Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟଙ୍କା ନଥାଇ ମନଇଚ୍ଛା ପ୍ରକଳ୍ପ ଘୋଷଣା କରୁଥିଲେ 5T, ଲୋକଙ୍କୁ ଭୁଆଁ ବୁଲାଉଥିଲେ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଟଙ୍କା ନଥାଇ ମନଇଚ୍ଛା ପ୍ରକଳ୍ପ ଘୋଷଣା କରୁଥିଲେ 5T, ଲୋକଙ୍କୁ ଭୁଆଁ ବୁଲାଉଥିଲେ !

ବିଧାନସଭାରେ 5Tର ପୋଲ ଖୋଲିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବିଜେଡି ବିଧାୟକ ପ୍ରତାପ ଦେବ ପ୍ରଶ୍ନର ଉତ୍ତର ଦେଇ 5Tକୁ ଧୋଇଲେ ସୁରେଶ । କହିଲେ 5T ମନ ଇଚ୍ଛା ପ୍ରକଳ୍ପ ଘୋଷଣା କରୁଥିଲେ । ଟଙ୍କା ନଥାଇ ପ୍ରକଳ୍ପ ଘୋଷଣା କରି ଲୋକଙ୍କୁ ଭୁଆଁ ବୁଲାଉଥିଲେ । 5T କେବଳ ଘୋଷଣା ସର୍ବଶ୍ୱ ଥିଲା ।


ଆଜି ବିଧାନସଭାରେ ପ୍ରତାପ ଦେବ ପ୍ରଶ୍ନ କରିଥିଲେ ଯେ, ବିଗତ ସରକାର ସମୟରେ ଯେତିକି ବାତ୍ୟା ଆଶ୍ରୟସ୍ଥଳୀ ଘୋଷଣା ହୋଇଥିଲା, କାହିଁକି ସେହି କାର୍ଯ୍ୟ ତ୍ବରାନ୍ବିତ କରିନାହାନ୍ତି ସରକାର ? 5T ପ୍ରକଳ୍ପ କାହିଁକି କାର୍ଯ୍ୟକାରୀ ହୋଇନାହିଁ ? ନୂଆ ସରକାରକୁ ୯ ମାସ ହେଲାଣି ତଥାପି କାମ ହେଉନାହିଁ କାହିଁକି ? ଏହାର ରହସ୍ୟ କଣ ବୋଲି ପ୍ରଶ୍ନକାଳରେ ପ୍ରଶ୍ନ କରିଥିଲେ ବିରୋଧୀ ଦଳ ଉପ-ମୁଖ୍ୟ ସଚେତକ ପ୍ରତାପ ଦେବ ।


ଯାହାର ଉତ୍ତରରେ ରାଜସ୍ୱ ମନ୍ତ୍ରୀ କହିଛନ୍ତି, ଏହାର ରହସ୍ୟ ହେଉଛି, ବିଗତ ସରକାର ଅନେକ ନିଷ୍ପତି ନେଉଥିଲେ, ଏଥିରେ ସନ୍ଦେହ ନାହିଁ । କିନ୍ତୁ ସେଗୁଡିକ କାର୍ଯ୍ୟକାରୀ ହେଉନଥିଲା । ଯେଉଁ ନିଷ୍ପତି ନେଇଥିଲେ, ବିଜେପି ସରକାରକୁ ଆସିଲେ କରିବ ବୋଲି ଛାଡ଼ି ଦେଇଥିଲେ । ବିଗତ ସରକାର ଛାଡ଼ି ଥିବା ସବୁ କାର୍ଯ୍ୟ ବିଜେପି ସରକାର କରିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।


ପୂର୍ବ ସରକାରରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ନାଁରେ 5T କେବଳ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଥିଲେ । ବିଜେଡି ସରକାରରେ 5T ସଚିବଙ୍କ ସବୁ ଘୋଷଣା ଥିଲା ଧୂଆଁବାଣ । ଟଙ୍କା ନଥାଇ ୫୨ଟି ବାତ୍ୟା ଆଶ୍ରୟସ୍ଥଳୀ କରିବେ ବୋଲି ଘୋଷଣା କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ବ୍ୟବହାର ହୋଇ ୫୨ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ 5T । ସେତେବେଳେ 5T କ୍ଷମତାଶାଳୀ ଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ତୁରନ୍ତ ଏଷ୍ଟିମେଟ ପ୍ରସ୍ତୁତ କରି ଟେଣ୍ଡର କରିଦେଲେ । କିନ୍ତୁ ୱାର୍କ ଅର୍ଡର ହେଲା ବେଳକୁ ଟଙ୍କା ନଥିଲା । କାରଣ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ ପାଣ୍ଠି ଯେତିକି ନାହିଁ ତାଠାରୁ ଅଧିକ ଖର୍ଚ୍ଚ କରି ୫୨ଟି ଆଶ୍ରୟସ୍ଥଳୀ ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ 5T ।


ତେବେ ନୂତନ ଭାବେ ରାଜ୍ୟରେ ୫୦୦ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ନିଷ୍ପତି ନେଇଛନ୍ତି ସରକାର । ରାଜ୍ୟର ୨୫ଟି ଜିଲ୍ଲାରେ ୯୦୯ଟି ବହୁମୁଖୀ ବାତ୍ୟା ଏବଂ ବନ୍ୟା ଆଶ୍ରୟସ୍ଥଳୀ ଅଛି । ଏଥିରୁ ୬୦୦ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ୩୦୯ଟି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ । ଚଳିତ ଆର୍ଥିକ ବର୍ଷ ୮୧୨ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀର ମରାମତି କରିବେ ରାଜ୍ୟ ସରକାର । ମରାମତି ପାଇଁ ଆଶ୍ରୟସ୍ଥଳୀ ପିଛା ୬ ଲକ୍ଷ ଟଙ୍କା ହିସାବରେ ମୋଟ ୪୮ ଲକ୍ଷ ୭୨ ହଜାର ଟଙ୍କା ସରକାର ଖର୍ଚ୍ଚ କରିବେ । ଅନେକ ଜିଲ୍ଲାରେ ମରାମତି ଆରମ୍ଭ ହୋଇଗଲାଣି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।


ତେବେ ରାଜ୍ୟରେ ବନ୍ୟା, ବାତ୍ୟା ବେଳେ ଲୋକଙ୍କ ପ୍ରାଣ ବଞ୍ଚାଇବା ପାଇଁ ପୂର୍ବ ସରକାର ନିର୍ମାଣ କରିଥିଲେ ଆଶ୍ରୟସ୍ଥଳ । ହେଲେ ସେଥିରେ ଏବେ ଲେଖାଯାଇଛି ବିପଦଶଙ୍କୁଳ । କାନ୍ଥରେ ଲେଖା ହୋଇଛି ସତର୍କ ସୂଚନା । ଅର୍ଥାତ ଏହି ଘର ଭିତରେ କେହି ରହିବା ତ ଦୂର କଥା ପଶିବା ବି ବିପଦ । କାରଣ କେତେବେଳେ ବି ଭାଙ୍ଗି ମାଟିରେ ମିଶି ଯାଇପାରେ । ସେତେବେଳେ ମରାମତି ନାଁରେ କେବଳ ହରିଲୁଟ ହେଉଥିଲା ବୋଲି ମଧ୍ୟ ଅନେକ ସ୍ଥାନରୁ ଅଭିଯୋଗ ଆସିଛି ।

Sponsored
5T was announcing arbitrary projects without money, misleading people! | Argus News