ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ ତୁରନ୍ତ ଉନ୍ନତ ଚିକିତ୍ସା, SCBରେ ହେବ ୫୦୦ ବେଡ୍ର ଟ୍ରମା ସେଣ୍ଟର

Key Points
SCBରେ ବଢ଼ିବ ଟ୍ରମା ସେଣ୍ଟର ବେଡ୍
ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର୍
ଭୁବନେଶ୍ଵର: କଟକ ଶ୍ରରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ବଢ଼ିବ ଟ୍ରମା ସେଣ୍ଟର ବେଡ୍ । ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର୍ । ପ୍ରଧାନମନ୍ତ୍ରୀ ସ୍ଵାସ୍ଥ୍ୟ ସୁରକ୍ଷା ଯୋଜନାରେ ଏହା ପ୍ରତିଷ୍ଠା ହେବ । କେନ୍ଦ୍ର ସରକାରଙ୍କ ଅନୁମତି ପରେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଅନୁମୋଦନ ।
ଟ୍ରମା ସେଣ୍ଟର ଦ୍ଵାରା ବିଭିନ୍ନ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ମିଳି ପାରିବ । ଏହି ଟ୍ରମା ସେଣ୍ଟର୍ କେନ୍ଦ୍ର ସରକାରଙ୍କ 'ପ୍ରଧାନମନ୍ତ୍ରୀ ସ୍ଵାସ୍ଥ୍ୟ ସୁରକ୍ଷା ଯୋଜନା'ରେ କାର୍ଯ୍ୟକାରୀ କରାଯିବ । ଏଥିପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ବିନିଯୋଗ କରିବା ବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ବିନିଯୋଗ କରିବେ ।
📱 Get Argus News App
✨କଟକ SCBରେ ଏହି ଟ୍ରମା ସେଣ୍ଟର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ୨୦୨୪ ଜୁଲାଇ ୨ ତାରିଖରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କ ନିକଟକୁ ପତ୍ର ଲେଖି ଅନୁରୋଧ କରିଥିଲେ । କେନ୍ଦ୍ର ସରକାର ଏହାକୁ ନୀତିଗତ ଅନୁମୋଦନ ଦେବା ପରେ ଏବେ ଏହା ରାଜ୍ୟ ସରକାରଙ୍କ ଅନୁମୋଦନ ମଧ୍ୟ ହାସଲ କରିଛି । ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହୋଇ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ ।