|
logo
Live

Argus News - ପୂରଣ ହେବ ୫ ହଜାର ୮୨୨ ଡାକ୍ତର ପଦବୀ: ସ୍ଵାସ୍ଥ୍ୟ ମନ୍ତ୍ରୀ

Odisha

ପୂରଣ ହେବ ୫ ହଜାର ୮୨୨ ଡାକ୍ତର ପଦବୀ: ସ୍ଵାସ୍ଥ୍ୟ ମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ପୂରଣ ହେବ ୫ ହଜାର ୮୨୨ ଡାକ୍ତର ପଦବୀ: ସ୍ଵାସ୍ଥ୍ୟ ମନ୍ତ୍ରୀ

ରାଜ୍ୟରେ ଖାଲି ଥିବା ଡାକ୍ତର ପଦବୀ ପୂରଣ ନେଇ ଗୃହରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା। 5 ହଜାର 822 ଡାକ୍ତର ପଦବୀ ପୂରଣ ପାଇଁ OPSCକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ। ରାଜ୍ୟରେ ରହିଛି 19 ହଜାର 984 ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ।

ରାଜ୍ୟରେ ୧୯ ହଜାର ୯୮୪ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ଥିବା ବେଳେ ସେଥିରୁ 6 ହଜାର ୭୬୦ ଡାକ୍ତର ପଦବୀ ଖାଲି ରହିଛି । ୫ ହଜାର ୮୨୨ ଡାକ୍ତର ପଦବୀ ପୂରଣ ପାଇଁ OPSC କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ୧୨ଟି ମେଡିକାଲ କଲେଜ, ୨ଟି ଡେଣ୍ଟାଲ କଲେଜ, ୬ଟି ବେସରକାରୀ ମେଡିକାଲ କଲେଜ, ଗୋଟିଏ ଏମ୍ସ ଏବଂ ୨ଟି ପିଜି ଶିକ୍ଷାନୁଷ୍ଠାନ ଅଛି ।

ଯେଉଁ ଜିଲ୍ଲାରେ ମେଡିକାଲ କଲେଜ ନାହିଁ, ସେଠାରେ ପର୍ଯ୍ୟାୟକ୍ରମେ ମେଡିକାଲ କଲେଜ ଖୋଲିବା ପାଇଁ ପ୍ରସ୍ତାବ ସରକାରଙ୍କ ପାଖରେ ବିଚାରାଧୀନ ଅଛି । ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପୂରଣ ହେବ ୫ ହଜାର ୮୨୨ ଡାକ୍ତର ପଦବୀ: ସ୍ଵାସ୍ଥ୍ୟ ମନ୍ତ୍ରୀ | Argus News