Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସାତକୋଶିଆ ଗଣ୍ଡରେ ଛଡ଼ାଗଲା ୭ଟି ଘଡ଼ିଆଳ କୁମ୍ଭୀର

Odisha

ସାତକୋଶିଆ ଗଣ୍ଡରେ ଛଡ଼ାଗଲା ୭ଟି ଘଡ଼ିଆଳ କୁମ୍ଭୀର

Rashmita Mishra
Browse all articles by Rashmita Mishra
·1 year ago·1 min read
ସାତକୋଶିଆ ଗଣ୍ଡରେ ଛଡ଼ାଗଲା ୭ଟି ଘଡ଼ିଆଳ କୁମ୍ଭୀର

ସାତକୋଶିଆ ଗଣ୍ଡରେ ଛଡ଼ାଗଲା ୭ଟି ଘଡ଼ିଆଳ । ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ସୁନାଖଣିଆ ଘାଟଠାରେ ମୋଟ ୭ଟି ଘଡ଼ିଆଳ ଛଡ଼ାଯାଇଛି । ଏହି ୭ କୁମ୍ଭୀର ମଧ୍ୟରୁ ୫ଟି ନନ୍ଦନକାନନରୁ ଆସିଥିବା ବେଳେ ଆଉ ୨ଟି ସାତକୋଶିଆ ଟିକରପଡ଼ା ଘଡ଼ିଆଳ ରିସର୍ଚ୍ଚ ଆଣ୍ଡ କଞ୍ଜରଭେସନ ୟୁନିଟର । ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ ଉପସ୍ଥିତିରେ ଏହି ଘଡ଼ିଆଳଙ୍କୁ ମୁକ୍ତ କରାଯାଇଛି । ବନ୍ୟପ୍ରାଣୀ ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦୁଇ ଦିନିଆ ସାତକୋଶିଆ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ଘଡ଼ିଆଳ ପୁନରୁଦ୍ଧାର ଯୋଜନାର କାର୍ଯ୍ୟ ତଦାରଖ କରିଥିଲେ ।

ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ସୁନାଖଣିଆ ଘାଟ ଠାରେ ମୋଟ ୭ ପ୍ରାପ୍ତ ବୟସ୍କ ଘଡ଼ିଆଳ ଛଡ଼ାଯାଇଛି। ସେଥି ମଧ୍ୟରୁ ୨ଟି ଅଣ୍ଡିରା ହୋଇଥିବା ବେଳେ ୫ଟି ମାଈ ଅଛନ୍ତି। ଏହି ୭ କୁମ୍ଭୀର ମଧ୍ୟରୁ ୫ଟି ନନ୍ଦନକାନନରୁ ଆସିଥିବା ବେଳେ ଆଉ ୨ଟି ସାତକୋଶିଆ ଟିକରପଡା ଚିଡ଼ିଆଖାନାର ବୋଲି ବିଭାଗୀୟ ସୁତ୍ରରୁ ଜଣାପଡ଼ିଛି। କାର୍ଯ୍ୟକ୍ରମରେ ନନ୍ଦନକାନନ ନିର୍ଦ୍ଦେଶକ, ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ), ଡ. ମନୋଜ ଭି. ନୟାର, ଘଡ଼ିଆଳ ପୁନଃଉଦ୍ଧାର ଯୋଜନା ଉପଦେଷ୍ଟା ସୁଦର୍ଶନ ମହାରଣା, ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଡଃ ସରୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
7-crocodiles-rescued-from-satkosiya-gand | Argus News