ରାଜ୍ୟରେ 66 IAS ପଦବୀ, 69 IPS ପଦବୀ ଖାଲି

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡିଛି ଆଇଏଏସ-ଆଇପିଏସ ପଦବୀ । 66 IAS ପଦବୀ ଖାଲି ପଡ଼ିଥିବାବେଳେ 69 ଆଇପିଏସ ପଦବୀ ଖାଲି ପଡିଛି । ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ରାଜ୍ୟରେ ଓଡ଼ିଶା କ୍ୟାଡରରେ 248 IAS ପଦବୀ ଥିବାବେଳେ ୧୮୨ ଜଣ IAS ଅଧିକାରୀ କାର୍ଯ୍ୟରତ ଅଛନ୍ତି । ଏହା ବ୍ୟତୀତ ୨ ଜଣ IAS ଅଧିକାରୀ ଆନ୍ତଃ ରାଜ୍ୟ ଡେପୁଟେସନରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଅଛନ୍ତି । ୨୨ ଜଣ IAS ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ସେହିପରି ରାଜ୍ୟରେ ସମୁଦାୟ ଆଇପିଏସ ପଦବୀ ସଂଖ୍ୟା ୧୯୫ ଥିବା ବେଳେ ସେଥିରୁ ୬୯ ଟି ପଦବୀ ଖାଲି ରହିଛି । ୧୦ ଜଣ ଆଇପିଏସ ଅଧିକାରୀ ବର୍ତ୍ତମାନ ୫ ବର୍ଷରୁ ଅଧିକ ସମୟ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ।
📱 Get Argus News App
✨IPS ଅଧିକାରୀମାନେ ହେଲେ ଆପିଏସ ଅଫିସର ସପ୍ନା ତିୱାରି(1992), ସୁନିତା କକରନ(1996), ପ୍ରତୀକ ମହାନ୍ତି (2000), ନିଖିଲ କୁମାର କନ୍ନୋଡିଆ(2003), ନୀତିନଜିତ୍ ସିଂ(2004), ସଞ୍ଜିବ ଅରୋରା(2005), ଅମ୍ରିତା ଦାସ୍(2006), ଅନୁପ କ୍ରିଷ୍ଣା(2006), ସୁଧା ସିଂ(2006), ଆଶିଷ କୁମାର ସିଂ(2010) ।
ପ୍ରଶାସନିକ ଆବଶ୍ୟକତା ଭିତ୍ତିରେ ଅଫିସରମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ସରକାର ବିହିତ ପଦକ୍ଷେପ ନେଉଛନ୍ତି ।

