Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାତ୍ୟା ମୁକାବିଲା ପାଇଁ ୬ ଅଧିକାରୀଙ୍କୁ ୬ ଜିଲ୍ଲାର ଦାୟିତ୍ବ 

Smruti Parija
Browse all articles by Smruti Parija
·1 year ago·1 min read
ବାତ୍ୟା ମୁକାବିଲା ପାଇଁ ୬ ଅଧିକାରୀଙ୍କୁ ୬ ଜିଲ୍ଲାର ଦାୟିତ୍ବ 

ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ୬ ଅଧିକାରୀଙ୍କୁ ୬ ଜିଲ୍ଲାର ଦାୟିତ୍ବ । ୬ ଅଧିକାରୀଙ୍କୁ ପରିଚାଳନା ଦାୟିତ୍ବ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ବାଲେଶ୍ବର ପାଇଁ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଭଦ୍ରକ ଜିଲ୍ଲା ପାଇଁ ତ୍ରିଲୋଚନ ମାଝୀ, ପୁରୀ ଜିଲ୍ଲା ପାଇଁ ବଲ୍‌ୱନ୍ତ ସିଂ, ମୟୂରଭଞ୍ଜ ଜିଲ୍ଲା ପାଇଁ ବିନୀତ ଭରଦ୍ବାଜ, ଜଗତସିଂହପୁର ଜିଲ୍ଲା ପାଇଁ ଯାମିନୀ ଷଡ଼ଙ୍ଗୀ, କେନ୍ଦ୍ରାପଡ଼ା ପାଇଁ ସମର୍ଥ ବର୍ମାଙ୍କୁ ଦାୟିତ୍ବ ଦିଆଯାଇଛି । 23 ତାରିଖ ସକାଳ ସୁଦ୍ଧା ଜିଲ୍ଲାକୁ ଯାଇ ଦାୟିତ୍ବ ସମ୍ଭାଳିବେ ଅଧିକାରୀମାନେ ।

23 ରୁ 25 ଶିମିଳିପାଳ ବନ୍ଦ ଘୋଷଣା

ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ସରକାରଙ୍କ ବଡ଼ ପ୍ରସ୍ତୁତି । ଜିରୋ କାଜୁଆଲିଟି ଉପରେ ସରକାରଙ୍କ ଫୋକସ୍ । ରାଜସ୍ବ ମନ୍ତ୍ରୀ କହିଛନ୍ତି ବାତ୍ୟା ମୁକାବିଲା ଲାଗି ରାଜ୍ୟରେ 250 ରିଲିଫ ସେଣ୍ଟର ପ୍ରସ୍ତୁତ ଅଛି । ଅତିରିକ୍ତ ଭାବେ 500 ରୁ ଉର୍ଦ୍ଧ୍ବ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ହେଉଛି । କଲେଜ ଓ ବିଦ୍ୟାଳୟ ଗୁଡିକୁ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ଭାବେ ବ୍ୟବହାର କରାଯିବ । ତଳିଆ ଅଞ୍ଚଳର ଶତ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଓଡ୍ରାଫ ଟିମ ସବୁ ସମ୍ବେଦନ ଶୀଳ ସ୍ଥାନ ଗୁଡିକରେ ପହଞ୍ଚି ସାରିଲେଣି । ଏନଡିଆରଏଫ ଟିମ ମଧ୍ୟ ବାହାରି ସାରିଲେଣି । । ବାତ୍ୟା ପୂର୍ବରୁ ସ୍ଥାନାନ୍ତରିତ  ପ୍ରକିୟା ଆରମ୍ଭ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
6 officers in charge of 6 districts to deal with the storm | Argus News