Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୋଟି କୋଟି ଖର୍ଚ୍ଚ କଲେ, ଏବେ ସରକାର ଚୁପ୍‌ କାହିଁକି ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କୋଟି କୋଟି ଖର୍ଚ୍ଚ କଲେ, ଏବେ ସରକାର ଚୁପ୍‌ କାହିଁକି ?

Key Points

  • ପ୍ରମାଣ ହେଲା ଫାଇଭ-ଟି ବିଭାଗ ଅଗଣତାନ୍ତ୍ରିକ
  • କମ୍ଲେନ ହେବା ପରେ ବିଭାଗର ତଥ୍ୟ ଗଲା କୁଆଡ଼େ ?
  • କୋଟି କୋଟି ଖର୍ଚ୍ଚ କଲେ, ଏବେ ସରକାର ଚୁପ୍‌ କାହିଁକି ?

ଅର୍ଗସ ବ୍ୟୁରୋ : ପ୍ରମାଣ ହେଲା ଫାଇଭ-ଟି ବିଭାଗ ଅଗଣତାନ୍ତ୍ରିକ । କାରଣ ବିଜେପିର ଅଭିଯୋଗ ପରେ ବିଭାଗ ସମ୍ପର୍କରେ ଏବେ କୌଣସି ତଥ୍ୟ ୱେବସାଇଟ୍‌ରେ ନାହିଁ ଅର୍ଥାତ୍‌ ବ୍ଲାଙ୍କ ଅଛି । ହେଲେ ଏବେ ପ୍ରଶ୍ନ ରାଜ୍ୟରେ ସବୁ କାମ ଫାଇଭ-ଟି ଅଧୀନରେ ହେଲା । କୋଟି କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ ବି କଲେ । ହେଲେ ସେ ବିଭାଗକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠେ । ଖାଲି ପ୍ରଶ୍ନ ଉଠେ ତାହା ନୁହେଁ ବରଂ କେମିତି ଏଇ ଗୋଟିଏ ବିଭାଗ ଲାଗି ମନ୍ତ୍ରୀଙ୍କ ଦାୟିତ୍ଵ ଗୌଣ ହୋଇଛି ସେନେଇ ବି ଅନେକ ସମୟରେ ଦୃଶ୍ୟ ସାମ୍ନାକୁ ଆସିଛି । ହେଲେ ପାଣ୍ଡିଆନଙ୍କୁ ଘଂଟ ଘଉଡାଇ ଚାଲିଥିଲେ ରାଜ୍ୟ ସରକାର । କଥାରେ ଅଛି ସବୁଦିନ ନଥିବ ଚାନ୍ଦିନୀ ରାତି..ଅର୍ଥାତ୍‌ ସବୁଦିନ ନବୀନ ବାବୁ ପାଣ୍ଡିଆନଙ୍କୁ ସୁରକ୍ଷା ଦେବା ପାଇଁ ଯେଉଁ ଚିନ୍ତା କରୁଥିଲେ ତାହା ଏବେ ଭୁଲ ପ୍ରମାଣିତ ହୋଇଛି । କାରଣ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ହେବା ପରେ ତାଙ୍କର ପଦବୀ ଯାଇଛି । ଖାଲି ପଦବୀ ଯାଇଛି ତାହା ନୁହେଁ ବରଂ ବିଭାଗର ୱେବସାଇଟ୍‌ରେ କିଛି ତଥ୍ୟ ହିଁ ମିଳୁନି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଫାଇଭ-ଟି । ଏଇ ନାଁକୁ ନେଇ ପ୍ରଥମରୁ ହିଁ ବିବାଦୀୟ ହୋଇଥିଲେ ରାଜ୍ୟ ସରକାର । ଏତେ ବିଭାଗ ରାଜ୍ୟରେ ଥାଉଥାଉ କାହିଁକି ଏମିତି ବିଭାଗ କରାଗଲା ସେନେଇ ବିଧାନସଭାରେ ବି ବିରୋଧୀ ପ୍ରଶ୍ନବାଣରେ ସରକାରଙ୍କୁ ଘାଇଲା କରୁଥିଲେ । ହେଲେ ରାଜ୍ୟର ବିକାଶ ଲାଗି ଏହାର ଆବଶ୍ୟକତା ଥିବା କହିଥିଲେ ରାଜ୍ୟ ସରକାର । ଏମିତିକି ବିଭାଗ ହେବା ପରେ ରାଜ୍ୟର ଅନେକ ବିକାଶ ହୋଇଛି ବୋଲି ସରକାର କହିଥିଲେ । ହେଲେ ସେ ବିଭାଗ ପଛରେ ଥିବା ସବୁ ସତ ଏବେ ଗୋଟି ଗୋଟି କରି ସାମ୍ନାକୁ ଆସିଛି । ଖାଲି ସାମ୍ନାକୁ ଆସିଛି ତାହା ନୁହେଁ ବରଂ ବିଭାଗ ପୂରା ଅଗଣତାନ୍ତ୍ରିକ ବୋଲି ପ୍ରମାଣ ହୋଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଫାଇଭ-ଟିକୁ ନେଇ ଥମିବାରେ ନା ନେଉନି ଚର୍ଚ୍ଚା । କାରଣ ସେ ଏମିତି ଏକ ବିଭାଗ ଯେଉଁ ବିଭାଗ ମାଧ୍ୟମରେ କୋଟି କୋଟି ଟଙ୍କାର ଦୁର୍ନୀତି କରିଛନ୍ତି ପାଣ୍ଡିଆନ । କାରଣ ଆପଣଙ୍କର ମନେଥିବ ନିଶ୍ଚୟ ହେଲିକପ୍ଟରରେ ପୂରା ରାଜ୍ୟକୁ ବୁଲିବୁଲି ଚକ୍କର କାଟିଲେ...ସରକାରୀ କାମର ତଦାରଖ କରୁଛନ୍ତି ବୋଲି କହିଲେ । ହେଲେ ପ୍ରକୃତରେ ସରକାରୀ କାମର ତଦାରଖ କରୁଥିଲେ କି ଦଳର ପ୍ରଚାର କରୁଥିଲେ ତାହା ଉଣାଅଧିକେ ସମସ୍ତେ ଜାଣନ୍ତି । କିନ୍ତୁ ବିଜେପି ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିବା ପରେ ଏବେ ୱେବସାଇଟ୍‌ରୁ ତଥ୍ୟ ସବୁ ଯେମିତି ବ୍ଲାଙ୍କ କରିଦିଆଗଲା ତାହାକୁ ନେଇ ଚର୍ଚ୍ଚା ଜୋର । ତେବେ ଏନେଇ ପାଣ୍ଡିଆନ କେବେ ମୁହଁ ଖୋଲୁଛନ୍ତି ତାହା ସମୟ କହିବ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
5T Portal & Data Vanished in a Day | Argus News