Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅଭିଯୋଗ ହେଲା, ଫାଇଭ-ଟି ଗାଏବ ହେଲା !

Odisha

ଅଭିଯୋଗ ହେଲା, ଫାଇଭ-ଟି ଗାଏବ ହେଲା !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଅଭିଯୋଗ ହେଲା, ଫାଇଭ-ଟି ଗାଏବ ହେଲା  !

Key Points

  • ଗୋଟିଏ ଅଭିଯୋଗରେ ବନ୍ଦ ହେଲା ଫାଇଭ-ଟି
  • ୱେବସାଇଟ୍‌ରୁ ତଥ୍ୟ ଗଲା, ଫଳକ ବି କଢା ଗଲା
  • ଏତେ ଟଙ୍କା ଖର୍ଚ୍ଚ କରିବା ପରେ ଏମିତି କାହିଁକି କଲେ ନବୀନ ?

ଅର୍ଗସ ବ୍ୟୁରୋ: ଏତେ ବର୍ଷ ହେଲା କାମ କରୁଥିଲା, ଗୋଟିଏ ଅଭିଯୋଗ ପରେ ବନ୍ଦ ହୋଇଗଲା । ଖାଲି ୱେବସାଇଟ୍‌ ବନ୍ଦ ହେଲା ତାହା ନୁହେଁ ବରଂ ଫାଇଭ-ଟି ଫଳକ ବି ଗାଏବ ହୋଇଗଲା । କିନ୍ତୁ ସରକାରଙ୍କ ସବୁଠୁ ଅଧିକ ଫୋକସ ଥିବା ବିଭାଗକୁ ହଠାତ୍‌ ରାତାରାତି କାହିଁକି ବଦଳାଇଦିଆଗଲା ତାହାକୁ ନେଇ ଏବେ ପ୍ରଶ୍ନ ଉଙ୍କି ମାରୁଛି । ଏମିତିକି ଜାଣିଶୁଣି ରାଜ୍ୟରେ ଏମିତି ଅଗଣତାନ୍ତ୍ରିକ ବିଭାଗ ଖୋଲାଯାଇ କୋଟି କୋଟି ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ କରିଛି ବିଜେପି । 

ଯାହାକୁ ଭରସା କରି ନିର୍ବାଚନ ବୈତରଣୀ ପାର ହେବାକୁ ଚାହୁଁଥିଲା ବିଜେଡି, ଏବେ ସେହି ବିଭାଗ ନବୀନ ବାବୁଙ୍କୁ ବଦନାମ କରିବାରେ ଲାଗିଲାଣି । କଥା ହେଲା, ଅଭିଯୋଗ ହେବା ପରେ କେବଳ ୱେବସାଇଟରୁ ଉଭାନ ହୋଇନି 5T। ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ଫଳକରୁ  ବି 5Tକୁ ଲିଭାଇ ଦିଆଯାଉଛି... ଆମେ 2ଟି ଉଦାହରଣ ଆପଣଙ୍କ ଆଗରେ ରଖୁଛୁ । ଭଦ୍ରକ ବ୍ଲକ ବାଉଦପୁର ପଞ୍ଚାୟତରେ ବସୁଧା ଯୋଜନାରେ ନିର୍ମିତ ପାଣି ଟାଙ୍କି ପାଖରେ ଲାଗିଥିବା 5-T ବୋର୍ଡକୁ ଚିରି ଦିଆଯାଇଛି । ସେହିପରି ପୁରୀ ଜିଲ୍ଲା ସତ୍ୟବାଦୀ ରେ ଆମ ଗାଁ ଆମ ବିକାଶ ବୋର୍ଡ, ତହସିଲ ଅଫିସ୍ ଓ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟରୁ ଲିଭିଆ ଯାଇଛି 5ଟି ଲେଖା।

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଫାଇଭ୍‌-ଟି ବିଭାଗ ଏମିତି ଏକ ବିଭାଗ ଯାହା ଅଧିନକୁ ଆସିଥିଲା ରାଜ୍ୟର ସମସ୍ତ ବିଭାଗ । ସବୁ ବିକାଶର ଶ୍ରେୟ ଯାଉଥିଲା 5Tକୁ । କିନ୍ତୁ 5T ଭିଜନ ୱେବସାଇଟ୍ ରୁ ତଥ୍ୟ ଗାଏବ ଏବଂ ସରାକାରୀ ଫଳକରୁ 5ଟି ଉଭାନ ହେବା ପ୍ରମାଣିତ କରୁଛି କି 5T କନସେପ୍ଟ ହିଁ ଥିଲା ବେନିୟମ୍ ? ଏହି 5Tର ଅସ୍ତିତ୍ବକୁ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଯାହର ଉତ୍ତରରେ ସରକାର କହିଥିଲେ 5T ଏକ ବିଚାରଧାରା। ଯଦି ବିଚାରଧାରା ତାର ସଚିବ କେମିତି ରହିବେ। ବିନା ବିଭାଗ ବିନା କର୍ମଚାରୀରେ ସଚିବ କେମିତି ରହିପାରିବେ ବୋଲି ପ୍ରଶ୍ନ ଉଠାଇଥିଲେ ବିରୋଧୀ ଦଳ ନେତା ? ହେଲେ ସେତେବେଳେ ସରକାର ମାନିନଥିଲେ...କିନ୍ତୁ ଏବେ ବିଭାଗକୁ ଗାଏବ କରିଦେଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଫାଇଭ-ଟିକୁ ନେଇ ଥମୁନି ବିବାଦ । ନୂଆ କରି ଯେବେ ବିଭାଗ ଆରମ୍ଭ ହୋଇଥିଲା ସେବେଠୁ ହିଁ ବିବାଦ ଭିତରେ ଫଶିଥିଲା । ହେଲେ ସରକାର ଘଣ୍ଟ ଘଉଡାଇବାକୁ ପ୍ରତି ମୁହୂର୍ତ୍ତରେ ଚେଷ୍ଟା କରୁଥିଲେ ନବୀନ । କିନ୍ତୁ ସବୁ ଘଟଣାର ପର୍ଦ୍ଦାଫାଶ ହୋଇଛି । ଶେଷରେ ଫାଇଭ-ଟି ବନ୍ଦ ହୋଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
 

Sponsored
5T Data Vanishes | Argus News