|
logo
Live

Argus News - ଧିରେ ଧିରେ ଭୁଷୁଡୁଛି ବିଜେଡି ଗଡ଼

Odisha

ଧିରେ ଧିରେ ଭୁଷୁଡୁଛି ବିଜେଡି ଗଡ଼

Smruti Parija
Browse all articles by Smruti Parija
·1 year ago
ଧିରେ ଧିରେ ଭୁଷୁଡୁଛି ବିଜେଡି ଗଡ଼

 ମାଲକାନଗିରି: ଧିରେ ଧିରେ ଭୁଷୁଡୁଛି ବିଜେଡି ଗଡ଼ । ବିଜେଡିରୁ ଇସ୍ତଫା ଦେଲେ କୋରୁକୋଣ୍ଡା ବ୍ଲକର ୭ ସମିତି ସଭ୍ୟ ଓ ସଭ୍ୟା । ୨ ବିଜେଡି ନେତାଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଛାଡିଲେ ଦଳ । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକରେ ଦୀର୍ଘ ଅଢେଇ ବର୍ଷ ହେଲା କୋରୁକୋଣ୍ଡା ବ୍ଲକର ନିର୍ବାଚିତ ୧୨ ଗୋଟି ପଞ୍ଚାୟତର ସମିତି ସଭ୍ୟସଭ୍ୟାଙ୍କୁ ପଞ୍ଚାୟତ ଗୁଡ଼ିକର ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟ ତଥା ବିଭିନ୍ନ ସମସ୍ୟାର ସମାଧାନକୁ ନେଇ ସମସ୍ତ ସରକାରୀ ଓ ରାଜନୈତିକ ସହାୟତା ଲୋଡ଼ିଥିଲେ । 

ହେଲେ କୌଣସି ସୁଫଳ ମିଳିନଥିବା ଓ ପ୍ରତ୍ୟେକ କ୍ଷେତ୍ରରେ ଅପମାନିତ, ନିନ୍ଦିତ ଓ ଅଣଦେଖା କରାଯାଉଥିବା ହେତୁ ଶେଷରେ ବାଧ୍ୟହୋଇ ବିଜେଡିରୁ ଇସ୍ତଫା ଦେଇଛନ୍ତି ୭ ସମିତି ସଭ୍ୟସଭ୍ୟା । ବ୍ଲକର କିଛି ମୁଷ୍ଟିମେୟ ଲୋକଙ୍କ ଯୋଗୁଁ କୋରୁକୋଣ୍ଡାର ୧୨ଟି ପଞ୍ଚାୟତର ଉନ୍ନତି ହୋଇପାରୁନାହିଁ ବୋଲି ସେମାନେ କହିଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଧିରେ ଧିରେ ଭୁଷୁଡୁଛି ବିଜେଡି ଗଡ଼ | Argus News