Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାଟ୍ରିକ ପରୀକ୍ଷାରେ ଅନିୟମିତତା, ୬ ଶିକ୍ଷକ ନିଲମ୍ୱିତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମାଟ୍ରିକ ପରୀକ୍ଷାରେ ଅନିୟମିତତା, ୬ ଶିକ୍ଷକ ନିଲମ୍ୱିତ

ବଲାଙ୍ଗିର:  ମାଟ୍ରିକ ପରୀକ୍ଷାରେ ଅନିୟମିତତା । ୬ ଶିକ୍ଷକଙ୍କୁ ନିଲମ୍ବିତ କଲେ ବଲାଙ୍ଗିର ଜିଲ୍ଲାପାଳ। ମଙ୍ଗଳବାର ଇଂରାଜୀ ପରୀକ୍ଷା ଥିବାବେଳେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ କ୍ଷେତ୍ରୀ ହଳଦୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ । ପରୀକ୍ଷା କେନ୍ଦ୍ରରେ ଅନିୟମିତା ହେଉଥ‌ିବା ଦେଖି କାର୍ଯ୍ୟାନୁଷ୍ଠାନ ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ସୁପାରିଶ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ, ମୁରିବାହାଲ ବ୍ଲକ ହଦଳୀ ହାଇସ୍କୁଲର ପ୍ରଧାନଶିକ୍ଷକ ଉମେଶ ବିଶ୍ଵାଳ ଓ ସହକାରୀ ଶିକ୍ଷୟିତ୍ରୀ ବୈଜୟନ୍ତୀ ସୁବୁଦ୍ଧିଙ୍କୁ ନିଲମ୍ବିତ କରିଛନ୍ତି ।


ଏହା ସହ ଯମୁନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଙ୍କିତା ପ୍ରଧାନ, ହଦହଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମନୋଜ କୁମ୍ଭାର, ବାଙ୍କେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କପିଳେଶ୍ୱର ବେହେରା,ଯୁଗୀରତା ସ୍କୁଲର ଶିକ୍ଷକ ସୋମନାଥ ଧଳଙ୍କୁ ନୀଳମ୍ବିତ କରିବା ପାଇଁ ମୁରିବାହାଲ ବିଇଓ ପଡିଆରୀଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ହାଇସ୍କୁଲ ସାର୍ଟିଫିକେଟ୍‌(ମାଟ୍ରିକ) ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ମାର୍ଚ୍ଚ ୬ତାରିଖ ଯାଏ ଏହି ପରୀକ୍ଷା ଚାଲିବ। ପ୍ରତ୍ୟେକ ଦିନ ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ୩୦ମିନିଟ୍‌ ଯାଏ ଗୋଟିଏ ସିଟିଂ ପରୀକ୍ଷା ଚାଲିଛି । ଶୃଙ୍ଖଳିତ ଏବଂ ସୁଚାରୁରୂପେ ପରୀକ୍ଷା ସମ୍ପାଦନ ପାଇଁ ନିର୍ଦ୍ଦେଶ ରହିଛି । ପରୀକ୍ଷା କେନ୍ଦ୍ର ଏବଂ ନୋଡାଲ ପରୀକ୍ଷା କେନ୍ଦ୍ରଗୁଡ଼ିକ ପ୍ରସ୍ତୁତ । ସିସିଟିଭି ନଜରରେ ସବୁ ପରୀକ୍ଷାକେନ୍ଦ୍ର ରହିଥିବାବେଳେ ନୋଡାଲ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଏ.ଆଇ . କ୍ୟାମେରା ସ୍ଥାପନ କରାଯାଇଛି। କିଭଳି ଭାବରେ ପରୀକ୍ଷା ସୂଚାରରୂପେ ଛାତ୍ରଛାତ୍ରୀ ଦେବେ ସେନେଇ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
6 teachers suspended for Irregularities in matriculation exams in balangir | Argus News