ଛତିଶଗଡ଼ ନାରାୟଣପୁର ଏନକାଉଣ୍ଟରରେ ୬ ମାଓବାଦୀ ନିହତ

Key Points
ଛତିଶଗଡ଼ ନାରାୟଣପୁର ଏନକାଉଣ୍ଟର ଘଟଣା
ମୃତ ୬ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ୪ ମହିଳା ଓ ୨ ପୁରୁଷ
ଛତିଶଗଡ଼ ନାରାୟଣପୁର ଏନକାଉଣ୍ଟର ଘଟଣା । ମୃତ ୬ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ୪ ମହିଳା ଓ ୨ ପୁରୁଷ । ସମସ୍ତ ନକ୍ସଲ ମୁଣ୍ଡ ଉପରେ ୮ ଲକ୍ଷ ଲେଖାଏଁ ଅର୍ଥର ସମୁଦାୟ ୪୮ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ବସ୍ତର IG ପି ସୁନ୍ଦରରାଜ ସୂଚନା ଦେଇଛନ୍ତି । ଛତିଶଗଡ଼ ନାରାଣନପୁର ଅଂଚଳ ଆବୁଝମାଡ଼ ଜଙ୍ଗଲରେ ମାଓବାଦୀଙ୍କ ପ୍ଲାଟୁନ ନମ୍ବର-୧ର ମାଓବାଦୀ ଏକତ୍ରିତ ହୋଇଥିବା ଗୁଇନ୍ଦା ସୂତ୍ରରୁ ଖବର ମିଳିବା ପରେ ଗତ ୧୭ ତାରିଖରୁ କୁମ୍ବିଂ ଚାଲିଥିଲା ।
ନାରାୟଣପୁର, କାଂକେର, ବସ୍ତର ଓ କୋଣ୍ଡାଗାଁ ର DRG ଯବାନ, ଛତିଶଗଡ଼ STF ଯବାନ, BSFଙ୍କ 129, 133 ଓ 135 ବାଟାଲିୟନ ର ଯବାନ ମାନେ ମିଳିତ କୁମ୍ବିଙ୍ଗ ଅପରେସନ ଆରମ୍ଭ କରିଥିଲେ । କୁମ୍ବିଙ୍ଗ ସମୟରେ ଆବୁଝମାଡ଼ର ପାରିୟା ଓ କାକୁର ଜଙ୍ଗଲରେ ଗତ ୧୮ ତାରିଖ ଭୋର ସକାଳୁ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ଆରମ୍ଭ ହୋଇଥିଲା ।
ମିଳିତ ବାହିନୀଙ୍କ ଆକ୍ରମଣରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ଘଟଣାସ୍ଥଳରୁ ୬ ମାଓବାଦୀଙ୍କ ମୃତ ଶରୀର ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ AK-47, ଗୋଟିଏ SLR, 11 ଟି BGL LUNCHER, ଗୋଟିଏ 12 BORE , 83 ଟି BGL CELL ରହିଛି ।