Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମେଂଟକୁ ନେଇ ପାଣ୍ଡିଆନଙ୍କ ବଡ଼ ବୟାନ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ମେଂଟକୁ ନେଇ ପାଣ୍ଡିଆନଙ୍କ ବଡ଼ ବୟାନ

Key Points

  • ମେଂଟକୁ ନେଇ ପାଣ୍ଡିଆନଙ୍କ ବଡ଼ ବୟାନ
  • କହିଲେ, ମେଂଟ ଏବେ ଦରକାର ନାହିଁ
  • କେନ୍ଦ୍ରରେ ମୋଦି ରାଜ୍ୟରେ ନବୀନ ହିଁ ଜିତିବେ

ଅର୍ଗସ ବ୍ୟୁରୋ: ମେଂଟକୁ ନେଇ ପାଣ୍ଡିଆନଙ୍କ ବଡ଼ ବିସ୍ଫୋରକ ବୟାନ । କହିଲେ କେନ୍ଦ୍ରରେ ମୋଦି ଓ ରାଜ୍ୟରେ ନବୀନ ହିଁ ବିଜୟୀ ହେବେ । ଏମିତି ସ୍ଥିତିରେ ଉଭୟ ଦଳକୁ ମେଂଟର ଆବଶ୍ୟକତା ନାହିଁ । ଆଗାମୀ ଦିନରେ ଉଭୟ ଦଳ କଣ ନିଷ୍ପତ୍ତି ନେବେ ଖୁବଶୀଘ୍ର ଜଣାପଡ଼ିବ ବୋଲି କହିଲେ ପାଣ୍ଡିଆନ । ହେଲେ ମେଂଟ ଚର୍ଚ୍ଚା ଭିତରେ ପାଣ୍ଡିଆନ ଯେମିତି ବିସ୍ଫୋରକ ବୟାନ ଦେଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ।
ପାଣ୍ଡିଆନଙ୍କ ମନ୍ତବ୍ୟ ବଢାଇଲା ଚର୍ଚ୍ଚା

ରାଜ୍ୟରେ ୧୫ ଦିନ ହେଲାଣି ବିଜେପି-ବିଜେଡି ଭିତରେ ମେଂଟକୁ ନେଇ ବଡ଼ ଚର୍ଚ୍ଚା ଚାଲିଛି । କାରଣ ବାରମ୍ବାର ଦିଲ୍ଲୀ ଗସ୍ତରେ ଯାଉଛନ୍ତି ରାଜ୍ୟ ସଭାପତିଙ୍କ ସହ ଅନେକ ନେତା । ଖାଲି ବିଜେପି ନେତା ନୁହେଁ ବରଂ ମଝିରେ ମଝିରେ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ବିଜେଡି ନେତା । ଏମିତିକି କେନ୍ଦ୍ରୀୟ ବିଜେପି ନେତୃତ୍ଵଙ୍କ ସହ ପାଣ୍ଡିଆନ ଓ ବବି ଆଲୋଚନା କରିଥିବା ନେଇ ଚର୍ଚ୍ଚା ହୋଇଛି । ହେଲେ ଆଜି ଯେମିତି ରୋକଠୋକ ପାଣ୍ଡିଆନ କହିଲେ ମେଂଟ ହେବନାହିଁ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ମେଂଟ ଚର୍ଚ୍ଚା ସେତିକି ସେତିକି ବଢୁଛି । କେବେ ଘୋଷଣା ହେବ ମେଂଟ ସେନେଇ ନେତା ଓ କର୍ମୀ ଦ୍ଵନ୍ଦ୍ଵରେ ଥିବା ବେଳେ ପାଣ୍ଡିଆନଙ୍କ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ବଢିଛି । କୁହାଯାଉଛି କି, ବିଜେଡି ସୁପ୍ରିମୋଙ୍କ ସହ ସେ ଆଲୋଚନା କରିବା ପରେ ଘରୋଇ ସଂସ୍ଥାର କାର୍ଯ୍ୟକ୍ରମରେ କିଛି ଏମିତି କହିଛନ୍ତି ଫାଇଭ-ଟି ଚେୟାମ୍ୟାନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏପଟେ , ରାଜ୍ୟରେ ଏକାକୀ ଲଢିବ ବିଜେପି । କିଛି ଏମିତି ଚର୍ଚ୍ଚା ଏବେ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ହେଉଛି । କାରଣ ଗତକାଲି ରାଜ୍ୟ ସଭାପତି ମନମୋହନ ସାମଲ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ କେନ୍ଦ୍ର ନେତୃତ୍ଵଙ୍କୁ ଦେଇଛନ୍ତି । ଏ ସବୁ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ ଜଣାପଡୁଛି କି ଦିଲ୍ଲୀରେ ଓଡ଼ିଶାକୁ ନେଇ ଚାଲିଛି ଗୁରୁତ୍ଵପୂର୍ଣ୍ଣ ବୈଠକ । ଅବଶ୍ୟ ମେଣ୍ଟ ନେଇ ଦ୍ୱନ୍ଦ୍ୱ ଦୂର ହୋଇନି, ହେଲେ ଦଳର ନିର୍ବାଚନୀ କାର୍ଯ୍ୟକ୍ରମ ଦେଖିଲେ ଲାଗୁଛି ଏକାକୀ ଲଢିବା ପାଇଁ ଫୁଲ କନ୍‌ଫିଡେଣ୍ଟରେ ରାଜ୍ୟ ବିଜେପି ଟିମ୍ ଅଛି । 

Sponsored
5T Chairman | Argus News