୫ ପବିତ୍ର ପୁଷ୍କରିଣୀର ଜଳ ଗୁଣାତ୍ମକ ମାନଦଣ୍ଡ ପୂରଣ କରି ପାରିନଥିଲା। ପାଣିର ମାନ ଅତ୍ୟଧିକ ପ୍ରଦୂଷିତ ରହିଛି ବୋଲି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଦେବା ସହ ଏ ଉପରେ ରିପୋର୍ଟ ମାଗିଥିଲା।
📱 Get Argus News App
✨ଏହା ପରଠାରୁ ପୁରୀ ଜିଲ୍ଲା ପ୍ରଶାସନ ଓ ପୁରୀ ପୌରପାଳିକାକୁ କ୍ରମାଗତ ଭାବେ ରାଜ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚିଠି କରି ଆସୁଛି। ହେଲେ ଫଳ ଶୁନ ।ପଞ୍ଚତୀର୍ଥ ପୁଷ୍କରଣୀ ଭକ୍ତର ଭାବନା ସହ ଯୋଡି ହୋଇ ରହିଛି। ସେହି ଦୃଷ୍ଟିରୁ ପ୍ରଶାସନ କେବେ ଏହା ପ୍ରତି ଦୃଷ୍ଟି ହେବ ଏବେ ତାକୁ ହିଁ ଅପେକ୍ଷା ।