Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୬୩ ହଜାର କୋଟିର ପ୍ରକଳ୍ପ, ୩୪ ହଜାରଙ୍କୁ ମିଳିବ ଚାକିରି

Odisha

୬୩ ହଜାର କୋଟିର ପ୍ରକଳ୍ପ, ୩୪ ହଜାରଙ୍କୁ ମିଳିବ ଚାକିରି

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
୬୩ ହଜାର କୋଟିର ପ୍ରକଳ୍ପ, ୩୪ ହଜାରଙ୍କୁ ମିଳିବ ଚାକିରି

Key Points

JSW ଓ ବେଦାନ୍ତ ବି ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି, ଆଗକୁ ଗ୍ରାଉଣ୍ଡିଂ ହେବ ।

ଯାଜପୁରରେ ଟାଟା କରିବ ୬୩ ହଜାର କୋଟିର ପ୍ରକଳ୍ପ । ୩୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି । ୨୨ ତାରିଖରେ ଯାଜପୁରରେ ୧୨ ପ୍ରକଳ୍ପର ଶିଳାନ୍ୟାସ ଓ ୪ ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋଟ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଓ ଉଦଘାଟନ କରାଯିବ । କେବଳ ଟାଟାର ୬୩ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରାଯିବ। ଖାଲି MOU କରି ଚୁପ୍‌ ବସିନାହାନ୍ତି ଆମ ସରକାର । MOU କରିବା ସହ କାର୍ଯ୍ୟ ମଧ୍ୟ ଜାରି ରଖିଛନ୍ତି ସରକାର ।


JSW ଓ ବେଦାନ୍ତ ବି ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି, ଆଗକୁ ଗ୍ରାଉଣ୍ଡିଂ ହେବ । ଜଗତସିଂପୁରରେ ପୋସ୍କୋ ସ୍ଥାନରେ JSW ପ୍ଲାଣ୍ଟ କରୁଛି । କାମ ଆରମ୍ଭ ହେଲାଣି । AMNS ପାରାଦ୍ଵୀପରେ କାମ ଆରମ୍ଭ କରିଛି । କେନ୍ଦ୍ରାପଡ଼ାରେ କାମ ଜାରି ରହିଛି ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟପଟେ ଶିଳ୍ପ ପାଇଁ ଜମି ନେଇ କାମ କରୁନଥିବା ଶିଳ୍ପାନୁଷ୍ଠାନକୁ ଦ୍ୱିତୀୟ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର । ଦ୍ୱିତୀୟ ସୁଯୋଗରେ କାମ କରିବେ ଯଦି ଭଲ କଥା । ନହେଲେ ସେମାନଙ୍କୁ ଜମି ଫେରାଇବାକୁ ପଡ଼ିବ ବୋଲି ତାଗିଦ କରିଛନ୍ତି ଶିଳ୍ପ ମନ୍ତ୍ରୀ । ଶିଳ୍ପ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ କରାଯାଇଛି, ଯେଉଁ ଶିଳ୍ପାନୁଷ୍ଠାନ ଗୁଡ଼ିକ ଜମି ନେଇ କାମ କରୁନାହାନ୍ତି, ସେମାନଙ୍କୁ ଏହି ତାଲିକା ଅନ୍ତର୍ଭୁକ୍ତ କରାଯାଇଛି ।

Sponsored
63 thousand crores project, 34 thousand people will get jobs | Argus News