Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - `ବିଜେଡିକୁ ବୁଡ଼ାଇଲେ ୫ ରୁ ୭ ନେତା': ଅମରେଶ ଜେନା

Odisha

`ବିଜେଡିକୁ ବୁଡ଼ାଇଲେ ୫ ରୁ ୭ ନେତା': ଅମରେଶ ଜେନା

Rashmita Mishra
Browse all articles by Rashmita Mishra
·1 year ago·2 min read
`ବିଜେଡିକୁ ବୁଡ଼ାଇଲେ ୫ ରୁ ୭ ନେତା': ଅମରେଶ ଜେନା

ବିଜେଡିକୁ ବୁଡ଼ାଇବେ ୪ ରୁ ୫ ନେତା । ଏମାନଙ୍କ ଅହଙ୍କାର ପାଇଁ ତାସ ଘର ଭଳି ଭାଙ୍ଗିଯିବ ବିଜେଡି । ଉଇ ଭଳି ଦଳକୁ ଖାଇଯିବେ ବିଜେଡି ନେତା । ବିଜେଡି ନେତା ଅମରେଶ ଜେନା ଅର୍ଗସକୁ କିଛି ଏପରି ଢଙ୍ଗରେ ବୟାନ ଦେଇଛନ୍ତି । ଯେଉଁମାନେ ପ୍ୟାରୀ ମହାପତ୍ରଙ୍କ ପତନ ପାଇଁ ବଦନାମ କରିଥିଲେ, କିଛି ଲୋକ ପ୍ୟାରୀ ଙ୍କ ସହିତ ରହିଲେ ଆଉ କିଛି ବିରୋଧ କଲେ।

ବର୍ତ୍ତମାନ ଦଳର ସେଇ ସ୍ଥିତି ଦେଖିବାକୁ ମିଳିଛି l ନବୀନଙ୍କ ନିକଟତର ହବାପାଇଁ ସମସ୍ତେ ବ୍ୟସ୍ତ। ଦଳ କେମିତି ଆଗକୁ ଯିବା ଚିନ୍ତାନାହିଁ ବୋଲି କହିଛନ୍ତି ଅମରେଶ।ରାଜ୍ୟ ପରିଷଦ ସଦସ୍ୟ ତାଲିକାରୁ ଅମରେଶଙ୍କ ନାମ ବାଦ ପଢ଼ିବା ପଛରେ ସଞ୍ଜୟଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ଅମରେଶଙ୍କ ସମର୍ଥକ । ରାଜ୍ୟ ପରିଷଦ ସଦସ୍ୟକୁ ନେଇ ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ଘେରିଛନ୍ତି ଭୁବନେଶ୍ଵର ବିଜେଡିର ଏକ ବଡ଼ ଗୋଷ୍ଠୀ।

ବିଜେଡିର ଟାଣୁଆ କର୍ପୋରେଟରରେ ଅମରେଶ ଜେନାଙ୍କ ଶତାଧିକ ସମର୍ଥକ ରାତି ଅଧରେ ଘେରିଛନ୍ତି ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ବିରୋଧ କରିଛନ୍ତି । ସଞ୍ଜୟଙ୍କ ଖରବେଳନଗର ସ୍ଥିତ ବାସଭବନରେ ପହଞ୍ଚି ପ୍ରବଳ ହୋହଲା କରିଛନ୍ତି। ବିଜେଡି ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ସଭ୍ୟ ଚୟନ ନେଇ ଦଳ ଭିତରେ ବିବାଦ ଏବେ ତେଜିବାରେ ଲାଗିଛି।

ଏହାକୁ ନେଇ ଅଙ୍କ ଛିଣ୍ଡୁନଥିବାବେଳେ ଖୋଲା ଖୋଲି ବିଦ୍ରୋହକୁ ଓହ୍ଲାଇଛନ୍ତି କର୍ପୋରେଟର ଅମରେଶ । ଉଦ୍ଦେଶ୍ୟମୂଳକ ଭାବେ କିଛି ପରାଜିତ ନେତା ଏକାଠି ହୋଇ ରାଜ୍ୟ ପରିଷଦରୁ ଅମରେଶଙ୍କ ନାମ ବାଦ୍ ଦେଇଥିବା ତାଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି ।


ସେପଟେ ଅମରେଶଙ୍କ ପରେ ବର୍ଷିଲେ ବିରଞ୍ଚି। ହାରିଥିବା ନେତା ମାନେ ଦଳର ଦାୟିତ୍ୱ ନେଇ ପାରିବେନି କହିଲେ ବିରଞ୍ଚି। ସେ କହିଛନ୍ତି ଯୁବ ଶକ୍ତିମାନଙ୍କୁ ଏକାଠି କରିବାର ଆବଶ୍ୟକତା ରହିଛି । ଅମରେଶ ଜେନା, ସଂଗ୍ରାମ ପାଇକରାୟ ଓ ମୋତେ ଲଗାତାର ଭାବେ ଅଣଦେଖା କରାଯାଉଛି । ଯଦି ଏମିତି ହୁଏ ଆଗାମୀ ଦିନରେ ଆମେ ତାଙ୍କୁ ଦେଖାଇ ଦେବୁ ଆମର ସାଙ୍ଗଠନିକ ଦକ୍ଷତା କଣ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ବିଜେଡିକୁ ଏମିତି କଟାକ୍ଷ କରିଛନ୍ତି, ବିଜେପି ହୁଇସିଲ ମାରିଲେ ବିଜେଡିରେ ଗୋଲ। ଦୟାରେ ବଂଚିଛି ବିଜେଡି । ହୁଇସିଲ ଫୁଙ୍କିବାର ବାକି ରହିଛି । ସେ ଦିନ ବିଜେଡି କୁଆଡେ ଯିବ, ନିଜେ ବି ଜାଣି ପାରିବ ନାହାଁ । ସେହି ସମୟରେ କେବଳ କ୍ଷମତାର ପାଓ୍ଵାର ଦେଖାଊଥିଲେ ।

Argus Whatsapp Channel Mobile Top
Sponsored
5-to-7-leaders-have-sunk-the-bjd-ameresh-jena | Argus News