Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୬ ବର୍ଷର ପୁଅ ବଞ୍ଚାଇଲା ୨ ଜଣଙ୍କ ଜୀବନ

Rashmita Mishra
Browse all articles by Rashmita Mishra
·1 year ago·2 min read
 ୬ ବର୍ଷର ପୁଅ ବଞ୍ଚାଇଲା ୨ ଜଣଙ୍କ ଜୀବନ

ମୃତ୍ୟୁ..... କେବେ, କେଉଁଠି, କାହାକୁ ଅପେକ୍ଷା କରିଥାଏ ତାହା କେବଳ ବୋଧେ ସମୟ ହିଁ ଜାଣିଥାଏ । ବହୁତ କମ ବୟସ, ଦୁନିଆ କଣ ଜାଣିବା ପୂର୍ବରୁ ଆଖି ବୁଜି ଦେଇଛି ବାରିପଦା ସହରର ମୁରଗାବାଡ଼ି ଅଞ୍ଚଳର ଶିଶୁ ପୁତ୍ର ସ୍ଵଶ୍ରୀ ଆୟାନ ପାତ୍ର । ଖେଳକୁଦ ବୟସ ମାତ୍ର ୬ ବର୍ଷ ୯ ମାସ । ସବୁ ଦିନ ପରି ବାହାରେ ସାଙ୍ଗ ସାଥିଙ୍କ ସହ ଖେଳି ଘରକୁ ଆସୁଥିଲା । ହେଲେ ବିଧିର ବିଧାନ ଥିଲା କିଛି ଅଲଗା ।

ମୃତ୍ୟୁ ଗେଟ୍ ମୁଁହରେ ହିଁ ଚାହିଁ ବସିଥିଲା । ଗେଟରେ ଲକ ସିଷ୍ଟମ ନଥିବାରୁ ହଠାତ ଗେଟ୍ ଦେଉ ଦେଉ ଅଢେଇ କୁଇଣ୍ଟାଲ ଓଜନର ଲୁହା ଗେଟଟି ସ୍ଵଶ୍ରୀ ଆୟାନ ଉପରେ ପଡିଯାଇଥିଲା। ଆଉ ଗେଟ ତଳେ ଚାପି ହୋଇ ପଡ଼ିଥିଲା ପୁଅ । ସଂଗେ ସଂଗେ ବାରିପଦା ହସ୍ପିଟାଲ ଏବଂ ତା ପରେ ଭୁବନେଶ୍ୱର ସମ୍ ଅଲଟିମେଟ୍ ହସ୍ପିଟାଲକୁ ନେଇ ଆସିଥିଲେ ବାପା,ମା । ଚିକିତ୍ସା ଚାଲିଲା କିନ୍ତୁଆଉ ଫେରିଲାନି ନିଶ୍ୱାସ । ଏକ ହସ ଖୁସିର ପରିବାର ଏକଦମ୍ ସ୍ତବ୍ଧ ହୋଇଗଲା ।

ଭାଙ୍ଗିପଡୁଥିବା ସ୍ଵଶ୍ରୀଙ୍କ ମା କହିଛନ୍ତି, ମୋ ଲୁହ ସିନା କେବେ ଶୁଖିବନି ହେଲେ ମୋ ପୁଅ ପାଇଁ ଆଉ ଦୁଇ ଜଣ ମା'ଙ୍କ ମୁହଁରେ ହସ ଫୁଟିବାଇବ । କାରଣ ପୁଅର ଦୁଇଟି କିଡନିକୁ ଡୋନେଟ କରିଛନ୍ତି ପରିବାର ଲୋକେ । ସେପଟେ ଛାତିକୁ ପଥର କରିଥିବା ବାପା ଶ୍ରୀକୃଷ୍ଣ ପାତ୍ର କହିଛନ୍ତି, ପୁଅକୁ କେବେ ପାଇବୁନି ହେଲେ ଆଉ କାହା ପରିବାର ଜୀବନ ବଞ୍ଚିଯିବି ।

ଆଖିରେ ଆଖିଏ ଲୁହ, ନିଜକୁ ସମ୍ଭାଳି ପାରୁନଥିବା ବାପା ମାଙ୍କୁ ଦେଖିଲେ ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସୁଥିବ। ଘଟଣା ଗତ ମେ ୬ ତାରିଖର । ସମ୍ ଅଲଟିମେଟ୍ ରେ ପିଲାଟିର ଜୀବନ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ଡାକ୍ତର । କିନ୍ତୁ ପିଲାଟିର ଶରୀର କୌଣସି ରେସପାଣ୍ଡ କରିନଥିଲା । ସିଭିୟର ଟ୍ରମା ଇଂଜୁରୀ ହୋଇଥିବା କହିଥିଲେ ଡାକ୍ତର । ଆଉ ଥରେ ଗତକାଲି ରାତିରେ ସମସ୍ତ ପ୍ରକାର ଟେଷ୍ଟ କରାଯାଇଥିଲା। ବ୍ରେନ ଡେଡ୍ ବୋଲି ପରିବାର ଲୋକଙ୍କୁ ଜଣାଇଥିଲେ ଡାକ୍ତର ।

ପରେ ପରିବାର ଲୋକ ଅଙ୍ଗଦାନ କରିବାର ନେଇଥିଲେ ନିଷ୍ପତ୍ତି । ଡାକ୍ତର ପିଲାଟିର ପରିବାରଙ୍କୁ ସାଧୁବାଦ ଜଣାଇବା ସହ ତାଙ୍କ ଧୈର୍ଯ୍ୟକୁ ଧନ୍ୟବାଦ କରିଛନ୍ତି । ସମ୍ ଅଲଟିମେଟ ହସ୍ପିଟାଲ ଶିଶୁ ବିଭାଗରେ ଏହା ପ୍ରଥମ କିଡନି ଡୋନେଟ ବୋଲି କହିଛନ୍ତି ଡାକ୍ତର । ସ୍ଵଶ୍ରୀ ଆୟାନଙ୍କ ସମସ୍ତ ଅଙ୍ଗ ପରିବାର ଲୋକେ ଡୋନେଟ କରିବାକୁ ଚାଁହୁଥିଲେ ବି ଓଡ଼ିଶାରେ ସୁବିଧା ନଥିବା ଏବଂ ଯୁଦ୍ଧକାଳୀନ ସ୍ଥିତିରେ ବମ୍ବେକୁ ଅରଗାନ୍ ପଠେଇବା ସମ୍ଭବପର ନଥିବାରୁ କେବଳ କିଡନି ଦାନ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
6-year-old boy from Baripada saves the lives of 2 people | Argus News