Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭୂତକୋଠିରେ ପରିଣତ ହେଲାଣି 5T ସ୍ମାର୍ଟ ସ୍କୁଲ

Odisha

ଭୂତକୋଠିରେ ପରିଣତ ହେଲାଣି 5T ସ୍ମାର୍ଟ ସ୍କୁଲ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଭୂତକୋଠିରେ ପରିଣତ ହେଲାଣି 5T ସ୍ମାର୍ଟ ସ୍କୁଲ

ଅର୍ଗସ ବ୍ୟୁରୋ:  ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତର ଶୁଳିପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ। ଏହାକୁ 5t ସ୍କୁଲରେ ରୂପାନ୍ତିକରଣ କରାଯାଇଛି । ବାହାରୁ ସ୍କୁଲ ପ୍ରବେଶ ଦ୍ଵାରକୁ ଦେଖିଲେ ଖୁବ ଚକାଚକ ଆକର୍ଷଣୀୟ ହୋଇଛି। କୌଣସି ଘରୋଇ ସ୍କୁଲର ଭ୍ରମ ଶୃଷ୍ଟି କରୁଛି ଉପାନ୍ତର ଏହି ସ୍କୁଲ। କିନ୍ତୁ ବିପଦ ସଙ୍କୁଳ ଅବସ୍ଥାରେ ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।


1979 ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟର ମୁଖ୍ୟ ସମସ୍ୟା ହେଉଛି ଶ୍ରେଣୀଗୃହ ଅଭାବ । 5t ବିଦ୍ୟାଳୟ ରୂପାନ୍ତରିତ କୋଠାରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବସୁଥିବା ବେଳେ ଅନ୍ୟ ଚାରୋଟି ଶ୍ରେଣୀ ଗୃହରେ ୭ ଟି ଶ୍ରେଣୀର ଛାତ୍ରଛାତ୍ରୀ ବସୁଛନ୍ତି । ୭ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଚାରୋଟି କକ୍ଷରେ ବସିବାରେ ଅସୁବିଧା ହେଉଥିବାରୁ ବାଧ୍ୟ ହୋଇ ସ୍କୁଲ ବାରଣ୍ଡାରେ ବସୁଥିବା କହିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ । ସେପଟେ ଯେଉଁ ପୁରୁଣା କୋଠାକୁ 5t ରୂପାନ୍ତରଣ କରାଯାଇଛି ତାହା ମଧ୍ୟ ଛାତରୁ ପଣି ଗଳୁଥିବା ଅଭିଯୋଗ ହୋଇଛି।

ଏହି ପଞ୍ଚାୟତର କେବଳ ଏହି ଗୋଟିଏ ସ୍କୁଲ ନୁହଁ ଏହି ପଞ୍ଚାୟତର ସିଙ୍ଘାମୂହି ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀ ରହିଥିବା ବେଳେ ସେମାନଙ୍କ ନିମନ୍ତେ ମାତ୍ର ୩ ଟି ଶ୍ରେଣୀଗୃହ ରହିଛି। ସେହିପରି ସିଙ୍ଘାପଟା ପ୍ରାଥମିକ ବିଦ୍ୟାଳୟରେ ଜମାରୁ ସ୍କୁଲ ଘର ହିଁ ନାହିଁ । ଏହି ସମସ୍ୟା ନେଇ ଗାଁ ଲୋକେ ତତ୍କାଳୀନ ସରକାର ସମୟରେ ସ୍ଥାନୀୟ ନେତାଙ୍କଠୁ ଆରମ୍ଭ କରି ଜିଲାପାଳଙ୍କୁ ଅଭିଯୋଗ କରିଥିଲେ । ଉପଜିଲ୍ଲାପାଳ ସ୍କୁଲ ପରିଦର୍ଶନରେ ଆସି ସ୍କୁଲ ସମସ୍ଯାର ସମାଧାନ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଇତି ମଧ୍ୟରେ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ସମସ୍ୟାର କୌଣସି ସମାଧାନ ହୋଇନଥିବା ଅଭିଯୋଗ ହୋଇଛି।  ପ୍ରଚାର ଓ ବାସ୍ତବତା ଭିତରେ କେତେ ତଫାତ ଥାଏ ଏ ହେଉଛି ତାର ବାସ୍ତବ ଚିତ୍ର । ତତକାଳୀନ ସରକାର ନିକଟରେ ଗୁହାରି କରି ନୟାନ୍ତ ହେବାପରେ ଏବେ ନୂଆ ସରକାର ନିକଟରେ ଆଶା ଭରସା କରୁଛନ୍ତି ଗାଁ ଲୋକେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Sponsored
5T Smart School has become a haunted house | Argus News