Videos
|
Odisha

ଖଳାରେ ନିଆଁଲାଗି ଜଳିଗଲା ୧୦ ଲକ୍ଷ ଟଙ୍କାର ଧାନ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଖଳାରେ ନିଆଁଲାଗି ଜଳିଗଲା ୧୦ ଲକ୍ଷ ଟଙ୍କାର ଧାନ

ଆଳି : ଜଳିଗଲା ୫୦ ଏକର ଧାନ । ଧାନରେ ନିଆଁ ଲାଗିଥିବା ଦେଖି ବେହୋସ ହେଲେ ଚାଷୀ । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ମେଣ୍ଢପୁର ପଞ୍ଚାୟତ ପଦନପୁର ମିଲତନଗର ଗାଁରେ । ପ୍ରାୟ ୧୦ ଲକ୍ଷ ଟଙ୍କାର ଧାନ ଖଳାରେ ଜଳିଯାଇଛି । ଗାଁରେ ପ୍ରାୟ ୮ ଜଣ ଚାଷୀ ଧାନ ଅମଳ କରି ୧୫ ରୁ ଉର୍ଦ୍ଧ୍ବ ଧାନ ଗଦା କରି ଖଳାରେ ରଖିଥିବା ବେଳେ ଆଜି ଦିନ ପ୍ରାୟ ୨ ଟା ସମୟରେ ହଠାତ ଖଳାରେ ନିଆଁ ଲାଗି ଯାଇଥିଲା l ଗୋଟିଏ ପରେ ଗୋଟିଏ ଧାନ ଗଦାରେ ନିଆଁ ଲାଗି ଯାଇଥିଲାl ପ୍ରାୟ ୧୫ ରୁ ଉର୍ଦ୍ଧ୍ବ ଧାନ ଗଦା ଏହି ନିଆଁରେ ଜଳି ପାଉଁଶ ହୋଇଯାଇଛି l

ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ ତିନି ଘଣ୍ଟା ପରେ ନିଆଁକୁ ଆୟତ କରିଥିଲେ l ଖବର ପାଇ ଘଟଣା ସ୍ଥଳରେ ଆଳି ତହସିଲଦାର ପହଞ୍ଚି ଥିଲେ l କ୍ଷତିଗ୍ରସ୍ତ ଚାଷୀ ମାନେ ଫସଲ ଅମଳ କରି ଘରକୁ ନେବା ପୂର୍ବରୁ ନିଆଁରେ ଜଳି ଯାଇଥିବା ଫସଲକୁ ଦେଖି ଚେତା ହରାଇ ବସିବା ସହ କାନ୍ଦିକାନ୍ଦି ଭୂଇଁରେ ଗଡି ପଡୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା l କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
50 acres of paddy was burnt | Argus News