Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କ୍ଵାକ୍ ଙ୍କ ଭୁଲ ଇଂଜେକସନ ପାଇଁ ଚାଲିଗଲା ୫ବର୍ଷ ଶିଶୁକନ୍ୟାର ଜୀବନ

Swoyang prajna Mishra
Browse all articles by Swoyang prajna Mishra
·1 year ago
କ୍ଵାକ୍ ଙ୍କ ଭୁଲ ଇଂଜେକସନ ପାଇଁ ଚାଲିଗଲା ୫ବର୍ଷ ଶିଶୁକନ୍ୟାର ଜୀବନ

କ୍ବାକ ଙ୍କ ଭୁଲ ଇଂଜେକସନ ପାଇଁ ଚାଲିଗଲା 5ବର୍ଷ ଶିଶୁକନ୍ୟାର ଜୀବନ । ଏଭଳି ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ମୃତ ଶିଶୁ କନ୍ୟା ପଦ୍ମପୁର ବଡ଼ ଅଘାପୁର ଅଂଚଳର କଟ ମାଝୀଙ୍କ 5ବର୍ଷର ଶିଶୁକନ୍ୟା ସୁକନ୍ୟା ମାଝୀ ବୋଲି ଜଣାପଡିଛି। ସୁକନ୍ୟା ଗାଲୁଆ ରୋଗ ଭଲ ପାଇଁ ଏଡତାଳ ଠାରେ ରୋଗୀ ଦେଖୁଥିବା ଜଣେ କ୍ବାକ କୁ ଦେଖାଇଥିଲେ । ତେବେ କ୍ବାକ ଜଣକ ସୁକନ୍ୟାକୁ ଏକ ଇଂଜେକସନ ଦେଇଥିଲେ । ଫଳରେ କିଛି ସମୟ ପରେ ସୁକନ୍ୟାର ମୃତ୍ୟୁ ହେଇଥିଲା ।


ତେବେ ସଂଗେ ସଂଗେ ପରିବାର ଲୋକ ବାସୁଦେବପୁର ମେଡିକାଲ ରେ ଭର୍ତି କରିଥିଲେ। ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ତେବେ କ୍ବାକଙ୍କ ଭୁଲ ଇଂଜେକସନ ପାଇଁ ସୁକନ୍ୟାର ମୃତ୍ୟୁ ହେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଏ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ କରାଯାଇ ନଥିବା ଜଣାପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
5-year-old baby girl's life lost due to wrong injection by quack | Argus News