Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  6 ଲୁଟେରା ଗିରଫ, 20 ଲକ୍ଷର ସାମଗ୍ରୀ ଜବତ

Odisha

 6 ଲୁଟେରା ଗିରଫ, 20 ଲକ୍ଷର ସାମଗ୍ରୀ ଜବତ

Manini Pattanayak
Browse all articles by Manini Pattanayak
·2 years ago·1 min read
 6 ଲୁଟେରା ଗିରଫ, 20 ଲକ୍ଷର ସାମଗ୍ରୀ ଜବତ

ବରଗଡ଼ : ବରଗଡ଼ ଟାଉନ ଥାନା ପୋଲିସକୁ ବଡ଼ ସଫଳତା l ସହରରେ ଆତଙ୍କ ମଚାଇଥିବା ଲୋକାଲ ଲୁଟେରା ଗ୍ୟାଙ୍ଗର 6 ଜଣଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ l କିଛି ଦିନ ହେବ ଏହି ଲୁଟେରା ମାନେ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୁଟପାଟ କରୁଥିବା ଅଭିଯୋଗ ମଧ୍ୟ ହୋଇଥିଲା l ଏହି ଗ୍ୟାଙ୍ଗକୁ ଧରିବା ପାଇଁ ବରଗଡ଼ ଟାଉନ ଥାନା ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା l

ଲୁଟେରା ମାନେ ଲୁଟ କରିଥିବା କିଛି ସାମଗ୍ରୀ ଡୁଙ୍ଗରିପାଲି ଓ ଭଟଲି ଅଞ୍ଚଳରେ ବିକ୍ରି କରିଥିଲେ l ବିକ୍ରି କରିଥିବା ସାମଗ୍ରୀ ପାଇବା ପରେ  ଖୋଳତାଡ଼ ଆରମ୍ଭ କରିଥିଲା ପୋଲିସ l 6 ଜଣ ଗିରଫ ହେବା ସହ ସେମାନଙ୍କ ଠାରୁ ଗୋଟିଏ କାର, 2ଟି ବାଇକ୍ ଓ 3ଟି ସ୍କୁଟି, 2ଟି ଏଲଇଡି ଟିଭି, 7ଟି ମୋବାଇଲ, 98 ଗ୍ରାମ  ସୁନା  ଗହଣା,  3କେଜୀ 7ଶହ ଗ୍ରାମ ରୂପ, 2ଟି ଲାପଟପ୍, 3ଟି ବ୍ୟାଟେରୀ, 2ଟି ଇନଭେଟର ସହ ମାରଣାସ୍ତ୍ର ଜବତ ହୋଇଥିବା ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ବରଗଡ଼ ଏସପି ପ୍ରହଲ୍ଲାଦ ସାହାଇ ମୀନାl ଜବତ ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ 20 ଲକ୍ଷରୁ ଅଧିକ ଟଙ୍କା ହେବ l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
6 looters arrested, goods worth 20 lakh seized | Argus News