|
logo
Live
Argus News App
GET APP

Argus News - ନୂଆ ସରକାର ଆସିବା ପରେ ଓଡ଼ିଶାରେ ୫୧ ଜଣ ବାଂଲାଦେଶୀ ଚିହ୍ନଟ; ୪୯ ଜଣଙ୍କୁ କରାଯାଇଛି ଦେଶାନ୍ତରୀକରଣ

Odisha

Bangladeshi / ନୂଆ ସରକାର ଆସିବା ପରେ ଓଡ଼ିଶାରେ ୫୧ ଜଣ ବାଂଲାଦେଶୀ ଚିହ୍ନଟ; ୪୯ ଜଣଙ୍କୁ କରାଯାଇଛି ଦେଶାନ୍ତରୀକରଣ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ନୂଆ ସରକାର ଆସିବା ପରେ ଓଡ଼ିଶାରେ ୫୧ ଜଣ ବାଂଲାଦେଶୀ ଚିହ୍ନଟ; ୪୯ ଜଣଙ୍କୁ କରାଯାଇଛି ଦେଶାନ୍ତରୀକରଣ
51 Bangladeshis Identified in Odisha; 49 Deported, 2 Booked

Key Points

ରାଜ୍ୟରେ ୫୧ ଜଣ ଚିହ୍ନଟଙ୍କ ମଧ୍ୟରୁ ୪୯ ଜଣଙ୍କୁ ବାଂଲାଦେଶ ପଠାଇ ଦିଆଯାଇଛି । ଦୁଇ ଜଣ ଜାଲ୍ କାଗଜପତ୍ରରେ ଭାରତୀୟ ପାସପୋର୍ଟ କରିଥିବାରୁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । 
ଭୁବନେଶ୍ଵର: ଓଡ଼ିଶାରେ ନୂଆ ସରକାର ଆସିବା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ମୋଟ ୫୧ ଜଣ ବାଂଲାଦେଶୀ । ଏନେଇ ବିଧାନସଭାରେ ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୫୧ ଜଣ ଚିହ୍ନଟଙ୍କ ମଧ୍ୟରୁ ୪୯ ଜଣଙ୍କୁ ବାଂଲାଦେଶ ପଠାଇ ଦିଆଯାଇଛି । ଦୁଇ ଜଣ ଜାଲ୍ କାଗଜପତ୍ରରେ ଭାରତୀୟ ପାସପୋର୍ଟ କରିଥିବାରୁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, ଖୋର୍ଦ୍ଧାରୁ ୨୪ ଜଣ, କଟକରୁ ୧୫ ଜଣ, ଗଞ୍ଜାମରୁ ୬ ଜଣ, କନ୍ଧମାଳରୁ ୩ ଜଣ, କୋରାପୁଟରୁ ଜଣଙ୍କୁ ଆଇନଗତ ଭାବେ ବାଂଲାଦେଶ ପଠାଇ ଦିଆଯାଇଛି । ଗଞ୍ଜାମ ଓ କନ୍ଧମାଳରୁ ଜଣେ ଲେଖାଏଁ ଅନୁପ୍ରବେଶକାରୀ ଜାଲ୍ କାଗଜପତ୍ର ଦେଇ ନିଜ ନାଁରେ ଭାରତୀୟ ପାସପୋର୍ଟ ତିଆରି କରିଥିଲେ ।

ଏଥିସହ ପଢ଼ନ୍ତୁ: ୭ ଦିନର ଲୁଚକାଳି ଖେଳ ପରେ ଧରାପଡ଼ିଲା ସିକନ୍ଦର; ବାଂଲାଦେଶୀ ଲିଙ୍କ୍‌ରେ ମାଡ଼ି ବସିଲା ପୋଲିସ

ସେମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏବେ ରାଜ୍ୟରେ ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟା ନିୟମିତ ଭାବେ ଚାଲୁ ରହିଥିବା ବିଧାନସଭାକୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏଥିସହ ରାଜ୍ୟର ସମସ୍ତ ଜିଲ୍ଲାରେ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ, ଅଟକ ଏବଂ ଦେଶାନ୍ତରୀକରଣ ପାଇଁ 'ସ୍ଵତନ୍ତ୍ର କାର୍ଯ୍ୟ ବାହିନୀ' ଗଠନ କରାଯାଇଛି । ସମସ୍ତ ଜିଲ୍ଲାର ଏସ୍‌ପିମାନଙ୍କୁ ନିୟମିତ ବାବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଅନୁଯାୟୀ ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟା ତ୍ଵରାନ୍ଵିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨ଟି ରାଜ୍ୟ ସ୍ତରୀୟ ଏବଂ ୧୮ଟି ଜିଲ୍ଲା ସ୍ତରୀୟ ଅଟକ କେନ୍ଦ୍ର ଖୋଲା ଯାଇଛି । ମୋଟ ୨୦ଟି ଅନୁପ୍ରବେଶ କେନ୍ଦ୍ର ଖୋଲାଯାଇ ଚିହ୍ନଟ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଦେଶାନ୍ତର ପର୍ଯ୍ୟନ୍ତ ସେଠାରେ ରଖା ଯାଉଛି ।

ଏଥିସହ ପଢ଼ନ୍ତୁ: ବାଂଲାଦେଶୀଙ୍କ ୧୭ ବେଆଇନ୍ ନିର୍ମାଣ ଭାଙ୍ଗିଲା ପ୍ରଶାସନ; ମୁଖ୍ୟ ଅଭିଯୁକ୍ତ ସିକନ୍ଦର ସହ ୩୦ ଫେରାର୍

ଚିହ୍ନଟ ପ୍ରକ୍ରିୟାରେ ୧୭୬୮ ଜଣ ସନ୍ଦିଗ୍ଧଙ୍କ ଯାଞ୍ଚ କପାଯାଇଛି । ସେଥିମଧ୍ୟରୁ ୧୬୬୭ ଜଣଙ୍କୁ ଭାରତୀୟ ଭାବେ ଚିହ୍ନଟ କରାଯାଇ ମୁକ୍ତ କରାଯାଇଛି । ୫୧ ଜଣ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୪୯ ଜଣଙ୍କୁ ଦେଶାନ୍ତରୀକରଣ କରାଯାଇଛି । ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅବଶିଷ୍ଟ ୫୦ ଜଣ ସନ୍ଦିଗ୍ଧଙ୍କ ପରିଚୟପତ୍ର ଯାଞ୍ଚ ପ୍ରକ୍ରିୟା ଚାଲିଛି ।

ବାଂଲାଦେଶୀମାନଙ୍କ ଦ୍ଵାରା ବ୍ୟବହୃତ bksh, Nagad, Prothom, Alo, Kotha ଇତ୍ୟାଦି ଆପ୍ଲିକେସନ୍ ବ୍ୟବହାର କରି ପୋଲିସ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରୁଛି । ପ୍ରକ୍ରିୟାକୁ ଅଧିକ ତ୍ଵରାନ୍ଵିତ ଓ ତଦାରଖ ପାଇଁ ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀ ଜିଲ୍ଲା ଗସ୍ତ କରୁଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bangladeshi: ନୂଆ ସରକାର ଆସିବା ପରେ ଓଡ଼ିଶାରେ ୫୧ ଜଣ ବାଂଲାଦେଶୀ ଚିହ୍ନଟ; ୪୯ ଜଣଙ୍କୁ କରାଯାଇଛି ଦେଶାନ୍ତରୀକରଣ | Argus News