Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟ୍ରକର ସିକ୍ରେଟ୍ ଚାମ୍ବରରୁ ୫୨୦କିଲୋ ଗଞ୍ଜେଇ ଜବତ: ୨ ଗିରଫ

Ritu Das
Browse all articles by Ritu Das
·11 months ago·1 min read
ଟ୍ରକର ସିକ୍ରେଟ୍ ଚାମ୍ବରରୁ ୫୨୦କିଲୋ ଗଞ୍ଜେଇ ଜବତ: ୨ ଗିରଫ

Key Points

୧୦ ଚକିଆ ଟ୍ରକରୁ ୫୨୦ କିଲୋ ଗଞ୍ଜେଇ ଜବତ

ଅବକାରୀ ଗିରଫ କଲା ୨ ଅଭିଯୁକ୍ତଙ୍କୁ

ଜବତ ଗଞ୍ଜେଇର ମୂଲ୍ୟ ୫୨ ଲକ୍ଷ ଟଙ୍କା


ଗଞ୍ଜାମ ଜିଲ୍ଲା ସୋରଡ଼ା ଅବକାରୀ ଥାନା ଆସିକା ରେଞ୍ଜ ଧରାକୋଟ ବ୍ଲକ ଅନ୍ତର୍ଗତ ଗଡଦାମଦର ପଲ୍ଲୀ ଠାରେ ୧୦ ଚକିଆ ଟ୍ରକରୁ ୫୨୦ କିଲୋ ଗଞ୍ଜେଇ ଜବତ ହେବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତ ହେଲେ ମାଣିକପୁର ଗ୍ରାମର ତପନ ଭୁଆଁ, ହାଡ଼ିସିରା ଗ୍ରାମର ଆକୁଳ ବିଷୋୟୀ। ସୂଚନା ମୁତାବକ ଗୋଟିଏ ଦଶ ଚକିଆ ଟ୍ରକ୍‌ ମୋହନାରୁ ମହାରାଷ୍ଟ୍ର ନାଗପୁର ଗଞ୍ଜେଇ ଚୋରା ଚାଲାଣ ହେଉଥିଲା।


ବିଶେଷ ସୂତ୍ରରୁ ଖବର ପାଇ ଗଞ୍ଜାମ ଜିଲ୍ଲା ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଆସିକା ରେଞ୍ଜ ନିରୀକ୍ଷକ ଡମ୍ବୁରଧର ହରିଜନଙ୍କ ନେତୃତ୍ୱରେ ସୋରଡା ଅବକାରୀ ଅଧିକାରୀ ଦେବସ୍ମିତା ନାୟକଙ୍କୁ ନେଇ ଗଠିତ ଏକ ସ୍ବତନ୍ତ୍ର ଟିମ୍ ଧରାକୋଟ ବ୍ଲକ ଜି.ଦାମଦରପଲ୍ଲୀ ଠାରେ ଟ୍ରକକୁ ଅଟକାଇବା ସହ ଟ୍ରକଟିକୁ ଯାଞ୍ଚ କରିବା ସମୟରେ ଟ୍ରକର ସିକ୍ରେଟ୍ ଚାମ୍ବର ଭିତରୁ ୫୨୦ କିଲୋ ଗଞ୍ଜେଇ ବାହାରିଥିଲା । ଜବତ ଗଞ୍ଜେଇର ମୂଲ୍ୟ ୫୨ ଲକ୍ଷ ଟଙ୍କା ହୋଇଥିବା ବେଳେ ଜବତ ହୋଇଥିବା ଟ୍ରକର ମୂଲ୍ୟ ୨୫ଲକ୍ଷ ଟଙ୍କା ବୋଲି ଗଞ୍ଜାମ ଜିଲ୍ଲା ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତେବେ ଗଞ୍ଜେଇ ଚୋରାଚାଲାଣରେ ଦୁଇ ଅଭଯୁକ୍ତଙ୍କୁ ଆଜି ଆଜି କୋର୍ଟ ଚାଲାଣ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
520-kg-of-ganja-seized-from-trucks-secret-chamber-2-arrested | Argus News