Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏସସିବି ମେଡିକାଲର ଫାର୍ମାସିଷ୍ଟଙ୍କୁ ହତ୍ୟା ଉଦ୍ୟମ, 6 ଗିରଫ

Smruti Parija
Browse all articles by Smruti Parija
·2 years ago·1 min read
ଏସସିବି ମେଡିକାଲର ଫାର୍ମାସିଷ୍ଟଙ୍କୁ ହତ୍ୟା ଉଦ୍ୟମ, 6 ଗିରଫ

କଟକ: ସୁପାରୀ ଦେଇ ଏସସିବି ମେଡିକାଲର ଫାର୍ମାସିଷ୍ଟଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୬ ଜଣଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । କିଛି ଔଷଧ କମ୍ପାନୀର ମେଡ଼ିକାଲ ସାମଗ୍ରୀ ନକିଣିବା ପାଇଁ ଟେଣ୍ଡର ବନ୍ଦ କରିଦେବା ମାମଲାରେ ଫାର୍ମାସିଷ୍ଟଙ୍କୁ ହତ୍ୟା କରିବା ପାଇଁ ଦିଆଯାଇଥିଲା ସୁପାରୀ । 

ଏସସିବି ମେଡ଼ିକାଲ ଫାର୍ମାସିଷ୍ଟ ବିଶ୍ବମ୍ବର ଭୋଳଙ୍କୁ ସୁପାରୀ ଦେଇ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିଲା । ଗୋଟିଏ ଫାର୍ମାସିଷ୍ଟ କମ୍ପାନୀ ବିଶ୍ବମ୍ବରଙ୍କୁ ହତ୍ୟା କରିବା ପାଇଁ ଅପରାଧୀ ଗୋଷ୍ଠୀଙ୍କୁ ସୁପାରୀ ଦେଇଥିଲା । ତେବେ ଏହି ଘଟଣାରେ  ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଦିବ୍ୟ ରଞ୍ଜନ ମହାନ୍ତି, ଦିନେଶ ମହାନ୍ତି, ରଞ୍ଜନ ବେହେରା, ଅଭିନାଶ ମହାରଣା, ବି ସିମାଲୁ ଓ ଚନ୍ଦନ ସେନାପତି । 

ସେମାନଙ୍କ ନିକଟରୁ ଗୋଟିଏ ବାଇକ୍, ଗୋଟିଏ ସ୍କୁଟି, ୫ ଟି ମୋବାଇଲ, ଗୋଟିଏ ଷ୍ଟିଲ୍ ରଡ୍ ଜବତ କରିଛି ପୋଲିସ । ଗତ ୧୨ ତାରିଖ ସନ୍ଧ୍ୟା ବେଳେ ଏସସିବି ମେଡିକାଲ ନିକଟରେ ଯୋଜନାବନ୍ଧ ଭାବେ ବିଶ୍ବମ୍ବରଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିଲା। ତାଙ୍କୁ ଗାଳିଗୁଲଜ କରିବା ସହ ଷ୍ଟିଲ ରଡରେ ପିଟିପିଟି ତାଙ୍କ ଗୋଡ ଭାଙ୍ଗି ଦେଇଥିଲେ ଦୂର୍ଣୁର୍ତ୍ତ। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
6 Arrested-in-SCB Medical Center Pharmacist Murder-Attempt-case | Argus News