କୁମ୍ଭୀର ସଂରକ୍ଷଣରେ ୫୦ ବର୍ଷର ଯାତ୍ରା, ଓୟୁଏଟିରେ ବିଶେଷ କାର୍ଯ୍ୟକ୍ରମ

Key Points
ଓଡ଼ିଶାରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ୫୦ ବର୍ଷ ପୂର୍ଣ୍ଣ କରିଛି
ଭୁବନେଶ୍ୱରେ ଥିବା ଓୟୁଏଟିରେ ଓଡ଼ିଶାରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ସମାରୋହ କାର୍ଯ୍ୟକ୍ରମ କରାଯାଇଛି
୧୯୭୫ ମସିହାରେ ଆରମ୍ଭ ହୋଇଥିଲା ଓଡ଼ିଶାରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ
ବନ୍ୟପ୍ରାଣୀ ସୁରକ୍ଷା ଓ କୁମ୍ଭୀର ସୁରକ୍ଷା ପାଇଁ ଚିନ୍ତା କରାଯାଇଥିଲା।
ଓଡ଼ିଶାରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ୫୦ ବର୍ଷ ପୂର୍ଣ୍ଣ କରିଛି।ଏହି ଅବସରରେ ଭୁବନେଶ୍ୱରେ ଥିବା ଓୟୁଏଟିରେଓଡ଼ିଶାରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ସମାରୋହ କାର୍ଯ୍ୟକ୍ରମ କରାଯାଇଛି। ଆସନ୍ତାକାଲି ଏହାର ଜାତୀୟ ସେମିନାର ମଧ୍ୟ ରହିବ। ୧୯୭୫ ମସିହାରେ ଆରମ୍ଭ ହୋଇଥିଲା ଓଡ଼ିଶାରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ। ବନ୍ୟପ୍ରାଣୀ ସୁରକ୍ଷା ଓ କୁମ୍ଭୀର ସୁରକ୍ଷା ପାଇଁ ଚିନ୍ତା କରାଯାଇଥିଲା।
ଦୁର୍ମୂଲ୍ୟ ବା ବହୁମୂଲ୍ୟ ଜନ୍ତୁ କୁମ୍ଭୀର ପରିବେଶର ପ୍ରାଣୀ ସନ୍ତୁଳନ ତାଙ୍କ ଦ୍ୱାରା ହୋଇଥାଏ। ତାଙ୍କ ଉପସ୍ଥିତ ପରିବେଶ ପାଇଁ ଯଥେଷ୍ଟ ଆବଶ୍ୟକ। ସେଥିପାଇଁ ଜନ ସାଧାରଣଙ୍କୁ ସଚେତନ କରାଇବା ଦିଗରେ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସାଧାରଣତଃ ମଧୁର ଜଳ କୁମ୍ଭୀର, ବଉଳା କୁମ୍ଭୀର ଏବଂ ଘଡ଼ିଆଳ କୁମ୍ଭୀର ସୁରକ୍ଷା ଉପରେ ଆଜି ଆଲୋଚନା ହୋଇଛି।
📱 Get Argus News App
✨ଯେଉଁ ବିଶେଷଜ୍ଞ ବିଗତ ଦିନରେ କୁମ୍ଭୀର ପ୍ରଜନନ ଓ ସଂରକ୍ଷଣ ଉପରେ କାମ କରିଥିଲେ ସେମାନଙ୍କୁ ସମ୍ମାନିତ କରାଯିବ। ଦିନକୁ ଦିନ ମଣିଷ ଓ କୁମ୍ଭୀର ଲଢେଇ ଦେଖିବାକୁ ମିଳୁଛି। ଅନେକ ଜାଗାରେ ମଣିଷ ମୃତ୍ୟୁ କଥା ସାମ୍ନାକୁ ଆସିଛି। ସେ ସବୁ ଜାଗାରେ ଲୋକ ମାନଙ୍କୁ ସଚେତନ କରାଯାଉଛି। ଅନେକ ସମୟରେ ଲୋକେ ଗାଧୋଇଲା ବେଳେ କୁମ୍ଭୀର ମଣିଷକୁ ଆଘାତ କରୁଥିବାର ନଜିର ଆସିଛି, ମୃତ୍ୟ ପାଇଁ ସରକାର ଏହାକୁ ୬ ଲକ୍ଷ ଟଙ୍କା ରଖିଥିଲେ, ପରବର୍ତ୍ତୀ ଏହାକୁ ୧୦ ଲକ୍ଷ ଟଙ୍କା କରାଯାଇଛି।